ଆଧାର ସହ ଡ୍ରାଇଭିଙ୍ଗ୍ ଲାଇସେନ୍ସକୁ ଅତି ସହଜରେ ଲିଙ୍କ୍ କରନ୍ତୁ : ଜାଣନ୍ତୁ ପୁରା ପ୍ରକ୍ରିୟା

77

କେନ୍ଦ୍ରସରକାର ଆଧାରକୁ ସମସ୍ତ ଜରୁରୀଦସ୍ତାବିଜ ସହିତ ସଂଯୋଗ କରିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି । ତେବେ ନିକଟରେ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ସଂଯୋଗ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା । ଏହାକୁ ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ ବିଭାଗ ତରଫରୁ ଜାରି କରାଯାଇଥାଏ । ତେଣୁ ଏହାର କୌଣସି ୟୁନିଭର୍ସଲ ୱେବସାଇଟ ନାହିଁ । ଯାହାଫଳରେ କି ଆଧାର ସଂଯୋଗ କରାଯିବ । ତେବେ ଆସନ୍ତୁ ଜାଣିବା ଏହି ୪ଟି ସହଜ ଉପାୟକୁ ଆପଣାଇ ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସକୁ ସଂଯୋଗ କରି ପାରିବେ ।

୧. ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟର ଅଧିକାରୀ ୱେବସାଇଟକୁ ଯାଆନ୍ତୁ, ଯେଉଁଠାରୁ ଆପଣଙ୍କ ଲାଇସେନ୍ସ ଜାରି ହୋଇଛି ।

୨. ପେଜ୍‌ରେ ଯେଉଁଠାରେ ଆଧାର ନମ୍ବର ଏଣ୍ଟି ସୂଚିତ ଥିବ ସେ ସ୍ଥାନକୁ ଖୋଜନ୍ତୁ । ଏହି ଅପସନ୍‌କୁ ଚୟନ କରିବା ପରେ ‘ସର୍ଚ୍ଚ ଏଲିମେଣ୍ଟ’ରେ ଡ୍ରାଇଭିଂ ଲାଇସେନ୍ସ ଦିଅନ୍ତୁ । ଏହାପରେ ଆପଣଙ୍କୁ ଲାଇସେନ୍ସର ନମ୍ବର ଦେବାକୁ ପଡ଼ିବ ।

୩. ଏହାପରେ ଆପଣ ଆଧାର ନମ୍ବର ଦିଅନ୍ତୁ ।

୪.ସବମିଟ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ । ଆପଣଙ୍କୁ ଏକ ଓଟିପି ମିଳିବ, ଯାହା ଆପଣ ପଞ୍ଜିକରଣ ମୋବାଇଲ ନମ୍ବରରେ ଯିବ । ଏଥିରେ ଓଟିପିକୁ ଦେଇ ସବମିଟ୍‌ କରି ଦିଅନ୍ତୁ ।

ତେବେ ଆସନ୍ତୁ ଜାଣିବା ଆଧାରକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୋଗ କରିବା କାହିଁକି ଜୁରୁରୀ

୧. ପ୍ରଥମତଃ ନକଲି ଲାଇସେନ୍ସ ସମ୍ପର୍କରେ ସୂଚନା ମିଳିଥାଏ ।
୨. ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ସଂଯୋଗ କରିବା ଦ୍ୱାରା ଅଧିକାରୀଙ୍କୁ ଏକାଧିକ ଲାଇସେନ୍ସ ରଖିଥିବା ବ୍ୟକ୍ତିଙ୍କୁ ଧରିବାରେ ସୁବିଧା ହେବ ।