ଶରୀରରେ ପ୍ରୋଟିନର ଅଭାବ ଅଛି ! ଜାଣିବେ କେମିତି ? ପଢନ୍ତୁ ଏହି ରିପୋର୍ଟ

123

ସୁସ୍ଥ ରହିବା ପାଇଁ ହେଲେ ଶରୀରକୁ ପ୍ରୋଟିନ୍ ନିହାତି ଆବଶ୍ୟକ । ଯଦି ଶରୀରରେ ପ୍ରୋଟିନ୍ କମ୍ ହୁଏ ତେବେ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ । ଆମ ଶରୀର ମାଂସ ପେଶୀ ପାଇଁ ପ୍ରୋଟିନ୍ ନିହାତି ଆବଶ୍ୟକ । ଯଦି ଆପଣ ମଧୁମେହ, ମୋଟାପଣ ଆଦି ସମସ୍ୟାରେ ପୀଡିତ ତେବେ ହୋଇ ପ୍ରୋଟିନ୍ ଗ୍ରହଣ କରନ୍ତୁ ଏବଂ ମୁକ୍ତି ପାଆନ୍ତୁ । ହେଲେ କେମିତି ଜାଣିବେ ଶରୀରେ ପ୍ରୋଟିନ୍ କମ୍ ହୋଇଛି ବୋଲି ? ନଜର ପକାନ୍ତୁ ଏହି ରିପୋର୍ଟ ଉପରେ :

ଭୋକ ଏବଂ ଥକା ଲାଗିବା : ଯଦି ଟିକ୍ ଭାବରେ ଭୋକ ନଲାଗିବା ଏବଂ ଥକା ଲାଗିବା ଭଳି ସମସ୍ୟା ଦେଖାଯାଏ ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ପ୍ରୋଟିନ୍ ଆବଶ୍ୟକ କରୁଛି । ଏହା ସହ ପାସ୍ତା, ଚକଲେଟ୍, କୋଲ୍ଡ ଡ୍ରିଙ୍କସ ପିଅନ୍ତୁ ନାହିଁ । କାରଣ ଏସବୁ ଖାଇଲେ ଶରୀରରେ ସୁଗାରର ମାତ୍ରା ବଢିଯାଏ ଏବଂ ଥକା ଲାଗିଥାଏ ।

ଶାରୀରିକ ପୀଡା : ଯଦି ଆପଣଙ୍କ ମୁଣ୍ଡ ଅନେକ ସମୟରେ ବିନ୍ଧୁଥାଏ ତେବେ ଏହାର କାରଣ ପ୍ରୋଟିନ୍ ଅଭାବ ହୋଇଥାଇପାରେ । ଏନିମିଆ ଏବଂ ବ୍ଲଡ୍ ସୁଗାର କାରଣରୁ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ । ଯଦି ଆପଣ ଏହି ସବୁ ସମସ୍ୟାର ସମ୍ମୁଖୀନ ତେବେ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢାଇ ଦିଅନ୍ତୁ । ଏହା ଦ୍ୱାରା ମୁଣ୍ଡ ବିନ୍ଧା ଏବଂ ଅନ୍ୟାନ୍ୟ ଶାରୀରିକ ପୀଡା ଭଲ ହୋଇଥାଏ ।

ହିମୋଗ୍ଲୋବିନର ଅଭାବ : ସେହିପରି ଯଦି ଆପଣ ରକ୍ତରେ ହିମୋଗ୍ଲୋବିନ୍ କମ୍ ଅଛି ତାହେଲେ ଶରୀର ପ୍ରୋଟିନ୍ ଆବଶ୍ୟକ କରୁଛି । ଏଭଳି ସମସ୍ୟା ଥିଲେ ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନିଅନ୍ତୁ ।

ଡଲନେସ୍ : ଯଦି ଆପଣ ଚାହୁଛନ୍ତି ଆପଣଙ୍କ ତ୍ୱଚା ଉଜ୍ଜଳ ଲାଗୁ ତେବେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଶରୀରରେ ପ୍ରୋଟିନ୍ ଅଭାବ ହେଲେ ତ୍ୱଚାରେ ଚମକ ଆସେ ନାହିଁ ।