ଦୀପାବଳୀ ମିଠେଇ : ଦୀପାବଳୀ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ରାଜସ୍ଥାନୀ ସୁଆଦିଆ ମିଠେଇ ମାୱା ମାଲପୁଆ ।

73

ଦୀପାବଳୀ ଭଳି ପର୍ବ ହେବ ଏବଂ ମିଠେଇ ଖାଇବାକୁ ମିଳିବନାହିଁ ୟେ ତ ଅସମ୍ଭବ । କିଛି ଲୋକ ବାହାରୁ ମଧ୍ୟ ମିଠେଇ କିଣି ଆଣନ୍ତି । କିନ୍ତୁ ସ୍ୱଳ୍ପ ସମୟରେ ଘରୋଇ ମିଠେଇର ସ୍ୱାଦ ଏବଂ ଏଥିରେ ରାଜସ୍ଥାନୀ ତଡକା ଦେବାପାଇଁ ଘରେ ପ୍ରସ୍ତୁତ କରନ୍ତୁ ମାୱା ମାଲପୁଆ ।

ମାୱା ମାଲପୁଆ : 

କ୍ଷୀର – ୩ କପ୍

ଖୁଆ – ୧ କପ୍

ଚିନି – ୧/୨ କପ୍

ମଇଦା – ୧ କପ୍

ପିସ୍ତା – ୭ କିମ୍ବା ୮ ଟି

ଅଳେଇଚ ଗୁଣ୍ଡ

ପ୍ରସ୍ତୁତି ବିଧି :

ମାୱା ମାଲପୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କ୍ଷୀରକୁ ଅଳ୍ପ ଗରମ କରନ୍ତୁ । ଖୁଆରେ ଅଳ୍ପ ଗରମ କ୍ଷୀର ପକାଇ ପ୍ରଥମେ ଚିକ୍କଣରେ ମିକ୍ସ କରିଦିଅନ୍ତୁ ପରେ ଏଥିରେ ମଇଦା ଏବଂ ଅଳେଇଚ ଗୁଣ୍ଡ ପକାଇ ଭଲଭାବରେ ମିକ୍ସ କରିନିଅନ୍ତୁ । ଚିକ୍କଣ ନହେବା ପର୍ଯ୍ୟନ୍ତ ଏହାକୁ ଘାଣ୍ଟୁଥାନ୍ତୁ ।

ଅନ୍ୟ ଏକ ପ୍ୟାନରେ ଦେଢ କପ୍ ଚିନିରେ ଏକ କପ୍ ପାଣି ମିଶାଇ ଏହାକୁ ସୀରା ହେବା ପାଇଁ ଛାଡି ଦିଅନ୍ତୁ । ଏହି ସୀରାକୁ ଖୁବ୍ ପତଳା କରନ୍ତୁ । ଏବେ ଆଉ ଏକ କରେଇ ଘିଅ ପକାନ୍ତୁ ଏବଂ ଏଥିରେ ଖୁଆ,ମଇଦା ଏବଂ କ୍ଷୀରର ମିଶ୍ରଣକୁ ପକାଇ ମାଲପୁଆ ପ୍ରସ୍ତୁତ କରନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ କରିିଥିବା ସୀରାରେ ଏହି ମାଲପୁଆକୁ ବୁଡାଇ ରଖନ୍ତୁ । କିଛି ସମୟ ସୀରାରେ ବୁଡି ରହିବା ପରେ ମାଲପୁଆକୁ ଏକ ପ୍ଲେଟକୁ ବାହାର କରନ୍ତୁ ଏବଂ ଏହା ଉପରେ କଟା ହୋଇଥିବା ପିସ୍ତା ପକାଇ ଗରମ ଗରମ ଖାଆନ୍ତୁ ସ୍ୱାଦିଷ୍ଟ ମାୱା ମାଲପୁଆ ।