ହ୍ୱାଟସଆପରେ ଆପଣଙ୍କ ଫଟୋକୁ ଲୁଚି ଲୁଚି କିଏ ଦେଖୁଛି ? କିପରି ଜାଣିବେ . . .

81

ହ୍ୱାଟସଆପର ନୂଆ ଷ୍ଟାଟସ୍ ଫିଚର ବିଷୟରେ ଆପଣ ସମସ୍ତେ ଜାଣିଥିବେ ଓ ଏହି ସୁବିଧାର ଭରପୁର ମଜା ମଧ୍ୟ ଉଠାଉଥିବେ । ଗ୍ରାହକଙ୍କ ଚାହିଦା ମେଂଟାଇବା ପାଇଁ ହ୍ୱାଟସଆପ ମଧ୍ୟ ଗ୍ରାହକଙ୍କ ମନ ମୁତାବକ କାମ କରୁଛି । ଆପଣଙ୍କ ଷ୍ଟାଟସ୍ ଫିଚରକୁ କିଏ କିଏ ଦେଖୁଛନ୍ତି ଓ କେତେବେଳେ ଦେଖିଛନ୍ତି ସେକଥା ଆପଣ ଜାଣିପାରୁଥିବେ । କିନ୍ତୁ ଆପଣଙ୍କ ପ୍ରୋଫାଇଲ ଫଟୋ କିଏ କିଏ ଦେଖୁଛନ୍ତି ସେକଥା ଆପଣ ଜାଣିପାରୁନଥିବେ । ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣଙ୍କ ହ୍ୱାଟସଆପ ପ୍ରୋଫାଇଲ ଫଟୋ କୁ କିଏ କିଏ ଦେଖିଛନ୍ତି, ତେବେ ଆସନ୍ତୁ ଜାଣିବା ଏକ ଉପାୟ ।

ହ୍ୱାଟସଆପରେ ଏମିତି କିଛି ଫିଚର ନାହିଁ ଯେଉଁଠି ଆପଣ ଜାଣିପାରିବେ ଆପଣଙ୍କ ପ୍ରୋଫାଇଲ ଫଟୋକୁ କିଏ ଦେଖିଛି ନା ନାହିଁ । କିନୁ ଏକ ଆପ୍ ସାହାଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ପ୍ରୋଫାଇଲ ଫଟୋକୁ କିଏ ଦେଖୁଛି । ତେବେ ସର୍ବପ୍ରଥମେ ଗୁଗଲ ଷ୍ଟୋରରୁ ଯାଇ ଦ୍ୱାଟସ ଟ୍ରାକର ନାମକ ଏକ ଆପ୍ ଡାଉନଲୋଡ଼ କରନ୍ତୁ ।

ଡାଇନଲୋଡ଼ କରିସାରିବା ପରେ ଏହି ଆପକକୁ ଓପନ କରନ୍ତୁ । ଏଥିରେ ଆପଣଙ୍କକ ନାମ , ମୋବାଇଲ ନମ୍ବର ଆଦି ବିବରଣୀ ଦେଇ ସାଇନ୍ ଇନ୍ ଅପ୍ସନରେ କ୍ଲିକ୍ କରନ୍ତୁ । ତେବେ ଏଥିରେ ଧ୍ୟାନ ରଖନ୍ତୁ ହ୍ୱାଟସଆପରେ ଯେଉଁ ନାମ ଅଛି ସେହି ନାଁ ହିଁ ଦିଅନ୍ତୁ । ପ୍ରଥମ ଏଥିରେ କଣ୍ଟାକ୍ଟ ତାଲିକା ଦେଖାଯିବ । ଏହାସହ ଏଥିରେ ଭିଜିଟିଙ୍ଗ୍ ତଥା ଯେଉଁମାନେ ଆପଣଙ୍କ ଫଟୋ ଦେଖିଛନ୍ତି ସେମାନଙ୍କର ଏକ ତାଲିକା ଦେଖାଯିବ । ଏହି ଆପର ଶେଷ ଅପ୍ସନରେ ଅଛି ଭିଜିଟର୍ । ଏଥିରେ ଆପଣଙ୍କୁ ସେହି ଲୋକଙ୍କ ତାଲିକା ଦେଖାଯିବ ଯେଉଁମାନେ ହ୍ୱାଟସଆପରେ ଆପଣଙ୍କ ଫଟୋ ଦେଖିଥିବେ ।