ସ୍ମାର୍ଟଫୋନ୍ ହଜିଯାଇଛି କି ? ଘରେ ବସି କରିପାରିବେ ଡିଭାଇସ୍ ଲକ୍ ଓ ଡାଟା ଡିଲିଟ୍

48

ସ୍ମାର୍ଟଫୋନ ଚୋରୀ ହୋଇଯିବା ବା ହଜିଯିବା ନିଶ୍ଚୟ ଦୁଃଖପୂର୍ଣ୍ଣ ହୋଇଥାଏ । ଏହା ଏଇଥି ପାଇଁ ଯେ , ସ୍ମାର୍ଟଫୋନ ସହ ଫୋନରେ ଥିବା ଡାଟା ମଧ୍ୟ ସବୁଦିନ ପାଇଁ ଚାଲିଯାଏ । ଆଜିକାଲି ସ୍ମାର୍ଟଫୋନ ଏମିତି ଏକ ଜିନିଷ ପାଲଟିଯାଇଛି , ଯାହା ଛୋଟ ଠାରୁ ବଡ ସମସ୍ତଙ୍କର ଏକ ଜରୁରୀ ଜିନିଷ ପାଲଟିଯାଇଛି । ସେଥିପାଇଁ ଜରୁରୀ ଜିିନିଷ ସ୍ମାର୍ଟଫୋନରେ ସମସ୍ତେ ରଖୁଛନ୍ତି ।

ଯଦି ହଠାତ୍ ଫୋନ୍ ହଜିଯାଏ ବା ଚୋରୀ ହୋଇଯାଏ ତ ଆମର ଜରୁରୀ ଡାଟା ଡିଲିଟ୍ କରିବାକୁ ସମୟ ନଥାଏ । ଯାହା ଦ୍ୱାରା ଏହି ଡାଟାକୁ ନେଇ ଅନ୍ୟ ଜଣେ ଖରାପ ବାଟରେ ବ୍ୟବହାର କରିପାରେ । କିନ୍ତୁ କିଛି ଏମିତି ଟିପ୍ସ ଅଛି , ଯାହାର ସାହାଯ୍ୟରେ ଆପଣଙ୍କ ପାଖରେ ଯଦି ଆପଣଙ୍କ ଫୋନ୍ ନାହିଁ , ଘରେ ବସି ନିଜର ଡାଟାକୁ ବଂଚାଇପାରିବେ । କିନ୍ତୁ ଏଥିପାଇଁ କିଛି ସର୍ତ୍ତ ଅଛି ।

୧ – ଆପଣଙ୍କର ହଜିଯାଇଥିବା ଫୋନକୁ ସେତେବେଳେ ଖୋଜିପାରିବେ , ଯଦି ଏହା ଅନ୍ ହୋଇଥିବ ।

୨ – ଫୋନରେ କୌଣସି ଗୁଗଲ ଆକାଉଣ୍ଟ ଲଗଇନ୍ ହେବା ଜରୁରୀ , ଯଥା –ଇ-ମେଲ୍ ଆଦି ।

୩ – ଫୋନର ମୋବାଇଲ୍ ଡାଟା ବା ୱାଇ-ଫାଇ କୌଣସି ନା କୌଣସି ଇଂଟରନେଟ୍ ମାଧ୍ୟମ ସହ ସଂଯୁକ୍ତ ହୋଇଥିବା ଜରୁରୀ ।

୪ – ଫୋନରେ ଜିପିଏସ୍ ର ଅନ୍ ହେବା ଜରୁରୀ ଅଟେ । ଏହାର ଲୋକେସନର ପତ୍ତା ଲଗାଯାଇପାରିବ ।

୫ – ଫୋନରେ ଫାଇଣ୍ଡ ମାଇଁ ଡିଭାଇସ୍ ଚାଲୁ ହେବା ଜରୁରୀ ଅଟେ ।

୬ – ଫୋନ୍ ହଜିଯିବାରେ ସବୁଠୁ ପ୍ରଥମେ ଆଣ୍ଡ୍ରଏଡ୍ ଡଟ୍ କମ୍ ବା ଫାଇଣ୍ଡ କୁ ଯାଆନ୍ତୁ । ଏଠାରେ ଏହି ଇ-ମେଲ୍ ଆଇଡି ରେ ଲଗଅନ୍ କରନ୍ତୁ ,ଯାହା ଆପଣଙ୍କ ହଜିଯାଇଥିବା ଫୋନରେ ଚାଲୁଥିବ ।

୭- ଲଗଇନ୍ କରିବା ପରେ ଗୁଗଲ ମ୍ୟାପ୍ ରେ ଆପଣଙ୍କର ଡିଭାଇସର ଲୋକେସନ୍ ଦେଖାଯିବ ।

୮- ଏହାସହ ଆପଣଙ୍କ ଅନେକ ବିକଳ୍ପ ମଧ୍ୟ ଦେଖାଯିବା । ସାଉଣ୍ଡ ପ୍ଲେ କରିବା ବିକଳ୍ପ ଅନ୍ତର୍ଗତ ଆପଣଙ୍କର ଫୋନ୍ ସାଇଲେଣ୍ଟ ହୋଇଥିଲେ ମଧ୍ୟ ରିଙ୍ଗ୍ ହେବ ।

୯- ଲକ୍ ବିକଳ୍ପ ଅନୁସାରେ ଫୋନ୍ ,ଡିସପ୍ଲେ ମେସେଜ୍ ବା ଫୋନ୍ ନମ୍ବରକୁ ଲକ୍ କରିପାରିବେ ।

୧୦ – ତୃତୀୟ ବିକଳ୍ପ ଅନୁସାରେ ଡିଭାଇସ୍ ରୁ ଡାଟା ଡିଲିଟ୍ କରିପାରିବେ ।