ଦେଶର ୧୦ଲକ୍ଷ କର୍ମଚାରୀଙ୍କ ପିଏଫ ଟଙ୍କା ସରକାରଙ୍କ ପାଖରେ ଜମା ହୋଇ ନାହିଁ : ଏହାର କାରଣ ଜାଣିଛନ୍ତି କି ? ସାବଧାନ ଆପଣ ସେହି ୧୦ ଲକ୍ଷ ମଧ୍ୟରୁ ଜଣେ କି?

74

ଦେଶର ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପାଖାପାଖି ୧୦ ଲକ୍ଷ କର୍ମଚାରୀଙ୍କ ପିଏଫ (ପ୍ରୋଭିଡେଣ୍ଟ ଫଣ୍ଡ) ପଇସା ସରକାରଙ୍କ ପାଖରେ ଜମା କରି ନଥିବା ସୂଚନା । ଘରୋଇ ସଂସ୍ଥା ତାଙ୍କ କର୍ମଚାରୀଙ୍କ ଦରମାରୁ ମାସିକ ପିଏଫ ଜମାରାଶି ସରାକରଙ୍କ ପାଖରେ ଜମା କରିବାର ନିୟମ ରହିଛି । କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୮ ମାର୍ଚ୍ଚ ଯାଏଁ ଇପିଏଫ-ଓ ରେ ସଦସ୍ୟଙ୍କ ସଂଖ୍ୟା ୪ କୋଟି ୭୧ଲକ୍ଷ ୩୬ ହଜାର ୩୮୧ ଜଣ । କିନ୍ତୁ ଏପ୍ରିଲ ୨୦୧୮ ରେ ଏହା ହ୍ରାସ ପାଇ ୪କୋଟି ୬୧ଲକ୍ଷ ୬ହଜାର ୫୬୮ ହୋଇଛି । ହାରାହାରି ୧୦ଲକ୍ଷ ୨୯ହଜାର ୩୮୧ ସଦସ୍ୟଙ୍କ ନାମ ଇପିଏଫ-ଓ ରୁ ବାଦ ପଡିଛି । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଘରୋଇ ସଂସ୍ଥା ୧୦ଲକ୍ଷରୁ ଅଧିକ କର୍ମଚାରୀଙ୍କ ପିଏଫ ଅର୍ଥ ରାଶି ସରକାରଙ୍କ ପାଖରେ ଜମା କରି ନାହାଁନ୍ତି ।

କାହିଁକି ହ୍ରାସ ପାଉଛି ଇପିଏଫ-ଓ ସଦସ୍ୟଙ୍କ ସଂଖ୍ୟା :

• ପ୍ରଥମ କାରଣ ଟି ହେଲା କମ୍ପାନୀମାନେ ତାଙ୍କ କର୍ମଚାରୀଙ୍କ ଦରମାରୁ ପିଏଫ ପଇସା ଠିକ ସମୟରେ ଇପିଏଫ-ଓ ନିକଟରେ ଜମା କରିପାରୁନଥିବେ !

• କର୍ମଚାରୀ ଜଣକ ଯଦି ଚାକିରି କରୁ ନଥିବେ ତେବେ ଇପିଏଫ-ଓରେ ପଂଜୀକୃତ ହୋଇ ନଥାଇ ପାରନ୍ତି ।

କେମିତି ଜାଣିବେ ଆପଣଙ୍କ ପିଏଫ ଫଣ୍ଡ ରାଶି ? :

• ଯଦି ଆପଣ ଇପିଏଫ-ଓ ର ସଦସ୍ୟ ଅଟନ୍ତି ତେବେ ଆପଣ ଆପଣଙ୍କ ରେଜିଷ୍ଟ୍ରେସନ ହୋଇଥିବା ନମ୍ବରରୁ ଏହି ଟୋଲ ଫ୍ରି ନମ୍ବର ୦୧୧-୨୨୯୦୧୪୦୬ କୁ ମିସଡ କଲ କରି ଆପଣଙ୍କ ପିଏଫ ରାଶି ସମ୍ବନ୍ଧରେ ଜାଣି ପାରିବେ ।