ଖୁସିରେ ଜୀବନ ଅତିବାହିତ କରିବା ପାଇଁ ଚାହୁଁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . .

77

ଜୀବନକୁ ନେଇ ପ୍ରତ୍ୟେକଙ୍କ ବିଚାର ଭିନ୍ନ ଭିନ୍ନ । ତେବେ ଜୀବନ ହେଉଛି ଏମିତି ଏକ ଦୁର୍ଲଭ ଜିନିଷ, ଯାହାକି ଆମକୁ ବଡ଼ ଭାଗ୍ୟରୁ ହିଁ ମିଳିଥାଏ । ଯଦି ଥରେ ମାତ୍ର ଆମ ଜୀବନର ଶେଷ ହୁଏ ତ ତେବେ ଆମକୁ ତାହାକୁ ଆଉ ଫେରିପାଉନା । ତେଣୁ ଜୀବନକୁ ଆନନ୍ଦର ସହ ଅତିବାହିତ କରିବାରେ ହିଁ ଏହାର ସାର୍ଥକତା । ଆସନ୍ତୁ ଜାଣିବା ଜୀବନକୁ ଖୁସିରେ ବିତାଇବାର ଉପାୟ ବିଷୟରେ . . .

୧-ସର୍ବଦା ହିଁ ହସନ୍ତୁ- ଜୀବନରେ ସର୍ବଦା ହିଁ ହସିବା ଦରକାର । ଯଦି ଆମେ ସବୁବେଳେ ହସିବା, ଆମେ କମ୍‌ ସମୟ ମଧ୍ୟରେ ଅଧିକ ଜୀବନ ଜିଇଁ ପାରିବା । ତେଣିକି ଜୀବନଟା କେତେ ବା ଛୋଟ ହେଉନା କାହିଁକି ଆମକୁ ଜୀବନକୁ ନେଇ କୌଣସି ବି ଲୋଭ ରହିବନି ।

୨-ଜୀବନରେ ଖୁସିରେ ରହିବାକୁ ଆତ୍ମବିଶ୍ୱାସ ଏବଂ ପ୍ରେରଣା ନିହାତି ଆବଶ୍ୟକ- ଯେଉଁ କାମ କରିଲେ ଆପଣ ଖୁସି ଅନୁଭବ କରନ୍ତି ଏବଂ ସେହି କାମ କରିବା ଦ୍ୱାରା କାହାରି କିଛି ହେଲେ ଖରାପ ଘଟିନଥାଏ ,ସେହି କାମକୁ ଆପଣ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ କରନ୍ତୁ । ଏହା ଆପଣଙ୍କୁ ପ୍ରେରଣା ଯୋଗାଇଥାଏ ।

୩- ଆପଣାର ଲୋକଙ୍କ ସହ ଜୀବନ ବିତାନ୍ତୁ – ନିଜ ଲୋକଙ୍କ ସହିତ ଜିଇଁବା ଦ୍ୱାରା ଜୀବନକୁ ବଡ଼ ଖୁସି ମିଳିଥାଏ । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଜୀବନ ଅଛି, ସର୍ବଦା ଆପଣାର ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତୁ ।

୪-କାହା ପ୍ରତି ମନରେ ଘୃଣାଭାବ ରଖନ୍ତୁ ନାହିଁ- ଜୀବନର ଅନ୍ୟ ନାମ ହେଉଛି ପ୍ରେମ ଏବଂ ଆପଣାପଣ ସହିତ ଜିଇଁବା । ତେଣୁ ଆପଣ ନିଜ ମନରେ କେବେ ବି କାହାରିକୁ ନେଇ ଘୃଣାଭାବ ରଖନ୍ତୁ ନାହିଁ ବରଂ ସମସ୍ତଙ୍କ ପ୍ରତି ଭଲପାଇବା ଏବଂ ଆପଣାପଣ ରଖନ୍ତୁ ।  ଯାହାକି ଜୀବନକୁ ଖୁସି ପ୍ରଦାନ କରିଥାଏ ।

୫-ସମସ୍ତଙ୍କୁ ଖୁସିରେ ରଖନ୍ତୁ – ଜୀବନର ଅର୍ଥ କେବଳ ନିଜକୁ ଖୁସିରେ ରଖିବାରେ ସଂପୂର୍ଣ୍ଣ ହୋଇ ନ ଥାଏ  ।ବରଂ ଜୀବନ ସେତିକିବେଳେ ପରିପୂର୍ଣ୍ଣ ହୁଏ,ଯେତେବେଳେ କି ଆପଣ ଅନ୍ୟମାନଙ୍କୁ ବି ଖୁସି ଦେଇପାରନ୍ତି ।

୬-ନିଜେ ନିଜକୁ ସୁସ୍ଥ ରଖନ୍ତୁ –  ଯଦି ଆପଣ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ଉପଭୋଗ କରିବାକୁ ଚାହୁଁଥା’ନ୍ତି , ତେବେ ପ୍ରଥମେ ନିଜକୁ ସୁସ୍ଥ ରଖନ୍ତୁ, ଯାହାକି ଖୁସି ରହିବାର ଆଧାର ।