କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ! ଆପଣାନ୍ତୁ ଏହି ଉପାୟ

37

ଅନେକ ସମୟରେ ଛୋଟ ଛୋଟ କଥାରେ ଆମେ ରାଗି ଯାଇଥାଏ । ଆଉ ଏହି କ୍ରୋଧର ବଶବର୍ତ୍ତୀ ହୋଇ ବଡ ବଡ ଭୁଲ୍‌ କରିବସୁ । ଯେଉଁଥି ପାଇଁ ପର ମୁହୂର୍ତ୍ତରେ ପଶ୍ଚାତାପ କରିଥାଉ । ଯଦି କ୍ରୋଧକୁ ନିଜର ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ବା କୌଣସି ଭୁଲ୍‌ ନ କରିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ସବୁ ଟିପ୍ସ ।

-ଯଦି ହଠାତ୍‌ ରାଗ ଲାଗେ, ତେବେ ମନକୁ ଅନ୍ୟଆଡ଼କୁ ଟାଣି ନିଅନ୍ତୁ । ନଚେତ୍ ପାଞ୍ଚ ମିନଟ୍‌ ବାହାରେ ବୁଲି ଆସନ୍ତୁ । ଯଦି ସେଭଳି ସମ୍ଭବପର ନୁହେଁ, ତେବେ ଆପଣ ନିଜର କୌଣସି ଭଲ ସାଙ୍ଗ ବା ସଂପର୍କୀୟଙ୍କ ସହିତ କଥା ହୋଇ ମନକୁ ଆୟତ୍ତ କରନ୍ତୁ ।

-ମନରେ ସବୁବେଳେ ସକାରତ୍ମକ ଭାବନା ଆଣିବାକୁ ଚେଷ୍ଟା କରନ୍ତୁ ।

-ରାଗ ଲାଗିଲେ ୨୦୧ରୁ ୧ ପର୍ଯ୍ୟନ୍ତ ଓଲଟା ଗଣନ୍ତୁ  । ଏପରି କଲେ ରାଗରୁ ଧ୍ୟାନ ହଟିଯିବ  ।

-ଯଦି ସେ ଦିନ ଆପଣ କାହା ଉପରେ ରାଗିଥିବେ, ତେବେ ରାତିରେ ଶୋଇବା ବେଳେ ସେ ବିଷୟରେ ପୁଂଖାନୁପୁଂଖ ବିଚାର କରନ୍ତୁ । ଏଭଳି ଭାବନା ଆପଣଙ୍କୁ ଭବିଷ୍ୟତରେ କ୍ରୋଧିତ ନ ହେବା ଲାଗି ପ୍ରେରିତ କରିପାରିବ ।