ପୋଷ୍ଟ ଅଫିସ ସ୍କିମ : ୧୫୦ ଟଙ୍କା ନିବେଶ କରି ଇନକମ କରିପାରିବେ ୨୫ ଲକ୍ଷ ଟଙ୍କା ।

145

ସମସ୍ତେ ଚାହାଁନ୍ତି ରୋଜଗାର କରୁଥିବା ଟଙ୍କା ମଧ୍ୟରୁ କିଛି ଟଙ୍କା ସେଭିଂ କରି ରଖିବା ପାଇଁ । କିନ୍ତୁ ପ୍ରତିଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ କାରଣ ପାଇଁ ଟଙ୍କା ସେଭିଂ କରି ହୋଇନଥାଏ । ସେପଟେ କିଛି ଲୋକ ନିଜ ରୋଜଗାନ ଟଙ୍କାରୁ କିଛି ପଇସା ସେଭିଂ କରିବା ପାଇଁ ଛୋଟ ଛୋଟ ରକମକୁ ସେଭିଂ କରିବା ଆରମ୍ଭ କରିଥାନ୍ତି । ଛୋଟ ଛୋଟ ରକମ ସେଭିଂ କରି ମଧ୍ୟ ସେମାନେ ବଡ ରକମର ଟଙ୍କା ସେଭିଂ କରିପାରିନଥାନ୍ତି । କିନ୍ତୁ ଏବେ ସେହି ଛୋଟ ରକମକୁ ବଡ କରି ପାରିବେ । ପ୍ରତିଦିନର ଖର୍ଚ୍ଚରୁ ଯଦି ଆପଣ ୧୦୦-୧୫୦ ଟଙ୍କା ବଞ୍ଚାଇ ପୋଷ୍ଟାଲର ପିପିଏଫ ସ୍କିମରେ ଟଙ୍କା ନିବେଶ କରିବେ ତେବେ ୨୦ ବର୍ଷ ବେଳକୁ ଆପଣଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କା ଫଣ୍ଡ ତରଫରୁ ମିଳିପାରିବ । ପୋଷ୍ଟ ଅଫିସରେ ଆପଣଙ୍କ ଏହି ଇନଭେଷ୍ଟମେଣ୍ଟ ବିଲକୁଲ ସୁରକ୍ଷିତ ରହିବ ।

ସୂଚନା ଅନୁଯାୟୀ, ୨୫ ବର୍ଷ ବୟସରେ ଯଦି ଆପଣଙ୍କ ରୋଜଗାର ୩୦-୩୫ ହଜାର ଟଙ୍କା ହୋଇଥିବ ତେବେ ଆପଣ ମାନେ ଏହି ସ୍କିମ ଜରିଆରେ ଟଙ୍କା ସେଭିଂ କରି ୪୫ ବର୍ଷ ବୟସ ବେଳକୁ ୨୫ ଲକ୍ଷରୁ ଅଧିକ ଟଙ୍କା ପଣ୍ଡରୁ ପାଇପାରିବେ ।

ଜାଣି ରଖନ୍ତୁ ସ୍କିମ ବିଷୟରେ ସବିଶେଷ ତଥ୍ୟ

ପୋଷ୍ଟ ଅଫିସ ପିପିଏଫ ଆକାଉଣ୍ଟ ଖୋଲିବାର ସୁବିଧା ଦେଉଛି । ଏହି ଆକାଉଣ୍ଟ ଆପମ ୧୫ ବର୍ଷ ପାଇଁ ଖୋଲିପାରିବେ । କିନ୍ତୁ ଯଦି ଆପଣ ଚାହାଁନ୍ତି ତେବେ ଏହାକୁ ୫ ବର୍ଷ ଅଧିକ ବୃଦ୍ଧି ମଧ୍ୟ କରାଯାଇ ପାରିବ । ଏବେ ପିପିଏଫ ୭.୬ ପ୍ରତିଶତ ସୁଧ ଦେଉଛି । ପିପିଏଫରେ ଆକାଉଣ୍ଟ ଖୋଲିବା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ମଧ୍ୟ ପଡିନଥାଏ । ମାତ୍ର ୧୦୦ ଟଙ୍କାରେ ବି ଆକାଉଣ୍ଟ ଖୋଲାଯାଇ ପାରିବ । ଏହା ପରେ ଆପଣଙ୍କୁ ଏଥିରେ ଟଙ୍କା ନିବେଶ କରିବାକୁ ପଡିବ ।
୧୫ ବର୍ଷରେ ମିଳିବ ୧୫.୩୦ ଲକ୍ଷ ଟଙ୍କା

ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ପିପିଏପରେ ନିବେଶ କରୁଛନ୍ତି ତେବେ ୧୫ ବର୍ଷରେ ଆପଣଙ୍କ ନିବେଶ ଆମାଉଣ୍ଟ ପ୍ରାୟ ୮.୧୦ ଲକ୍ଷ ଟଙ୍କା ହେବ । କିନ୍ତୁ ଏଥିରେ ସୁଧ ପରିମାଣ ଅଧିକ ଥିବାରୁ ଆପଣଙ୍କ ଟଙ୍କା ବଢି ୧୫ ବର୍ଷରେ ପ୍ରାୟ ୧୫.୩୦ ଲକ୍ଷ ହୋଇଯିବ । ଅର୍ଥାତ ଆପଣଙ୍କୁ ୭.୧୯ ଲକ୍ଷ ଟଙ୍କା ସୁଧ ଆକାରରେ ମିଳିବ । ଠିକ ସେହି ଭଳି ଯଦି ଆପଣ ନିବେଶର ସମୟ ଶିମାକୁ ଆଉ ୫ ବର୍ଷ ବୃଦ୍ଧି କରିଦିଅନ୍ତି ତେବେ ଆପଣଙ୍କ ଟଙ୍କା ୨୦ ବର୍ଷରେ ୨୫ ଲକ୍ଷ ୪୪ ହଜାର ଟଙ୍କା ।