ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା ଜାଣିପାରିବେ ନାହିଁ । ତେବେ ପୂର୍ବରୁ ଆମେ ଆପଣଙ୍କୁ ସାପ କାମୁଡାରୁ ବଞ୍ଚିବା ପାଇଁ ପ୍ରାଥମିକ ଚିକିତ୍ସା ବିଷୟରେ କହିଥିଲୁ । ଆଜି ଆମେ ଆପଣଙ୍କୁ ବିଛା କାମୁଡିଲେ ଏହି ସମସ୍ୟାକୁ କିଭଳି ମୁକାବିଲା କରିବେ ତାହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣଙ୍କ କେଉଁ ସଂପର୍କୀୟ ବିଛା କାମୁଡାର ଶିକାର ହେଉଛନ୍ତି ତେବେ ପ୍ରଥମେ ଏକ କପଡା ସାହଯ୍ୟରେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଟାଇଟରେ ବାନ୍ଧି ନିଅନ୍ତୁ । ଏହାପରେ ଅପାମାର୍ଗ (ଚିଚଡି) ଚେରର ୨ ରୁ ୩ ଚାମଚ ରସକୁ ଉକ୍ତ ସ୍ଥାନରେ ପକାଇବା ଏବଂ ଉକ୍ତ ବ୍ୟକ୍ତିଙ୍କୁ ପିଇବାକୁ ଦେବା ଦ୍ୱାରା ଜ୍ୱଳନ କମ୍ ହୋଇଥାଏ । ତେବେ ଏହି ପତ୍ର ମିଳିବାରେ ଯଦି କଷ୍ଟ ହୁଏ ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆପଣ ଏହାର ପ୍ରାଥମିକ ଚିକିତ୍ସା କରିପାରିବେ । ତେବେ ଏଥିପାଇଁ ତେନ୍ତୁଳି ମଞ୍ଜି ରାମବାଣ ଭଳି କାମ କରିଥାଏ । ତେନ୍ତୁଳି ମଞ୍ଜିକୁ ଏକ ଖଦଡିଆ ପଥରରେ ଅଳ୍ପ ପାଣି ମିଶାଇ ରଗଡନ୍ତୁ । ଏଥିରୁ ବାହାରୁଥିବା ଲେପକୁ ବିଛା ବିନ୍ଧିଥିବା ସ୍ଥାନରେ ଲଗାନ୍ତୁ ।
• ଅନ୍ୟ ଏକ ସରଳ ମାର୍ଗ ହେଉଛି ପୋଟାସିୟମ୍ ପରମ୍ୟାଗନେଟ୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍)ର ମିଶ୍ରଣ । ଏହି ଦୁଇଟି ପଦାର୍ଥକୁ ଭଲ ଭାବରେ ବାଟି ଅଲଗା ବୋତଲରେ ରଖିଦିଅନ୍ତୁ । ବର୍ତ୍ତମାନ ଯେଉଁସ୍ଥାନରେ ବିଛା ବିନ୍ଧିଛି ସେଠାରେ ଅଳ୍ପ ପୋଟାସିୟମ୍ ପରମ୍ୟାଗନେଟ୍ ପାଉଡର୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍) ପାଉଡର୍ ପକାଇ ଅଳ୍ପ ପାଣି ପକାନ୍ତୁ,ଉପସମ ମିଳିବ ।
• ବିଛା ବିନ୍ଧିବାର କିଛି ସମୟ ପରେ ସେହି ସ୍ଥାନକୁ ନିଆଁ ସାହାଯ୍ୟରେ ସେକି ନିଅନ୍ତୁ ଏହାଦ୍ୱାରା ଖୁବ୍ ଶୀଘ୍ର ବିନ୍ଧାରୁ ମୁକ୍ତି ମିଳିବ ଏବଂ କିଛି ମାତ୍ରାରେ ବିଷ ମଧ୍ୟ କମିଯିବ ।
• ସନ୍ଧବ ଲୁଣକୁ ଗୁଣ୍ଡ କରି ଏଥିରେ ପିଆଜକୁ ବାଟି ବିନ୍ଧା ସ୍ଥାନରେ ପକାନ୍ତୁ ଖୁବ୍ ଶୀଘ୍ର ଉପସମ ମିଳିବ ।