ଗୁଗୁଲ ଠାରୁ ବଞ୍ଚିବେ କେମିତି ? ଏହି ଫର୍ମୁଲା ଆପଣାନ୍ତୁ, ଲୋକେସନକୁ ଅଫ୍ ଏବଂ ହିଷ୍ଟ୍ରୀକୁ ଡିଲିଟ୍ କରନ୍ତୁ ।

43

ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଥିବ । କମ୍ପ୍ୟୁଟର ହେଉ କି ସ୍ମାର୍ଟ ଫୋନ ସେଥିରେ ଗୁଗୁଲ ଭଳି ଆପ୍ ମହଜୁତ ଥିବା ନିଶ୍ଚିତ । ତେବେ ଜାଣି ରଖନ୍ତୁ ଆପଣଙ୍କ ଗତିବିଧି ଉପରେ ଗୁଗୁଲ ରଖିଛି ନଜର । ଆପଣ ଯେଉଁଆଡେ ଯାଉଛନ୍ତି ତାହାର ଲୋକେସନକୁ ଟ୍ରାକ୍ କରିଦେଉଛି ଗୁଗୁଲ । ଏପରିକି ଯଦି ଆପଣ ‘ଲେକେସନ ହିଷ୍ଟୋରୀ’କୁ ଅଫ୍ କରୁଛନ୍ତି ତା ସତ୍ୱେ ମଧ୍ୟ ଆପଣଙ୍କ ଗିତିବିଧିକୁ ଟ୍ରାକ୍ କରିବାରେ ସକ୍ଷମ ହେଉଛି ଗୁଗୁଲ । ଏଣିକି ଆଉ ଆପଣଙ୍କ ଗିତିବିଧି ଏବଂ ଗୋପନୀୟତାକୁ ଗୁଗୁଲ ଚୋରାଇ ପାରିବ ନାହିଁ । ଏଥିପାଇଁ ଆପଣଙ୍କୁ ଆପଣାଇବାକୁ ପଡିବ କିଛି ସହଜ ଉପାୟ ।

ଆଣ୍ଡ୍ରଏଡ ଫୋନରେ ଏହି ଟ୍ରିକ୍ସକୁ ବ୍ୟବହାର କରିବାର ଉପାୟ ହେଲା । ଆପଣଙ୍କ ଆଣ୍ଡ୍ରଏଡ ଫୋନରେ settingsକୁ ଯାଇ, ସିକ୍ୟୁରିଟୀ ଆଣ୍ଡ ଲୋକେସନ ଆଇକନକୁ ଓପନ କରିବେ । ଏହାପରେ ସେଠାରେ “Privacy”  ଅପସନରେ ଲୋକେସନକୁ ଅପ କରିଦେଇପାରିବେ ।

ସେହିପରି ଆଇଓଏସ ମୋବାଇଲରେ ଏହି ଉପାୟକୁ ବ୍ୟବହାର କରିବାର ପ୍ରକ୍ରିୟା ହେଲା- ଗୁଗୁଲ ମ୍ୟାପକୁ ଯାଇ ସେଟିଙ୍ଗକୁ ନିୟନ୍ତ୍ରଣ କରିପାରିବେ । ବିଶେଷ କରି ଆପଣ ଯଦି ସଫାରି ବ୍ରାଉଜର ବ୍ୟବହାର କରୁଛନ୍ତି ତେବେ ଏଥିରେ ସେଟିଙ୍ଗକୁ ଯାଇ ମଧ୍ୟ ଏହି ଲୋକେସନ ପ୍ରକ୍ରିୟାକୁ ଡିଜାବଲ କରିପାରିବେ । ଅନ୍ୟପଟେ ଯେକୌଣସି ଡିଭାଇସ ପାଇଁ ଆପଣ myactivity.google.com କୁ ଲଗ ଇନ୍ କରନ୍ତୁ । ଏହାପରେ ସେଠାରେ ଥିବା “Activity Controls ରେ ୱେବ୍ ଆଣ୍ଡ ଆପ୍ ଅପସନକୁ ଅଫ କରି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଗିତିବିଧି ଗୁଗୁଲ ଠାରୁ ଗୋପନୀୟ ରହିପାରେ । ତେବେ ଏହା ଆପଣ ଗୁଗୁଲ ହୋମ ସ୍ମାର୍ଟ ସ୍ପିକରରେ କରିପାରେବେ ନାହିଁ ।

ସେହିଭଳି ଆପଣଙ୍କ ପୂର୍ବ ଲୋକେସନର ହିଷ୍ଟୋରୀକୁ ଡିଲିଟ କରିବା ପାଇଁ ମଧ୍ୟ ସହଜ ଉପାୟ ଅଛି । ଏଥିପାଇଁ ଆପଣଙ୍କୁ myactivity.google.com କୁ ଲଗ ଇନ୍ କରିବାକୁ ପଡିବ । ଏହାପରେ ଏଥିରେ ଥିବା ଡିଟେଲ୍ସରେ କ୍ଲିକ୍ କରିବା ପରେ “From your current location.” ଓପନ ହେବ । ଏହାପରେ ଗୁଗୁଲ ମ୍ୟାପକୁ ଯାଇ କିଛି ସମ୍ବନ୍ଧିତ ଲୋକେସନ ହିଷ୍ଟୋରୀକୁ ଡିଲିଟ୍ କରିପାରିବେ ।

ତେବେ ଗତକାଲି ଏକ ରିପୋର୍ଟରୁ ଜଣାପଡିଥିଲା ଯେ, ଗୁଗୁଲ ଆପଣଙ୍କର ସମସ୍ତ ଗତିବିଧି ଉପରେ ନଜର ରଖୁଛି । ବିଶେଷ ଭାବେ ଆଣ୍ଡ୍ରୟଡ ଓ ଆଇଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ଉପରେ ନଜର ରଖିଥିବା ଜଣାପଡିଛି । ଏପରିକି ଯେଉଁମାନେ ଗୁଗୁଲ୍ର ସେବାକୁ ବ୍ୟବହାର କରୁଛନ୍ତି ସେମାନେ ଗୁଗୁଲ ନଜରରୁ ବଞ୍ଚିପାରିବେ ନାହିଁ । ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି । କିନ୍ତୁ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗ୍ରାହକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ ଲାଗି ଆମେ ସେମାନଙ୍କ ଲୋକେସନ ଡାଟା ବ୍ୟବହାର କରୁଛୁ । ଗ୍ରାହକମାନେ ଚାହିଁଲେ ସେମାନଙ୍କ ଲୋକେସନ ଡିଲେଟ ମଧ୍ୟ କରିପାରିବେ ।