ଆପଣଙ୍କ ପରିଚୟପତ୍ରରେ ଆକ୍ଟିଭେଟ ହୋଇଛି କି ଅନ୍ୟ କûହାର ଜିଓ ସିମ୍ ? ଜାଣିବେ କିପରି

93

ଏବେ ପୂରା ଭାରତରେ ଜିଓ ଜମାନା ଚାଲିଛି । ପ୍ରଥମେ ମାଗଣା ସିମ ଏବଂ ଏବେ ମାଗଣା ଫୋନ । ଲୋକଙ୍କୁ ଏକରକମ ବାନ୍ଧି ରଖିଛି ନିଜ ସାଥୀରେ । ଗତବର୍ଷ ଯେତେବେଳେ ଜିଓ ସିମ୍ ବଜାରକୁ ଆସିଲା ସେତେବେଳେ ଏହି ସିମ୍ ପାଇବା ପାଇଁ ଲୋକ ମାନେ ବିଭିନ୍ନ ରିଲାଏନ୍ସ ଅଫିସ ସାମ୍ନାରେ ଲମ୍ବା ଲାଇନ ଲଗାଇଥିଲେ । ଏହି ସିମ୍ ପାଇବା ପାଇଁ ସେତେବେଳେ କେବଳ ଆଧାରକାର୍ଡ ଆବଶ୍ୟକ ଥିଲା । କିନ୍ତୁ ଏବେ ଜିଓ ସିମକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ହତଚକିତ କରିଦେବ । ଜିଓ ସିମର ସେଲ ବଢାଇବା ପାଇଁ ପୂର୍ବରୁ ସକ୍ରିୟ ହୋଇଥିବା ସିମ ଦେବା ଆରମ୍ଭ କଲାଣି । ତେବେ ଏଭଳି କ୍ଷେତ୍ରରେ ମନରେ ପ୍ରଶ୍ନ ଉଠେ ଯେ ଏହି ସିମ ଗୁଡିକ ବିନା ପରିଚୟପତ୍ରରେ କିପରି ସକ୍ରିୟ କରାଯାଉଛି । ଆପଣ ଦେଇଥିବା ପରିଚୟ ପତ୍ରରେ ଏହି ସିମ୍ ଗୁଡିକ ଆକ୍ଟିଭେଟ କରାଯାଉନି ତ? ଆପଣଙ୍କ ପରିଚୟପତ୍ରରେ ସକ୍ରିୟ ହେଇଥିବା ସିମ ଆଉ କେହି ବ୍ୟବହାର କରୁନାହାନ୍ତି ତ ? ଏହାର ଯାଞ୍ଚ ମଧ୍ୟ ଆପଣ ବେଶ ଆରାମରେ କରିପାରିବେ । ଏଥିପାଇଁ କିଛି ଉପାୟ ଜାଣି ରଖନ୍ତୁ ।

jio simଇନ୍ଦୋରରେ ପୂର୍ବରୁ ସକ୍ରିୟ କରାଯାଇଥିବା ସିମ ବିକ୍ରି କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଏବେ ଏହି ଘଟଣାର ଯାଞ୍ଚ କରୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଓ ଗ୍ରାହକଙ୍କ ମନରେ ଛନକା ପଶିଛି । ଜିଓ ସିମ କିଣିବା ବେଳେ ଆପଣ ଦେଇଥିବା ଫିଙ୍ଗରପ୍ରିଣ୍ଟ ଓ ଆଧାର କାର୍ଡର କୋର୍ଡକୁ ବାରମ୍ବାର ବ୍ୟବହାର କରାଯାଇପାରିବ । ଆଉ ଏଭଳି ମଧ୍ୟ କରାଯାଉଛି । ଗୋଟିଏ ଆଧାର କାର୍ଡ ଆଇଡିରୁ ୫ରୁ ୬ଟି ସିମ୍ ଆକ୍ଟିଭେଟ କରାଯାଇପାରୁଛି । କିଛି ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ସିମ କିଣିବା ବେଳେ ଦେଉଥିବା ପରିଚୟପତ୍ର ଉପରେ ସ୍ୱଷ୍ଟ ଭାବେ ଲେଖନ୍ତୁ ଯେ ଏହି ପରିଚୟପତ୍ର ଥରେ ମାତ୍ର ବ୍ୟବହାର ଯୋଗ୍ୟ ।

