ହୀରା ବ୍ୟବସାୟୀ ସାବଜୀ ଢୋଲକିଆଙ୍କ ନିକଟରେ କାମ କରିବାର ବଡ ସୁଯୋଗ । ୧୦ମ ପାସ୍ ବି କରିପାରିବେ ଆବେଦନ । ମୋଟା ଅଙ୍କର ଦରମା ସହିତ ଉପହାରରେ ମିଳିବ କାର, ଘର ଏବଂ ଅଳଙ୍କାର
ପ୍ରତିବର୍ଷ କର୍ମଚାରୀଙ୍କୁ ଧମାକାଦାର ଦୀପାବଳି ବୋନସ ଦେଉଥିବା ସୁରାଟର ହରେକୃଷ୍ଣ ଡାଇମଣ୍ଡ କଂପାନୀ ପୁଣି ଥରେ ଧମାଲ ମଚାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ନିଜର ୬୦୦ କର୍ମଚାରୀଙ୍କୁ କାର ଉପହାର କରି ଚର୍ଚ୍ଚାରେ ଆସିଛନ୍ତି ଏହି ଡାଇମଣ୍ଡ କଂପାନୀ । ଏହାପୂର୍ବରୁ ବି ତଥା ୨୦୧୪ରେ ଏହି କଂପାନୀ ଦୀପାବଳି ଅବସରରେ ନିଜର ପାଖାପାଖି ୧୨ ଶହ କର୍ମଚାରୀଙ୍କୁ କାର, ଘର ଏବଂ ଅଳଙ୍କାର ଉପହାରରେ ଦେଇ ଚର୍ଚ୍ଚାରେ ଆସିଥିଲା । ଯାହାପରଠୁ କଂପାନୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣଙ୍କ ବି ଏହି କଂପାନୀରେ କାମ କରିବାକୁ ଇଚ୍ଛା ରଖିଛନ୍ତି କି ତେବେ ଏଥିପାଇଁ ଆପଣଙ୍କୁ କେଉଁଠି ଓ କିଭଳି ଆବେଦନ କରିବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି, ଏହି କଂପାନୀର ନିର୍ମାତା ତଥା ମାଲିକ ହେଉଛନ୍ତି ସାବଜୀଭାଇ ଢୋଲକିଅ।। ।
ଶିକ୍ଷାଗତ ଯୋଗ୍ୟତା
ଦଶମ ପାସ କରିଥିବା ବ୍ୟକ୍ତି ବି ଏହି କଂପାନୀରେ ଚାକିରି କରିବା ପାଇଁ ଆବେଦନ କରିପାରିବେ । ସେହିପରି ଦ୍ୱାଦଶ ଏବଂ ଗ୍ରାଡୁଏସନ ବ୍ୟକ୍ତି ବି ଆବେଦନ କରିପାରିବେ । କଂପାନୀର କହିବା କଥା ହେଲା କି, ମାନ୍ୟୁଫାକ୍ଚରିଂ ୟୁନିଟରେ ଚାକିରି ପାଇଁ କ୍ୱାଲିଫିକେସନଠାରୁ ଅଧିକ ହୀରା କାରବାର ସଂପର୍କରେ ଜ୍ଞାନ ଥିବା ଦରକାର । ଅର୍ଥାତ୍ ଯଦି କେହି ମାତ୍ର ଦଶମ ପାସ କରିଛନ୍ତି, ହେଲେ ତାଙ୍କର ଡାଇମଣ୍ଡର ପ୍ଲାନିଂ, କଟିଂ ଏବଂ ପଲିସିଂ ଉପରେ ଜ୍ଞାନ ରହିଛି ତେବେ ତାଙ୍କୁ ଏହି ଚାକିରି ମିଳିପାରେ ।
କିଭଳି କରିବେ ଆବେଦନ
ଏଠାରେ ଆବେଦନ କରିବା ପାଇଁ ଆପଣଙ୍କ ନିକଟରେ କଂପାନୀରେ କାମ କରୁଥିବା ୮ ହଜାର କର୍ମଚାରୀମାନଙ୍କ ମଧ୍ୟରୁ କୌଣସି ଜଣଙ୍କର ରେଫରେନ୍ସ ଥିବା ଦରକାର । ଯଦି ଆପଣଙ୍କ ନିକଟରେ ରେଫରେନ୍ସ ନାହିଁ ତେବେ ଆପଣ ଆବେଦନ କରିପାରିବେ ନାହିଁ । କାହିକି ନା ଯେତେବେଳେ କାମ କରୁଥିବା କୌଣସି କର୍ମଚାରୀଙ୍କ ରେଫରେନ୍ସ ରହିଥାଏ ସେତେବେଳେ ଆପ୍ଲକାଂଟଙ୍କଠାରୁ ଏକ ଫର୍ମ ପୁରଣ କରାଯାଇଥାଏ । ଯେଉଁଥିରେ ସମସ୍ତ ଡିଟେଲ ଦେବାକୁ ପଡିଥାଏ । ଏହି ଫର୍ମ ଆଧାରରେ ହିଁ ତାଙ୍କର ଇଂଟରଭିୟୁ ନିଆଯାଇଥାଏ । ସେହିପରି ମୁମ୍ବାଇ ସ୍ଥିତ ଏକ୍ସପୋର୍ଟ ୟୁନିଟ ପାଇଁ େଓବସାଇଟକୁ ଯାଇ ଆବେଦନ କରିପାରିବେ । ଏଠାରେ କାରିୟର କିମ୍ବା କନଟ୍ରାକ୍ଟ ବେସରେ ଯାଇ ରିଜ୍ୟୁମ ପଠାଇପାରିବେ ।
କେତେ ଦରମା ମିଳିବ
ଏହି ଡାଇମଣ୍ଡ କଂପାନୀରେ ଯଦି ଆପଣଙ୍କୁ ଚାକିରି ମିଳିଯାଏ ତେବେ ଆପଣଙ୍କୁ ମାସିକ ଦରମା ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରେ । କାହିଁକି ନା ରେଭିନ୍ୟୁ ମୋଡରେ କଂପାନୀ କାମ କରିଥାଏ, ଏଭଳି ପରିସ୍ଥିତିରେ ଯଦି କୌଣସି କର୍ମଚାରୀର କାମ ଭଲ ରହେ ତେବେ ତାଙ୍କ ଲାଭାଂଶ ବି ତାଙ୍କୁ ଦିଆଯିବ । ଯାହାଦ୍ୱାରା ସେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏଠାରେ ଏଭଳି ଅନେକ କର୍ମଚାରୀ ରହିଛନ୍ତି, ଯାହାଙ୍କର ମାସିକ ଦରମା ରହିଛି ୫ ଲକ୍ଷ ଟଙ୍କା । ତେବେ କାମ କରିବାର ସମୟ ସୀମା ହେଲା ସୋମବାରରୁ ଶନିବାର ଯାଏଁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ।