ଫେସବୁକରେ କିଏ ଆପଣଙ୍କୁ କରିଛି ଅନଫ୍ରେଣ୍ଡ୍ ! ଜାଣନ୍ତୁ ମାତ୍ର ଏକ ମିନିଟରେ

85

ଫେସବୁକରେ କିଏ ଆମକୁ ଅନଫ୍ରେଣ୍ଡ୍ କରିଦେଇଛି ଜାଣିବା ପାଇଁ ସମସ୍ତେ ଆଗ୍ରହୀ । ହେଲେ ଶତାଧିକ ଫ୍ରେଣ୍ଡ୍ ଥିଲେ ସମସ୍ତଙ୍କ ପ୍ରୋଫାଇଲ୍ ଖୋଲି ଚେକ୍ କରିବା ଅସମ୍ଭବ । କିନ୍ତୁ ଏମିତି ଏକ ଉପାୟ ଅଛି ଯାହାଦ୍ୱାରା ଆପଣ ଜାଣିପାରିବେ କିଏ ଆପଣଙ୍କୁ ଫେସବୁକରୁ ଅନଫ୍ରେଣ୍ଡ କରିଦେଇଛି । ଏବେ ନଜର ପକାନ୍ତୁ କେମିତି ଗୁଗୁଲ୍ କ୍ରୋମ୍ ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ।

• ୱେବ୍ ବ୍ରାଉଜରରେ ଗୁଗୁଲ୍ କ୍ରୋମ୍ ଖୋଲି ସେଥିରେ ଫେସବୁକ୍ ଲଗ୍ ଇନ୍ କରନ୍ତୁ ।

• ଏବେ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ.ଡିଲିଟେଡ୍.ଆଇଓ ମାଧ୍ୟମରେ କ୍ରୋମ୍ ଏକ୍ସଟେନସନକୁ ଯାଆନ୍ତୁ । କିମ୍ବା ୱେବ୍ ଷ୍ଟୋର ମାଧ୍ୟମରେ ଏକ୍ସଟେନସନ କ୍ୟାଟେଗୋରୀକୁ ଯାଇ ‘ହୁ ଡିଲିଟେଡ୍ ମି’ ସର୍ଚ୍ଚ କରି ଡିଲିଟେଡ୍.ଆଇଓ ଏକ୍ସଟେନସନ୍ ଖୋଜନ୍ତୁ ।

• ଏହା ପରେ ‘ଆଡ୍ ଟୁ କ୍ରୋମ’ରେ କ୍ଲିକ୍ କରନ୍ତୁ ।

• ‘ଆଡ୍ ଟୁ କ୍ରୋମ’ରେ କ୍ଲିକ୍ କରିବା ପରେ ଏକ ନୂଆ ଛୋଟ ଟ୍ୟାବ୍ ଆସିବ । ଯେଉଁଠି ‘ଆଡ୍ ଏକ୍ସଟେନସନ୍’ରେ କ୍ଲିକ୍ କରି ନିଜ କ୍ରୋମ୍ ଷ୍ଟୋରରେ ଆଡ୍ କରନ୍ତୁ ।

• ଏହା ପରେ କ୍ରୋମ୍ ବ୍ରାଉଜରର ଉପର ଡାହାଣ ପାଖରେ ଦେଖିପାରିବେ ‘ ହୁ ଡିଲିଟେଡ୍ ମି’ ଏକ୍ସଟେନସନ୍ ଆପଣଙ୍କ କ୍ରୋମରେ ଇନଷ୍ଟଲ୍ ହୋଇ ସାରିଛି ।

• ଏବେ ଦେଖିପାରିବେ ଆପଣଙ୍କ ଫେସବୁକରେ କେତେଜଣ ସାଙ୍ଗ ଅଛନ୍ତି ।

• ଏବେ ‘ଭିଉ ମାଇ ଫ୍ରେଣ୍ଡ ଲିଷ୍ଟ’ରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ବାମ ପଟରେ ଦେଖିପାରିବେ ‘ଚେକ୍ ଏଗେନ୍’ ର ଏକ ଟ୍ୟାବ୍ ଆସିବ । ଯାହା ଉପରେ କ୍ଲିକ୍ କରି ଆପଣ ତାକୁ ରିଫ୍ରେଶ୍ କରି ପାରିବେ ।

• ଏବେ ନୂଆ ପେଜରେ ଅନେକ ଟ୍ୟାବ୍ ଦେଖାଯିବ । ଯେଉଁଥିରେ ବାମ ପଟରେ ଥିବା ଟ୍ୟାବ୍ ନୂଆ ସାଙ୍ଗ ମାନଙ୍କ ପାଇଁ ଥିବା ବେଳେ କିଏ ଆପଣଙ୍କୁ ଅନ୍ ଫ୍ରେଣ୍ଡ୍ କରିଛି ତାହା ଦ୍ୱିତୀୟ ଟ୍ୟାବରେ ଜଣା ପଡିବ । ସେହିପରି ତୃତୀୟ ଟ୍ୟାବରୁ ଜଣା ପଡିବ ଆପଣ କାହାକୁ ଅନଫ୍ରେଣ୍ଡ କରିଛନ୍ତି ଏବଂ ଚତୁର୍ଥ ଟ୍ୟାବରୁ ଜଣା ପଡିବ ଆପଣଙ୍କ କେଉଁ ସାଙ୍ଗ ତାଙ୍କ ଫେସବୁକ୍ ଆକାଉଂଟ୍ ଡିଆକ୍ଟିଭେଟ୍ କରିଛନ୍ତି ।

• ଏବେ ଆପଣ ‘ହୁ ଡିଲିଟେଡ୍ ମି’ରେ କ୍ଲିକ୍ କରିବା ପରେ ଜାଣିପାରିବେ କିଏ ଆପଣଙ୍କୁ ଅନଫ୍ରେଣ୍ଡ କରିଛନ୍ତି ।

• ଏହି ଫିଚର୍ ବ୍ୟବହାର ଆରମ୍ଭ କରିବା ପରେ କିଏ ଆପଣଙ୍କୁ ଅନଫ୍ରେଣ୍ଡ କରେ ତାହା ଜାଣି ପାରିବେ ।