ରକ୍ତ ଦୂଷିତ ହେଲେ ଶରୀରରେ ହୋଇଥାଏ ଅନେକ ସମସ୍ୟା : ଶରୀରର ଦୂଷିତ ରକ୍ତକୁ ପରିଷ୍କାର କରିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ

ଶରୀରର ଦୂଷିତ ରକ୍ତକୁ ପରିଷ୍କାର କରିବା ପାଇଁ କରନ୍ତୁ ଏହି କାମ

500

ଶରୀର ମଧ୍ୟରେ ସବୁ ଜରୁରୀ ଜିନିଷ ରକ୍ତ ମାଧ୍ୟମରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ । ଶରୀରର ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଶରୀରର ପିଏଚ୍ ସ୍ତର ଏବଂ ଜଳସ୍ତର ମଧ୍ୟ ସଞ୍ଚାଳିତ କରିଥାଏ । ବେଳେବେଳେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଅପମିଶ୍ରଣ ହୋଇ ରକ୍ତ ଅପରିଷ୍କାର ହୋଇଯାଇଥାଏ । ରକ୍ତ ଅପରିଷ୍କାର ହେଲେ ବ୍ରଣ ହେବା, ଓଜନ କମ ହେବା ଏବଂ ଖୁବ୍ ଶୀଘ୍ର ଥକାପଣ ଆସିବା ଭଳି ସମସ୍ୟା ଦେଖାଯାଇଥାଏ । ଏ ସମସ୍ୟାର ସମାଧାନ ପାଇଁ ରକ୍ତ ପରିଷ୍କାର ରହିବା ଅତ୍ୟନ୍ତ ଜରୁରୀ । କିଡନି ଏବଂ ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଆପଣମାନେ ନିଜ ରକ୍ତକୁ ପରିଷ୍କାର ରଖିପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

• କିଡନୀକୁ ଠିକ୍ ରଖିବା ପାଇଁ ହେଲେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । କିଡ଼ନି ପାଣିର ସହାୟତାରେ ଶରୀରର ବିଷାକ୍ତ ଜିନିଷକୁ ବାହାରକୁ ବାହାରି ଯାଇଥାଏ । ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ।

• ଜାମୁକୋଳି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ସହ ରକ୍ତ ଅପରିଷ୍କାର ହୋଇନଥାଏ ।

• କଫି ପିଇବା ଦ୍ୱାରା ମଧ୍ୟ ଯକୃତରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଯାହାଦ୍ୱାରା ରକ୍ତ ଅପଷ୍କାର ନହେବା ବ୍ରଣ ବା ଥକାପଣ ହେବା ଭଳି ସମସ୍ୟା ଦେଖାଯାଇନଥାଏ ।

• ସେଓରେ ପେକ୍ଟିନ୍ ନାମକ ଫାଇବର ରହିଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସ୍ୱଚ୍ଛ କରିଥାଏ ।