କଙ୍କଡାବିଛା କାମୁଡିଲେ କିଭଳି କରିବେ ପ୍ରାଥମିକ ଚିକିତ୍ସା ଜାଣିରଖନ୍ତୁ! ଘରୋଇ ଉପାୟରେ ମଧ୍ୟ ଜୀବନ ଯିବାରୁ ବଞ୍ଚିପାରିବେ । 

205

ଭୀଷଣ ଗରମ ଦାଉରୁ ଆଶ୍ୱସ୍ତି ପାଇବା ପାଇଁ ମାଟି ତଳେ ଥିବା କ୍ଷତିକାରକ ତଥା ବିଷାକ୍ତ ଜୀବ ବାହାରକୁ ବାହାରିଆସନ୍ତି ଏବଂ ଘର ଭିତରକୁ ପ୍ରବେଶ କରିଥାନ୍ତି । ଉଦାହରଣ ସାପ, କଙ୍କଡାବିଛା, ଚମ୍ପେଇନେଳି ଇତ୍ୟାଦି । ତେବେ ଏହି ସବୁ ବିଷଧର ଜୀବ ଘର ଭିତରକୁ ପସିଗଲେ କେଉଁ ମୁହୂର୍ତ୍ତରେ ଯେ ଜୀବନ ଚାଲିଯିବ ତାହା ଜାଣିପାରିବେ ନାହିଁ । ତେବେ ପୂର୍ବରୁ ଆମେ ଆପଣଙ୍କୁ ସାପ କାମୁଡାରୁ ବଞ୍ଚିବା ପାଇଁ ପ୍ରାଥମିକ ଚିକିତ୍ସା ବିଷୟରେ କହିଥିଲୁ । ଆଜି ଆମେ ଆପଣଙ୍କୁ ବିଛା କାମୁଡିଲେ ଏହି ସମସ୍ୟାକୁ କିଭଳି ମୁକାବିଲା କରିବେ ତାହାର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ।

 

• ଯଦି ଆପଣଙ୍କ କେଉଁ ସଂପର୍କୀୟ ବିଛା କାମୁଡାର ଶିକାର ହେଉଛନ୍ତି ତେବେ ପ୍ରଥମେ ଏକ କପଡା ସାହଯ୍ୟରେ ବିଛା ବିନ୍ଧିଥିବା ସ୍ଥାନ ଉପରେ ଟାଇଟରେ ବାନ୍ଧି ନିଅନ୍ତୁ । ଏହାପରେ ଅପାମାର୍ଗ (ଚିଚଡି) ଚେରର ୨ ରୁ ୩ ଚାମଚ ରସକୁ ଉକ୍ତ ସ୍ଥାନରେ ପକାଇବା ଏବଂ ଉକ୍ତ ବ୍ୟକ୍ତିଙ୍କୁ ପିଇବାକୁ ଦେବା ଦ୍ୱାରା ଜ୍ୱଳନ କମ୍ ହୋଇଥାଏ । ତେବେ ଏହି ପତ୍ର ମିଳିବାରେ ଯଦି କଷ୍ଟ ହୁଏ ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଆପଣ ଏହାର ପ୍ରାଥମିକ ଚିକିତ୍ସା କରିପାରିବେ । ତେବେ ଏଥିପାଇଁ ତେନ୍ତୁଳି ମଞ୍ଜି ରାମବାଣ ଭଳି କାମ କରିଥାଏ । ତେନ୍ତୁଳି ମଞ୍ଜିକୁ ଏକ ଖଦଡିଆ ପଥରରେ ଅଳ୍ପ ପାଣି ମିଶାଇ ରଗଡନ୍ତୁ । ଏଥିରୁ ବାହାରୁଥିବା ଲେପକୁ ବିଛା ବିନ୍ଧିଥିବା ସ୍ଥାନରେ ଲଗାନ୍ତୁ ।

• ଅନ୍ୟ ଏକ ସରଳ ମାର୍ଗ ହେଉଛି ପୋଟାସିୟମ୍ ପରମ୍ୟାଗନେଟ୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍)ର ମିଶ୍ରଣ । ଏହି ଦୁଇଟି ପଦାର୍ଥକୁ ଭଲ ଭାବରେ ବାଟି ଅଲଗା ବୋତଲରେ ରଖିଦିଅନ୍ତୁ । ବର୍ତ୍ତମାନ ଯେଉଁସ୍ଥାନରେ ବିଛା ବିନ୍ଧିଛି ସେଠାରେ ଅଳ୍ପ ପୋଟାସିୟମ୍ ପରମ୍ୟାଗନେଟ୍ ପାଉଡର୍ ଏବଂ ଲେମ୍ବୁ ଫୁଲ (ସାଇଟ୍ରିକ୍ ଏସିଡ୍) ପାଉଡର୍ ପକାଇ ଅଳ୍ପ ପାଣି ପକାନ୍ତୁ,ଉପସମ ମିଳିବ ।

• ବିଛା ବିନ୍ଧିବାର କିଛି ସମୟ ପରେ ସେହି ସ୍ଥାନକୁ ନିଆଁ ସାହାଯ୍ୟରେ ସେକି ନିଅନ୍ତୁ ଏହାଦ୍ୱାରା ଖୁବ୍ ଶୀଘ୍ର ବିନ୍ଧାରୁ ମୁକ୍ତି ମିଳିବ ଏବଂ କିଛି ମାତ୍ରାରେ ବିଷ ମଧ୍ୟ କମିଯିବ ।

• ସନ୍ଧବ ଲୁଣକୁ ଗୁଣ୍ଡ କରି ଏଥିରେ ପିଆଜକୁ ବାଟି ବିନ୍ଧା ସ୍ଥାନରେ ପକାନ୍ତୁ ଖୁବ୍ ଶୀଘ୍ର ଉପସମ ମିଳିବ ।