ଆପଣଙ୍କ ସମ୍ପର୍କୀୟ ବିପଦରେ ପଡ଼ିଥିଲେ, କିପରି ସାହାଯ୍ୟ କରିବେ ?

200

ଅନେକ ସମୟରେ ଆମ ପାଖକୁ ଅଜଣା ନମ୍ବରରୁ କଲ ଆସିଥାଏ । ବେଳେବେଳ ଏହି ଅଜଣା ନମ୍ବର ଆମ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଏହି ନମ୍ବର ବିଷୟରେ ଜାଣିବା ଆମର ଆବଶ୍ୟକ ହୋଇପଡେ । ଏହା ବ୍ୟତୀତ ଯଦି ଆମର କୌଣସି ସମ୍ପର୍କୀୟ ଅସୁବିଧାରେ ପଡିଛନ୍ତି ଏବଂ ତାଙ୍କ ପାଖକୁ କଲ ଲାଗୁନି । ତେବେ ଆପଣ ଚିନ୍ତିତ ନହୋଇ ସେ କେଉଁଠି ଅଛନ୍ତି ତାହା ଖୁବ ସହଜରେ ଜାଣି ପାରିବେ । ଏଥିପାଇଁ ଅନେକ ୱେବ ସାଇଟ୍ ରହିଛି ଯାହାଦ୍ୱାରା ନମ୍ବରର ଲୋକେସନ ବିଷୟରେ ସୂଚନା ମିଳିପାରିବ । ତେବେ ତଳେ ଦିଆଯାଇଥିବା ୱେବସାଇଟ୍ ଗୁଡିକୁ ଯାଇ ନମ୍ବରର ଲୋକେସନ ବିଷୟରେ ସୂଚନା ପାଇପାରିବେ ।

  1. http://trace.bharatiyamobile.com/
  2. http://www.bestmobilenumbertracker.com/
  3. http://www.mobilenumbertracker.com/
  4. http://www.findndtrace.com/trace-mobile-number-location
  5. http://bestcaller.com/

– ଏଥିପାଇଁ ସର୍ବପ୍ରଥମେ ଉପରୋକ୍ତ ଯେ କୌଣସି ୱେବସାଇଟକୁ ଯାଆନ୍ତୁ । ଏହାପରେ ଯେଉଁ ମୋବାଇଲ ନମ୍ବର ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେହି ମୋବାଇଲ ନମ୍ବରକୁ ବକ୍ସରେ ଲେଖନ୍ତୁ ।

– ଧ୍ୟାନ ରଖନ୍ତୁ ଯେ ନମ୍ବର ପୂର୍ବରୁ ୦ କିମ୍ବା +୯୧ର ବ୍ୟବହାର କରନ୍ତୁ ନାହିଁ ।

– ଏହାପରେ ସର୍ଚ୍ଚ ବଟନକୁ କ୍ଲିକ କରନ୍ତୁ । ସର୍ଚ୍ଚ କରିବା ପରେ ଆପଣଙ୍କ ମୋବାଇଲ ସ୍କ୍ରିନ ଉପରେ ଟେଲିକମ ସର୍କଲ, ଟେଲିକମ କମ୍ପାନୀ ସମେତ ଅନେକ ସୂଚନା ମିଳିପାରିବ ।

କେଉଁ ଦିଗ ପ୍ରତି ଧ୍ୟାନ ରଖିବେ –
– ଏହି ୱେବସାଇଟ୍ ଗୁଡିକରେ କେବଳ ମୋବାଇଲ ନମ୍ବରର ସୂଚନା ମିଳିଥାଏ । ଏଥିରେ ନମ୍ବରର ମାଲିକଙ୍କ ସୂଚନା ଦିଆଯାଇନଥାଏ । ଆପଣଙ୍କୁ କହିରଖୁଛୁ ଯେ ଟେଲିକମ କମ୍ପାନୀକୁ ଏପରି କରିବା ପାଇଁ ଅନୁମତି ଦିଆଯାଇନଥାଏ । କିନ୍ତୁ ଟ୍ରୁକଲର ଆପ ଜରିଆରେ ମଧ୍ୟ ନମ୍ବର ବିଷୟରେ ସୂଚନା ମିଳିପାରିବ ।

– ଏହି ୱେବସାଇଟ ଗୁଡିକରେ ସଠିକ ସୂଚନା ଦିଆଯାଇନଥାଏ । କାରଣ ନମ୍ବର ବିଷୟରେ ସୂଚନା ରାଜ୍ୟ ଏବଂ ସର୍ଭିସ ପ୍ରେଭାଇଡର ଗୁଡିକର ସୂଚନା ସାମିଲ ଥାଏ । ଯଦି ନମ୍ବରଟି ପୋର୍ଟ କରାଯାଇଥାଏ ତେବେ ପୁରୁଣା ସର୍ଭିସ ପ୍ରୋଭାଇଡରର ସୂଚନା ମିଳିବ ।