ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନ ହଜିଯାଇଛି କି ? କେଉଁଠି ଅଛି ଓ ଘରେ ବସି ଡାଟା କିପରି ଡିଲିଟ କରିବେ, ଜାଣନ୍ତୁ ଗୋଟିଏ କ୍ଲିକରେ

82

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିଚାଲିଛି । ଅଧିକାଂଶ ଯୁବବର୍ଗଙ୍କ ହାତରେ ଏବେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି । ଲୋକମାନଙ୍କ ହାତରେ ଥିବା ପ୍ରାୟ ୭୦ ପ୍ରତିଶତ ସ୍ମାର୍ଟଫୋନ ହେଉଛି ଆଣ୍ଡ୍ରଏଡ ପରିଚାଳିତ । କିନ୍ତୁ ଆପଣଙ୍କର ସ୍ମାର୍ଟଫୋନର ସୁରକ୍ଷା ବିଷୟରେ କେବେ ଚିନ୍ତା କରିଛନ୍ତି ? ସ୍ମାର୍ଟଫୋନଟିଏ ହଜିଗଲେ ମନଦୁଃଖ ତ ହୁଏ, ସେଥିରେ ଥିବା ଡାଟାର ଦୁରୁପଯୋଗ ହେବାର ଆଶଙ୍କା ମଧ୍ୟ ଥାଏ। ଏଣୁ କେତୋଟି କୌଶଳ ପ୍ରୟୋଗ କଲେ ଏହି ଆଶଙ୍କା ଦୂର କରିହେବ । ଏହି କୌଶଳ ପ୍ରୟୋଗ କରି ଆପଣ ନିଜର ହଜିଯାଇଥିବା ସ୍ମାର୍ଟଫୋନ କେଉଁଠି ଅଛି ତାହା ଜାଣିପାରିବେ ଓ ଆବଶ୍ୟକ ପଡିଲେ ସେଥିଲେ ଥିବା ଡାଟାକୁ କପି ବା ଡିଲିଟ୍ କରିପାରିବେ । ତେବେ ଏଥିପାଇଁ ପ୍ରଥମେ ନିଜର ସ୍ମାର୍ଟଫୋନରେ ଗୁଗୁଲର ମାଇ ଡିଭାଇସ ଆପ ଲୋଡ କରନ୍ତୁ ।

ଫୋନଟି ହଜିଗଲେ ବା ଚୋରୀ ହୋଇଗଲେ ଏକ ପିସି ବା ଲାପଟପରେ ଗୁଗୁଲ ମାଇ ଡିଭାଇସ୍ ବ୍ରାଉଜ କରନ୍ତୁ । ଆପଣଙ୍କ ସ୍ମାର୍ଟଫୋନରେ ଇନଷ୍ଟଲ ହୋଇଥିବା ମାଇ ଡିଭାଇସ୍ରେ ଯେଉଁ ଜିମେଲ ଆଇଡି ରେ ଥିବ ସେହି ଆଇଡିକୁ ପିସିରେ ବି ଖୋଲନ୍ତୁ । ଆପଣ ଏକ ମ୍ୟାପରେ ନିଜ ଡିଭାଇସର ଲୋକେସନ ଜାଣିପାରିବେ ।

ମାଇ ଡିଭାଇସ୍ ପେଜ୍ରେ ଆପଣ ନିଜ ମୋବାଇଲର ବ୍ୟାଟେରୀରେ କେତେ ଚାର୍ଜ ଅଛି ତାହା ଦେଖିପାରିବେ । ମୋବାଇଲକୁ ରିଂ କରିପାରିବେ । ଆପଣଙ୍କ ଫୋନଟି ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ୫ ମିନିଟ୍ ପାଇଁ ରିଂ ହେବ । ଆହୁରି ମଧ୍ୟ ସେଥିରେ ଥିବା ଡାଟାକୁ କପି ବା ଡିଲିଟ କରିପାରିବେ । ଏଥିପାଇଁ ପେଜ୍ର ବାମ ପଟେ Enable Lock and Erase ଲେଖାକୁ କ୍ଲିକ କରନ୍ତୁ ।