ହ୍ୱାଟ୍ସଆପ୍ ମେସେଜ୍ ପଢିବା ପରେ ବି ଦେଖାଯିବନି ନୀଳ ଟିକ୍ ! ଜାଣନ୍ତୁ କେମିତି . .

69

ହ୍ୱାଟସଆପରେ ଯେତେବେଳେ ଆମେ କାହା ମେସେଜ୍ ପଢୁ, ତେବେ ପଠାଇଥିବା ବ୍ୟକ୍ତିଙ୍କୁ ନୀଳ ଟିକ୍ ଦେଖାଯାଏ । ତେଣୁ ବ୍ୟକ୍ତି ଜଣଙ୍କ ଜାଣିପାରେ ତାଙ୍କ ମେସେଜ୍ ଆମେ ପଢିଲୁ ବୋଲି । ହେଲେ ଅନେକ ଥର ଆମେ ମେସେଜ୍ ପଢିବା ପରେ ଉତ୍ତର ଦେବାକୁ ଇଛା ନଥାଏ । ହେଲେ ନୀଳ ଟିକ୍ ଦେଖାଯାଉଥିବା କାରଣରୁ ମେସେଜର ଉତ୍ତର ଦେବାକୁ ଏକ ପ୍ରକାର ଆମେ ବାଧ୍ୟ ହୋଇଥାଉ । କିନ୍ତୁ ଏବେ ଚିନ୍ତା କରନ୍ତୁ ନାହିଁ । ‘ଅନସିନ୍ – ନୋ ଲାଷ୍ଟ ସିନ୍’ ଆପ୍ ବ୍ୟବହାର କଲେ ମେସେଜ୍ ପଠାଇଥିବା ବ୍ୟକ୍ତିଙ୍କୁ ନୀଳ ଟିକ୍ ଦେଖାଯିବ ନାହିଁ ।

କେମିତି କରିବେ ଆପର ବ୍ୟବହାର :

• ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଯାଇ ‘ଅନସିନ୍ – ନୋ ଲାଷ୍ଟ ସିନ୍’ ଆପ୍ ଡାଉନଲୋଡ୍ କରନ୍ତୁ । ଡାଉନଲୋଡ୍ ହେବା ପରେ ଆପ୍ କିଛି ଅନୁମତି ମାଗିବ । ତାକୁ ଓକେ କରନ୍ତୁ ।

• ଏହା ପରେ ନୋଟିଫିକେସନ୍ ଆକ୍ସେସକୁ ଯାଇ ‘ଓକେ’ କ୍ଲିକ୍ କରନ୍ତୁ ଏବଂ ଯାହା ଅନୁମତି ମାଗିବ ତାକୁ ମଧ୍ୟ ଓକେ କରନ୍ତୁ ।

• ଏହାପରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ ଅନସିନ୍ ଟିମ୍ ଆପଣକୁ ସ୍ୱାଗତ କରିବ ।

• ତେବେ ଏଠାରେ ଆପଣଙ୍କୁ ମେସେଞ୍ଜର୍ ଏବଂ ଟେଲିଗ୍ରାମର ବିକଳ୍ପ ମଧ୍ୟ ନଜର ଆସିବ । କାରଣ ଏହି ଆପ୍ ଏହା ଉପରେ ମଧ୍ୟ କାମ କରେ ।

• ଡାଉନଲୋଡ ହେବା ପରେ ହ୍ୱାଟସଆକୁ ଆସୁଥିବା ମେସେଜ୍ ଆସିବ ତାହା ଏହି ଆପକୁ ଆସିବ ।

• ଏଠି ଆପଣ ମେସେଜ୍ ପଢି ପାରିବେ ଏବଂ ପଠାଇଥିବା ବ୍ୟକ୍ତିଙ୍କୁ ନୀଳ ଟିକ୍ ଦେଖାଯିବ ନାହିଁ ।

ଏହା ସହ ପଢନ୍ତୁ ଫେସବୁକରେ ଶେୟାର୍ କରନ୍ତୁ ନାହିଁ ଏହି ୭ଟି ତଥ୍ୟ ! ଯଦି କରିଛନ୍ତି ତୁରନ୍ତ କରନ୍ତୁ ଡିଲିଟ୍