ଉଚ୍ଚ ରକ୍ତ ଚାପ ସମସ୍ୟା ଭୋଗୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

194

ଆଜିକାଲିର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଲୋକଙ୍କ ଉଚ୍ଚ ରକ୍ତ ଚାପ ବୃଦ୍ଧିର ମୁଖ୍ୟ କାରଣ । ଏହା ଶରୀରରେ ନକାରାତ୍ମକ ପ୍ରଭାବ ପକାଏ । ଯୋଗ-ପ୍ରାଣାୟମ ମାଧ୍ୟମରେ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ। ତେବେ, ବ୍ୟସ୍ତ ବହୁଳ ଜୀବନରେ ଯୋଗ-ପ୍ରାଣାୟାମ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ, ଔଷଧ ସେବନ ହିଁ ଏହାର ବିକଳ୍ପ ଉପାୟ । ରକ୍ତ ଚାପ ହ୍ରାସକାରୀ ଔଷଧ ସଂପୂର୍ଣ୍ଣ ନିରାପଦ। ରକ୍ତ ଚାପ ସମସ୍ୟା ଥିଲେ, ଯେକୌଣସି ସାଧାରଣ ଡାକ୍ତରଙ୍କ ସହ ପରାମର୍ଶ କରି ନିୟମିତ ଔଷଧ ଖାଇପାରିବେ।

ସମସ୍ୟା ଗୁରୁତର ଥିଲେ, ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ରକ୍ତ ଚାପ ହ୍ରାସକାରୀ ଔଷଧ ଖାଇବା ବନ୍ଦ କରନ୍ତୁ ନାହିଁ। ଏହା ବର୍ଷ ବର୍ଷ ଧରି ନିୟମିତ ଖାଇବାରେ ସମସ୍ୟା ନାହିଁ। ନିୟମିତ ବ୍ୟବଧାନରେ ରକ୍ତ ଚାପ ମାପନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରକ୍ତ ଚାପ ସମସ୍ୟା ଥିଲେ, ଚାଳିଶ ବର୍ଷ ଅତିକ୍ରମ କରିବା ପରେ ପ୍ରତି ଦିନ ଔଷଧ ଖାଆନ୍ତୁ । ଔଷଧ ବନ୍ଦ କଲେ ହୃଦଘାତର ସମ୍ଭାବନା ବଢ଼ିଯାଏ । ଔଷଧ ସେବନ ସହ ନିୟମିତ ବ୍ୟାୟାମ କରନ୍ତୁ। ଡାକ୍ତରଙ୍କ ସହ ପରାମର୍ଶ କରି ଭିଟାମିନ୍ ଡି-୩ ଏବଂ ଡିଏଚଏ ଓମେଗା-୩ ବଟିକା ସେବନ କରନ୍ତୁ । ଏହା ସହିତ ସନ୍ତୁଳିତ ଆହାର ଖାଆନ୍ତୁ ।