ଜୀବନରେ ସଫଳତାର ମହକ ବାରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଜ୍ଞାନ ! ଏହି ପଞ୍ଚଜ୍ଞାନ ଆପଣଙ୍କ ଜୀବନକୁ ଏକ ନୂତନ ଦିଗ ଦେଖାଇବ ।

39

ଜୀବନରେ ସଫଳତା ପାଇବା ପାଇଁ ଆମ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଅନେକ କଥା ଓ ଉପଦେଶ ସବୁ କୁହାଯାଇଛି । ଯଦି ଏସବୁକୁ ଆମେ ଆପଣେଇବା ତ ସବୁ କାମରେ ସଫଳତା ପାଇପାରିବା । ଭାରତୀୟ ଧର୍ମଶାସ୍ତ୍ର ଅନୁଯାୟୀ ୫ଟି ମହତ୍ୱପୂର୍ଣ୍ଣ ଜିନିଷ ଅଛି ଯାହା ଆପଣଙ୍କର ସଫଳତା ପଥରେ ଅନ୍ତରାୟ ସୃଷ୍ଟି କରିପାରେ । ଜାଣନ୍ତୁ ଏଗୁଡିକ କ’ଣ କ’ଣ ?

ଅଳ୍ପ ଜ୍ଞାନ :
ଯେକୌଣସି କାମରେ ସଫଳତା ପାଇବା ପାଇଁ ସେ ବିଷୟରେ ଗଭୀର ଜ୍ଞାନ ଆହରଣ କରିବା ଉଚିତ୍ । ଅଳ୍ପ ଓ ଅଧା ଜ୍ଞାନ ସବୁବେଳେ ସମସ୍ୟାରେ ପକାଇଥାଏ । ଏଣୁ ଜଣେ ବ୍ୟକ୍ତି ସର୍ବଦା କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଜାଣିବା ଦରକାର । ଅଳ୍ପରେ ସନ୍ତୁଷ୍ଟ ହୋଇଗଲେ ଆଗକୁ ବଢିବାର ରାସ୍ତା ବନ୍ଦ ହୋଇଯାଏ ।
ଅହଂକାର :
ଅହଂକାରୀ ବ୍ୟକ୍ତି ଜୀବନରେ ଉନ୍ନତି କରିପାରିନଥାଏ । ସେ ସବୁବେଳେ ନିଜକୁ ବଡ କରିଥାଏ । ଅନ୍ୟକୁ ତୁଚ୍ଛ ଭାବିଥାଏ । ଏଣୁ ଯେଉଁ ଲୋକ ସବୁବେଳେ ମୁଁ ଓ ମୋର ସାଥିରେ ଜୀବନ ଜିଉଁଥାଏ ,ସେ ସଫଳତା ହାସଲ କରିପାରେନାହିଁ ।
ଅତ୍ୟଧିକ ମୋହ :
କୌଣସି ଜିନିଷ ପ୍ରତି ଅତ୍ୟଧିକ ମୋହ ମଧ୍ୟ ସମସ୍ୟାରେ ପକାଇଥାଏ । ଅନେକ ଲୋକ ମୋହ ବଶତଃ ଭୁଲ୍ ଠିକର ବିଚାର କରିପାରନ୍ତି ନାହିଁ । ମୋହକୁ ଜଡତାର ପ୍ରତୀକ ଭାବେ ମନେକରାଯାଏ ।

କ୍ରୋଧ :
ଯେତେବେଳେ କୌଣସି ବ୍ୟକ୍ତିର ମନର ଇଚ୍ଛା ପୂରଣ ହୋଇନଥାଏ , ସେତେବେଳେ ମନରେ କ୍ରୋଧ ଜାତ ହୋଇଥାଏ । ଯିଏ ଏହି କ୍ରୋଧକୁ ସମ୍ଭାଳି ନିଏ, ସେ କାର୍ୟ୍ୟରେ ସଫଳତା ପାଇଥାଏ । କ୍ରୋଧର ଶିକାର ହୋଇ ଲୋକେ ଭୁଲ କାମ ବି କରିପକାନ୍ତି । ଏଥିପାଇଁ କୁହାଯାଏ କ୍ରୋଧ ନର୍କର ଦ୍ୱାର ।
ଏକାଗ୍ରତାର ଅଭାବ :
ଯାହା ପାଖରେ ଏକାଗ୍ରତାର ଅଭାବ ଥାଏ । ତା’ର ମନ ସ୍ଥିର ରହିନଥାଏ । ସବୁବେଳେ ସେ ନିଜକୁ ଅସୁରକ୍ଷିତ ମନେକରେ । ଏଣୁ ଜୀବନରେ ସଫଳତା ପାଇଁ ଏକାଗ୍ରତା ନିହାତି ଜରୁରୀ ।