ଜାଣିଛନ୍ତି କି , ଆପଣଙ୍କ ଆଧାର କାର୍ଡ ହେଉଛି ବ୍ୟବହାର ?

86

ସରକାର ଧିରେ ଧିରେ ଅଧାର କାର୍ଡର ମହତ୍ୱକୁ ବଢ଼ାଉଛନ୍ତି । ଆପଣ ଆପଣଙ୍କ ଆଧାର କାର୍ଡକୁ କେଉଁ କେଉଁ ସ୍ଥାନରେ ବ୍ୟବହାର କରୁଛନ୍ତି, ତା’ ବିଷୟରେ କ୍ୱଚିତ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଏହି ଉପରେ ସୂଚନା ଦେବାକୁ ଯାଉଛୁ କି ଆପଣ କେମିତି ଜାଣିବେ ଯେ ଆପଣ ଆପଣଙ୍କ ଆଧାର କାର୍ଡ ନମ୍ବର କୁ ଗତ ୬ ମାସରେ କେଉଁଠି ବ୍ୟବହାର କରିଛନ୍ତି ।

ବିଶେଷ ଖବର ଏହା ଯେ ଏଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବନି, ନା କୁଆଡେ ଯିବାକୁ ପଡିବ । ଯଦି ଆପଣଙ୍କ ପାଖରେ କମ୍ପ୍ୟୁଟର ଓ ଇଣ୍ଟନେଟ ଅଛି , ତେବେ ଆପଣ ଘରେ ବସି ଏହି କାମ କରିପାରିବେ । ଏହାର ଫାଇଦା କଣ ଜାଣିଛନ୍ତି ? ଯଦି ଆପଣଙ୍କ ଆଧାରକୁ ଖରାପ ଦିଗରେ ବ୍ୟବହାର କରାଯାଉଛି, ତେବେ ଆପଣ ଏହା ଉପରେ ସଠିକ ପଦକ୍ଷେପ ନେଇପାରିବେ । ଆପଣ ଏହା ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ।

UIDAI ନିଜ ୱେବସାଇଟରେ କହିଛି ଯେ ଅଥେଣ୍ଟିକେସନ ଡିଟେଲ ଦେଖିବା ପାଇଁ ଓ ଆଧାର ଅଥେଣ୍ଟିକେସନ ହିସ୍ଟ୍ରି ଡାଟା ପାଇବା ପାଇଁ ଏହି ସୁବିଧାର ଲାଭ ଉଠାଇପାରିବା । ତା’ ସହିତ ଏହି ସୁବିଧାର ଅନଲାଇନ ଉପଯୋଗ କରିବା ପାଇଁ ଆପଣଙ୍କୁ ନିଜର ପଂଜିକୃତ ମୋବାଇଲ ନମ୍ବରର ଆବଶ୍ୟକତା ପଡିବ । ଆସନ୍ତୁ ଜାଣିବା ଏହାର ପୂରା ପ୍ରକ୍ରିୟା ।

• ସର୍ବ ପ୍ରଥମେ ନିଜ ବ୍ରାଉଜର ୱିଣ୍ଡୋରେ https://resident.uidai.gov.in/notification-aadhaar କୁ ଯିବାକୁ ପଡିବ । ଆପଣ ଏହାକୁ କପି ମଧ୍ୟ କରିପାରିବେ ଓ ଯେଉଁଠି ୱେବସାଇଟ ଦିଅନ୍ତି ସେଠି ପେଷ୍ଟ କରିପାରିବେ । କିମ୍ବା https://uidai.gov.in/ କୁ ଯାଇ ଅଧାର ସର୍ବିସେସର ସବୁଠୁ ତଳେ (Aadhaar Authentication History) ଆଧାର ଅଥେଣ୍ଟିକେସନ ହିସ୍ଟ୍ରିକୁ ଯିବାକୁ ପଡିବ ।

• ଏହାବାଦ ରିକ୍ୟୁଏଷ୍ଟ ବକ୍ସରେ ନିଜ ୧୨ ଡିଜିଟର ଆଧାର ନମ୍ବର ଦେବେ ଓ ତଳେ ସିକ୍ୟୋରିଟି କୋଡରେ ଡାହାଣ ପଟେ ଦେଖାଯାଉଥିବା ନମ୍ବରକୁ ଲେଖିବେ ।

• ତା’ପରେ ‘‘Generate OTP’’ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ମୋବାଇଲ ନମ୍ବରକୁ OTP ଆସିବ ।

• ପୁଣି ଏକ ପେଜ ଖୋଲିବ, ଯେଉଁଠି ଆପଣ କେତେରୁ କେତେ ସମୟ ପର୍ଯ୍ୟନ୍ତର ଡାଟା ଦେଖିବା ପାଇଁ ଚାର୍ହୁଛନ୍ତି ସେ ନେଇ OTP ଦେବାକୁ କୁହାଯିବ ।

• ଧ୍ୟାନ ଦିଅନ୍ତୁ ଆପଣ କେବଳ ୬ ମାସ ପର୍ଯ୍ୟନ୍ତା ଡାଟା ଦେଖି ପାରିବେ । ଏହା କରିବା ପରେ ଆପଣଙ୍କ ସାମନାରେ ତାରିଖ, ସମୟ ସହିତ ଆଧାର କାର୍ଡରେ ବ୍ୟବହାର କରାଯାଇଥିବା ସମସ୍ତ ସୂଚନା ସାମନାକୁ ଆସିବ । ଯଦି ଆପଣଙ୍କୁ ଆପଣଙ୍କ ଆଧାରର ହିସ୍ଟ୍ରିରେ କୈାଣସି ଗଡବଡ ଲାଗେ, ତେବେ ଆପଣ ଟଓଊଇଓ କୁ ୧୯୪୫ରେ କଲ କରି ଅଭିଯୋଗ କରିପାରିବେ ।