ଦୀପାବଳୀ ମିଠେଇ : ଦୀପାବଳୀରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମିଠେଇ ରସମଲାଇ ।

60

ଆଲୋକର ପର୍ବ ଦୀପାବଳୀରେ ଯଦି ମିଠେଇର ସ୍ୱାଦ ନ ଚାଖିଲେ ତେବେ ଦୀପାବଳୀ ଯେମିତି ଖାଲି ଖାଲି ଲାଗେ । ଏହି ଦୀପାବଳୀରେ କେବଳ ବାଣ ଫୁଟାଇ ସନ୍ତୁଷ୍ଟି ନହୋଇ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମିଠା । ତେବେ ଆସନ୍ତୁ ଏଭଳି ଏକ ସୁଆଦିଆ ମିଠାର ବିଧି ଆମେ ଆପଣଙ୍କୁ କହିବୁ । ଏହି ମିଠେଇକୁ ଘରେ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଏବଂ ସମସ୍ତଙ୍କୁ ଖୁଆନ୍ତୁ ।

ରସମଲାଇ :

କଞ୍ଚାକ୍ଷୀର – ୨ ଲିଟର

ଆଲମଣ୍ଡ – ୫ ରୁ ୬ ଟି

କଟା ପିସ୍ତା – ୧/୨ ଚାମଚ

କେସର

ଲେମ୍ବୁରସ – ୨ ଚାମଚ

ଚିନି – ୩୦୦ ଗ୍ରାମ୍

ପ୍ରସ୍ତୁତି ବିଧି :

ଗ୍ୟାସରେ ୧ ଲିଟର କଞ୍ଚାକ୍ଷୀରକୁ ଗରମ କରନ୍ତୁ । ଗରମ କରିବା ସମୟରେ ଏହି କ୍ଷୀରକୁ ଘାଣ୍ଟୁଥାନ୍ତୁ । ଏହାଦ୍ୱାରା ରସମଲାଇ ଖୁବ୍ ନରମ ହୋଇଥାଏ । କ୍ଷୀର ଗରମ ହେବାପରେ ଏଥିରେ ଚିନି ପକାନ୍ତୁ । ଏହାକୁ ଥଣ୍ଡା ହେବା ପାଇଁ କିଛି ସମୟ ଛାଡିଦିଅନ୍ତୁ ।

ଏବେ ଆଉ ଏକ କରେଇରେ ୧ ଲିଟର କଞ୍ଚାକ୍ଷୀରକୁ ଗରମ କରନ୍ତୁ । ଏବେ ଏକ ପାତ୍ରରେ ଦୁଇ ଚାମଚ ଲେମ୍ବୁରସ କିମ୍ବା ଭିନେଗାର ନେଇ ଏଥିରେ ଅଳ୍ପ ପାଣି ମିଶାନ୍ତୁ । କ୍ଷୀର ଭଲଭାବରେ ଫୁଟିବା ପରେ ଲେମ୍ବୁ ପାଣିର ମିଶ୍ରଣକୁ ଧିରେ ଧିରେ ଫୁଟୁଥିବା କ୍ଷୀରରେ ପକାନ୍ତୁ । ଏହାପରେ ଆପଣ ଛଣା ସାହାର୍ଯ୍ୟରେ ଛେନାକୁ ପ୍ରସ୍ତୁତ କରନ୍ତୁ ।

ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ରାବିଡି କ୍ଷୀରର କିଛି ଚାମଚ ନେଇ ୧/୨ ଚାମଚ କେସରରେ ମିଶାନ୍ତୁ ଏବଂ ରାବିଡିକୁ କମ୍ ଆଞ୍ଚରେ ସିଝିବା ପାଇଁ ଛାଡିଦିଅନ୍ତୁ । ଆଉ ଏକ ପାତ୍ରରେ ୧/୪ ଚାମଚ ଚିନି ସଙ୍ଗେ ୩ କପ୍ ପାଣି ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଗ୍ୟାସରେ ଗରମ କରନ୍ତୁ । ଏହି ସିରା ପ୍ରସ୍ତୁତ ହେବା ପରେ ଛେନାକୁ କାଢିଆଣନ୍ତୁ ଏବଂ ସେଥିରେ ମଇଦା ମିଶାଇ ଭଲ ଭାବରେ ଗୋଳାନ୍ତୁ । ଛେନା ସହ ମଇଦା ଭଲଭାବରେ ଗୋଳେଇଗଲା ପରେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଦବାନ୍ତୁ । ଏବେ ପୂର୍ବରୁ ଫୁଟୁଥିବା ସୀରାରେ ଏହି ଛେନାକୁ ପକାଇ ୧୦ ମିନିଟ୍ ଫୁଟାନ୍ତୁ । ଫୁଟିଗଲା ପରେ ଛେନାକୁ ବାହାର କରିନିଅନ୍ତୁ ।

ପୂର୍ବରୁ ପ୍ରସ୍ତୁତ ହୋଇଥିବା ରାବିଡିରେ କ୍ଷୀର କେସରର ମିଶ୍ରଣକୁ ପକାନ୍ତୁ । କେସରର ରଙ୍ଗ ଆସିବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଏଥିରେ ଏବେ କଟା ଯାଇଥିବା ପିସ୍ତା ଏବଂ ଅଳେଇଚ ଗୁଣ୍ଡ ପକାନ୍ତୁ । ରାବିଡି ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ବର୍ତ୍ତମାନ ଛେନା ବା ମଲାଇକୁ ପ୍ଲେଟରେ କାଢିନିଅନ୍ତୁ ଏବଂ ଏଥିରେ ଥଣ୍ଡା ଥଣ୍ଡା ରାବିଡି ପକାନ୍ତୁ । ଉପରେ ପିସ୍ତା ଏବଂ ଆଲମଣ୍ଡ ପକାଇ ରସମଲାଇକୁ ଆହୁରି ସୁନ୍ଦର କରି ଖାଆନ୍ତୁ ।