ହ୍ୱାଟସଆପରେ ବ୍ୟକ୍ତିଗତ ଚାର୍ଟକୁ କିପରି କରିବେ ଲକ୍ ! ଆପଣାନ୍ତୁ ଏହି ଉପାୟ

37

ଆଜିକାଲି ପିଲାଠାରୁ ବୁଢ଼ାଯାଏ ସମସ୍ତେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି । ତେବେ ହ୍ୱାଟସଆପ ବ୍ୟବହାରକାରୀ ବେଳେ ବେଳ ଚିନ୍ତାରେ ଥାଆନ୍ତି ତାଙ୍କର କିଛି ବ୍ୟକ୍ତିଗତ ଚାର୍ଟ କାଳେ ସମସ୍ତ ଦେଖିଦେବେ । କିନ୍ତୁ କିଛି ଉପାୟ ନପାଇ ଅନେକ ୟୁଜର ସୁରକ୍ଷା ପାଇଁ ତଥ୍ୟ ଡିଲିଟ୍ କରିବା ପାଇଁ ବାଧ୍ୟ ହୁଅନ୍ତି । ତେବେ ଆପଣଙ୍କୁ ଆଉ ଏପରି କିଛି କରିବା ପାଇଁ ପଡ଼ିବ ନାହିଁ । ଆପଣଙ୍କ ଚାର୍ଟକୁ ଯେପରି କେହି ଦେଖିପାରିବେ ନାହିଁ ସେ ନେଇ ଆଲୋଚନା କରିବା । ଯଦ୍ୱାରା ଆପଣଙ୍କ ବ୍ୟତୀତ ଆଉ କେହି ପଢ଼ିପାରିବେ ନାହିଁ ଆପଣଙ୍କ ଚାର୍ଟ । ଏଥିପାଇଁ ଗୁଗଲ ପ୍ଲେଷ୍ଟୋରରୁ ହ୍ୱାଟସଆପ୍ ଚାର୍ଟ ଲକର ଆପ୍ ଇନଷ୍ଟୋଲ କରନ୍ତୁ । ଏହି ଆପ ଇନଷ୍ଟୋଲ କରି ଓପନ କଲେ ଏକ ପାସୱାର୍ଡ଼ ଦେବାକୁ ପଡ଼ିବ । ଏହି ପାସୱାର୍ଡ଼ରେ ହେବ ଚାର୍ଟ ଲକ୍ । ଚାର୍ଟ ଲକର ଆପ୍ ବ୍ୟବହାର ପରେ ଯଦି ଆପଣଙ୍କ ଚାର୍ଟକୁ କେହି ଓପନ କରନ୍ତି, ତେବ ପାସୱାର୍ଡ଼ ମାଗିବ ।

ଆସନ୍ତୁ ଜାଣିବା ଏହି ଆପ ବିଷୟରେ କିଛି କଥା –
– ଏହା ଏକ ମାଗଣା ଆପ୍ ଯାହା ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ।
– ଏହା ୧.୩୦ ଏମିବିର ଆପ । ୪.୦ କିମ୍ବା ତା’ଉପର ଭର୍ସନରେ ଏହି ଆପ୍ କାମ କରେ ।
– ଆପକୁ ଗ୍ରାହକ ବହୁତ ପସନ୍ଦ କରୁଥିବା କୁହାଯାଇଛି । ଏହି ଆପକୁ ୟୁଜର ୪.୩ ରେଟିଂ ଦେଇଛନ୍ତି ।

ଚାର୍ଟ ଲକର ଆପ୍ ବ୍ୟବହାର କରିବା ପରେ ହ୍ୱାଟସଆପକୁ ଆଉ ଲକ୍ କରିବା ପାଇଁ ପଡ଼ିବ ନାହିଁ । ଏହି ଆପ ଦ୍ୱାରା ଅପାଣ କୌଣସି ବି ଚାର୍ଟକୁ ଲକ କରିପାରିବେ । ଏହା ଆପଣଙ୍କ ଫୋନରେ ଅନ୍ୟ ହାତରେ ଥିଲେ ବି କିଛି ଭୟ କରିବାର ନାହିଁ କାରଣ କେହି ଚାହିଁଲେ ମଧ୍ୟ ଆପଣଙ୍କ ଚାର୍ଟ ଦେଖିପାରିବେ ନାହିଁ ।