ନିଦ ପୁରା ହେବା ପରେ ବି ଆପଣ ଥକାପଣର ଶିକାର ହେଉଛନ୍ତି କି? ତେବେ ପ୍ରତିଦିନ କରନ୍ତୁ ଏହି ଛୋଟିଆ କାମ, ରହିବେ ସତେଜ ।

104

କ’ଣ ରାତିର ନିଦ ପୁରା ହେବା ପରେ ମଧ୍ୟ ଆପଣ ଦିନସାରା ଥକାପଣ ଅନୁଭବ କରୁଛନ୍ତି ? ସକାଳୁ ଉଠିଲେ ଦୁର୍ବଳ ଲାଗେ ? ଯଦି ଆପଣଙ୍କ ସହିତ ବି ଏମିତି ହୁଏ ତେବେ କ’ଣ ଆପଣ ଏହାର କାରଣ ଜାଣିଛନ୍ତି ? ଯଦି ନୁହେଁ ତେବେ ଆପଣଙ୍କୁ ଜଣାଇରଖୁଛୁ ଯେ ଏହାର ଗୋଟିଏ ନୁହେଁ ବରଂ ଅନେକ କାରଣ ଅଛି, ଯେପରିକି ଦୀର୍ଘ ଦିନର ରୋଗ, ନିଦ ପୁରା ନହେବା, ଖରାପ ଭୋଜନ, ଅନିୟମିତ ଦିନଚର୍ଯ୍ୟା, ଥାଇରଏଡ, ଶରୀରରେ ବେଶି ଏସିଡ ତିଆରି ହେବା ଇତ୍ୟାଦି । ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ ଜଣାଇବୁ, ଯାହା ଆପଣେଇବା ଦ୍ୱାରା ନିତିଦିନିଆ ଥକାପଣରୁ ମୁକ୍ତି ମିଳିବ ।

ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ : ଶରୀରରେ ପାଣିର ଅଭାବ ଯୋଗୁଁ ଥକାପଣର ଅନୁଭବ ହୁଏ । ଏମିତିରେ ଆପଣଙ୍କ ଶରୀରକୁ ପାଣିର ଆବଶ୍ୟକତା ଅଛି ।

ଚକଲେଟ ଖାଆନ୍ତୁ : ଦୁର୍ବଳତା ହେଲେ ଚକଲେଟ ଖାଆନ୍ତୁ । ଏହା ଦ୍ୱାରା ଆମ ଶରୀରକୁ ତୁରନ୍ତ ଶକ୍ତି ମିଳିବ । କୋକୋ ଅବସାଦକୁ କମ କରେ । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରତିଦିନ ୫୦ ଗ୍ରାମ ଚକଲେଟ ଆପଣଙ୍କୁ ଫୁର୍ତ୍ତିବାନ ବନାଏ ।

ଶୀଘ୍ର ଶୋଇ କି ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ : କମ ନିଦ ଓ ଠିକ ସମୟରେ ନଶୋଇବା ଦିନସାରା ହେଉଥିବା ଥକାପଣର ମୁଖ୍ୟ କାରଣ । ଠିକ ସମୟରେ ଶୋଇବାକୁ ଓ ଉଠିବାକୁ ଚେଷ୍ଟା କରନ୍ତୁ । ପ୍ରତିଦିନ ଏମିତି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ।

ବ୍ୟାୟାମ କରନ୍ତୁ : ସକାଳେ ଶୀଘ୍ର ଉଠି ବ୍ୟାୟାମ କରନ୍ତୁ, ଏହା ଦ୍ୱାରା ଆପଣଙ୍କ ରକ୍ତ ପ୍ରବାହ ଠିକ ରହିବ । ଯଦ୍ୱାରା ଆପଣ ପୁରା ଦିନ ସତେଜ ଅନୁଭବ କରିବେ ।

ଆଇରନର ଭରପୁର ମାତ୍ରା ସେବନ କରନ୍ତୁ : ଆପଣଙ୍କ ଭୋଜନରେ ସବୁଜ ପନିପରିବାକୁ ସାମିଲ କରନ୍ତୁ , ଏହା ଦ୍ୱାରା ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଆଇରନ ମିଳିବ ଓ ଏନିମିଆ ଠିକ ହେବ ଓ ହିମୋଗ୍ଲୋବିନର ସ୍ତର ବି ସାମାନ୍ୟ ହେବ ।

ଫଳରସ ପିଅନ୍ତୁ : ସକାଳ ଜଳଖିଆରେ ତାଜା ଫଳର ରସ ପିଇଲେ ଶକ୍ତି ମିଳେ ଓ ଥକାପଣ କମ ହୁଏ । ଲେମ୍ବୁ ରସ ପିଇଲେ ବି ଶରୀର ସତେଜ ରହେ । ଏଥିରେ ଥିବା ଭିଟାମିନ ସି ଓ ସାଇଟ୍ରିକ ଏସିଡ ସକାଳେ ହେଉଥିବା ଥକାପଣକୁ ଦୂର କରେ ।