ଶୀତ ଦିନରେ କପଡ଼ା ଶୁଖାଇବା ପାଇଁ ଅସୁବିଧା ହେଉଛି କି ? ଜାଣନ୍ତୁ ସହଜରେ କିପରି ହେବ କାମ

56
  • ଶୀତଦିନେ କପଡ଼ା ଶୁଖାଇବା ଖୁବ କଷ୍ଟସାଧ୍ୟ ହୋଇଥାଏ । ସୂର୍ଯ୍ୟକିରଣର କମ ପ୍ରଭାବ ଏହାର ବାଧକ ସାଜିଥାଏ । କେବଳ ସେତିକି ନୁହେଁ ବରଂ ଶିତଦିନେ ଓଜନିଆ କପଡ଼ା ମଧ୍ୟ ଏହାର ଅନ୍ୟ ଏକ କାରଣ । ଯେଉଁଥିପାଇଁ କପଡ଼ା ଶୁଖିବାକୁ ବହୁ ସମୟ ନେଇଥାଏ । ଏହା ବ୍ୟତୀତ କପଡ଼ାରୁ ଦୁର୍ଗନ୍ଧ ମଧ୍ୟ ବାହାରିଥାଏ । କିନ୍ତୁ ଏଭଳି କିଛି ଉପାୟ ରହିଛି ଯାହା ଦ୍ୱାରା ଅତି ସହଜରେ କପଡ଼ା ଶୁଖିଯାଇପାରିବ ।

  • କପଡ଼ାକୁ ଶୁଖାଇବାର ସବୁଠାରୁ ସହଜ ଉପାୟ ହେଉଚି କପଡ଼ାକୁ ରସି ସାହାର୍ଯ୍ୟରେ ଲାଇନ କରି ଶୁଖାଇବା । କେବଳ ଆମ ଦେଶରେ ଏଭଳି ହୋଇନଥାଏ ବରଂ ୱାସିଙ୍ଗ ମେସିନର ବ୍ୟବହାର କରୁଥିବା ବିଦେଶୀମାନେ ମଧ୍ୟ କପଡ଼ାକୁ ଏହିଭଳି ଉପାୟରେ ଶୁଖାଇଥାନ୍ତି । କିନ୍ତୁ ଏଭଳି କପଡ଼ା ଶୁଖାଇବା ଦ୍ୱାରା କିଛି ଟିପ୍ସ ଜାଣିବା ଉଚିତ । କାରଣ କପଡ଼ା ଭଲ ଭାବରେ ଶୁଖିପାରିବ ।

 

  • କପଡ଼ାର ଦୁଇ ପାଶ୍ୱର୍ରେ କ୍ଲିପ ଲଗାଇ ରସିରେ ଶୁଖାନ୍ତୁ । କାରଣ କପଡ଼ାର ମଧ୍ୟ ଭାଗରେ କ୍ଲିପ ଲଗାଇବା ଦ୍ୱାରା ଏହା ଠିକ ଭାବରେ ଶୁଖିପାରେ ନାହିଁ । ଏହା ବ୍ୟତୀତ ସୂର୍ଯ୍ୟକିରଣ ପଡ଼ୁଥିବା ଦିଗକୁ ମୁହେଁ କରି କପଡ଼ା ଶୁଖାନ୍ତୁ ।

 

  • କପଡ଼ା ଯେତେବେଳେ ଖରାରେ ନ ଶୁଖେ ସେ ପର୍ଯ୍ୟନ୍ତ ତାହା ଫ୍ରେଶ ଦେଖାଯାଏ ନାହିଁ । ଯଦି ପ୍ରତିଦିନ କପଡ଼ା ଧୋଇ ପାରୁ ନାହାଁନ୍ତି ତେବେ ସପ୍ତାହକୁ ୨ରୁ ୩ ଥର ସଫା କରନ୍ତୁ । କମ କପଡ଼ାକୁ ଶୁଖାଇବା ଅତି ସହଜ ହୋଇଥାଏ ।

 

  • ଯଦି ଆପଣଙ୍କ ନିକଟରେ ଲମ୍ବା ସ୍ଥାନର ଅଭାବ ରହିଛି ତେବେ ରସିକୁ ଦୁଇ ଧାଡ଼ିକରି ବାନ୍ଧନ୍ତୁ । କିନ୍ତୁ ଦୁଇ ରସି ମଧ୍ୟରେ ସମୟର ବ୍ୟବଧାନ ରହିବା ଉଚିତ । ନଚେତ କପଡ଼ା ଶୁଖିବାରେ ଅସୁବିଧା ହୋଇଥାଏ ।
  • କପଡ଼ାକୁ ଶୁଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଚିପୁଡ଼ିବା ଉଚିତ । ଚାଦର ଭଳି ମୋଟା ଜିନିଷରୁ ଜଳ ବାହାର କରିବା ପାଇଁ ତାହାର ଶେଷ ଦୁଇ ପାଶ୍ୱର୍କୁ ଧରି ଭଲ ଭାବରେ ଚିପୁଡ଼ି ଜଳ ବହାର କରନ୍ତୁ । ତେବେ ଏଥିପାଇଁ ଘରର ସଦସ୍ୟଙ୍କ ସହାୟତା ନେବା ଆବଶ୍ୟକ । ଯଦି ପାଖରେ କେହି ନାହାଁନ୍ତି ତେବେ ଖମ୍ବ କିମ୍ବା ରେଲିଂରେ ବାନ୍ଧି ଜଳ ବାହାର କରନ୍ତୁ ।

 

  • ଯଦି ପରେ କିଛି ମାତ୍ରାରେ କପଡ଼ା ଥଣ୍ଡା ଲାଗୁଛି ତେବେ ସେସବୁକୁ ଘରେ ଶୁଖାଇ ଦିଅନ୍ତୁ । ଏହାପରେ ସକାଳେ ଏହାକୁ ଆଇରନ କରନ୍ତୁ ।

 

  • ଯଦି ଆପଣ ପାର୍ଟିରେ କିଛି ପୋଷାକ ପିନ୍ଧିଛନ୍ତି ଏବଂ ତାହା ଅପରିଷ୍କାର ହୋଇନାହିଁ ତେବେ ତାହାକୁ ଜଳରେ ଧୁଅନ୍ତୁ ନାହିଁ । ଏହାକୁ ସର୍ଦ୍ଦି ଶେଷ ହେବାପରେ ଧୁଅନ୍ତୁ । କିମ୍ବା ଏହାକୁ ଦୁଇ ତିନି ଘଂଟା ପାଇଁ ରସିରେ ଶୁଖାଇ ଦିଅନ୍ତୁ । ଏହାକୁ ଫୋଲ୍ଡ କରିବା ପୂର୍ବରୁ ଏହାକୁ ଫ୍ରେଶ ରଖୁଥିବା ସ୍ପ୍ରେ ଛିଂଚନ୍ତୁ ।