ଏହାଛଡା ପରିଚୟପତ୍ରର ଫଟୋକପି ଉପରେ ସିମର ଆଇଏମଇଆଇ ନମ୍ବର ଲେଖିବା ନିହାତି ଆବଶ୍ୟକ । ଏହି ଆଇଏମଇଆଇ ନମ୍ବର ସିମ ଖୋଳର ଉପର ପାଶ୍ୱର୍ରେ ସ୍ପଷ୍ଟ ଭାବେ ଲେଖାଥାଏ । ପରିଚୟପତ୍ରରେ ଆଇଏମଇଆଇ ନମ୍ବର ଲେଖିବା ଦ୍ୱାରା ଅନ୍ୟ କେଉଁଠି ଏହାର ବ୍ୟବହାର ହୋଇ ପାରି ନଥାଏ । ଏହାଛଡା ପରିଚୟପତ୍ରର ଫଟୋକପି ଉପରେ ଲେଖନ୍ତୁ ଯେ, ଏହି ପରିଚୟପତ୍ରକୁ ଯଦି ଅନ୍ୟ କେଉଁଠି ବ୍ୟବହାର କରାଯିବ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଦ୍ୱାରା ଆପଣଙ୍କ ଡକ୍ୟୁମେଣ୍ଟ ସମୂର୍ଣ୍ଣ ଭାବେ ସୁରକ୍ଷିତ ରହିବ ।

aadhaar jioଏହାଛଡା ଯଦି ଆପଣଙ୍କ ପରିଚୟପତ୍ରରେ ଆକ୍ଟିଭେଟ ହୋଇଥିବା ସିମକୁ ଯଦି ଅନ୍ୟ କେହି ବ୍ୟବହାର କରୁଥିବାର ସନ୍ଦେହ ହୁଏ ତେବେ ରିଲାଏନ୍ସ କଷ୍ଟମର କେୟାର ନମ୍ବରକୁ କଲ କରନ୍ତୁ । ୧୯୮ ନମ୍ବରକୁ କଲ କରି ଆପଣଙ୍କ ପରିଚୟପତ୍ରରେ ଅନ୍ୟ ସିମ ଆକ୍ଟିଭେଟ ହୋଇଛି କି ନାହିଁ ତାହା ଜାଣି ପାରିବେ । ଏହାବାଦ୍ ଜିଓ ୱେବାସାଇଟରେ ଏକ ଆକାଉଣ୍ଟ ଖୋଲି ମାଇଁ ଆକାଉଣ୍ଟ ଅପ୍ସନକୁ ଯାଇ ନିଜ ଆଧାର ନମ୍ବର ଦେଇ ଆକ୍ଟିଭେଟ ହୋଇଥିବା ସିମ ବିଷୟରେ ଜାଣି ପାରିବେ । ଏଥିପାଇଁ ଜିଓ କଷ୍ଟମର କେୟାରକୁ ଆପଣଙ୍କ ଆଧାର କାର୍ଡର ନମ୍ବର ଦେବା ପରେ ଆପଣଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ବିନା ଡକୁମେଣ୍ଟ ରେ ସିମ ମିଳୁଥିବା ଖବର ପୂର୍ବରୁ ଅନେକଥର ସାମ୍ନାକୁ ଆସିଛି । ଏପରିକି କିଛି ଖଳ ପ୍ରକୃତିର ଲୋକ ଏହି ବିନା ପରିଚୟପତ୍ର ଥିବା ସିମର ବ୍ୟବହାର କରି ବିଭିନ୍ନ ଅପରାଧ ଘଟାଇଥାନ୍ତି । ତେଣୁ ସମୟ ପୂର୍ବରୁ ନିଜ ଆଧାରକାର୍ଡ କିମ୍ବା ପରିଚୟପତ୍ରରେ କୌଣସି ସିମ ସକ୍ରିୟ ହୋଇଛି କି ନାହିଁ ତାହା ଭଲ ଭାବେ ପରଖି ନିଅନ୍ତୁ ।
ସୌଜନ୍ୟ- ଦୈନିକ ଭାସ୍କର