ମୋଦିଙ୍କୁ ସିଧାସଳଖ କିପରି କହିବେ ମନର କଥା ? ଜାଣନ୍ତୁ କିଛି ସହଜ ଉପାୟ

203

ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ମୋଦି ପ୍ରଥମ ଥର ପାଇଁ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପ୍ରାୟ ସମସ୍ତ ଲୋକଙ୍କ ସହ ଯୋଗସୁତ୍ର ସ୍ଥାପନ କରି ପାରୁଛନ୍ତି ମୋଦି । ଏଭଳି ଏକ ନିଆରା ପ୍ରୟାସ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଛି । ତେବେ ମୋଦିଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିବା ପାଇଁ ଆହୁରି ଅନେକ ଉପାୟ ରହିଛି । କିନ୍ତୁ ଏବେ ମଧ୍ୟ ସାଧାରଣ ଲୋକ ପ୍ରଧାନମନ୍ତ୍ରୀଙ୍କ ଅଫିସ ପିଏମଓ ଉପରେ ଅଧିକ ନିର୍ଭର କରୁଛନ୍ତି । କିନ୍ତୁ ଏବେ ସମୟ ବଦଳିଛି ।କେବଳ ପିଏମଓ ନୁହେଁ ଆହୁରି ଅନେକ ଉପାୟରେ ଏବେ ମୋଦିଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ହେଉଛି । ଆସନ୍ତୁ ଜାଣିବା ଅନ୍ୟ କେଉଁ ଉପାୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ପାରିବେ ।

ୱେବସାଇଟ : ପ୍ରଧାନମନ୍ତ୍ରୀଙ୍କ ସହ ସର୍ମ୍ପକ ସ୍ଥାପନ କରିବାର ଏକ ପ୍ରମୁଖ ମାଧ୍ୟମ ହେଲା ୱେବସାଇଟ । ସାଧାରଣ ଲୋକଙ୍କୁ ଏଥିପାଇଁ ସାଇଟରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡିଥାଏ । ଏହା ଖୁବ ସରଳ ପ୍ରକିୟା । ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଧାସଳଖ ସର୍ମ୍ପକ ବାର୍ତ୍ତଳାପ କରାଯାଇପାରିବ । ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ । ଏଠାରେ ଆପଣ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ମେସେଜ ଦେଇପାରିବେ । ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ ହେଉଛି  http://www.pmindia.gov.in/en/interact-with-honble-pm/

namo-twitterଚିଠି : ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିବାର ଆଉ ଏକ ମାଧ୍ୟମ ହେଲା ଚିଠି । ମୋବାଇଲ ନଥିବା ସମୟରୁ ହିଁ ଏହି ଉପାୟରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ କରାଯାଉଛି । ଏହି ଚିଠି ପ୍ରଧାନମନ୍ତ୍ରୀଙ୍କ ସରକାରୀ ଅଫିସକୁ ଯାଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଅଫିସର ଠିକଣା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ଅଫିସର ଠିକଣା ହେଲା Prime Minister’s Office South Block, Raisina Hill, New Delhi-110011

ଟ୍ୱିଟର : ଏବେ ସୋସିଆଲ ମିଡିଆର ଯୁଗ । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଓତଃପ୍ରୋତ ଭାବେ ସୋସିଆଲ ମିଡିଆ ସହ ଜଡିତ । ଅଧିକାଂଶ ସମୟରେ ମୋଦି ଟ୍ୱିଟ୍ କରୁଥିବା ଆପଣ ଶୁଣିଥିବେ ।ତତକ୍ଷଣାତ କିଛି ମେସେଜ ଦେବା ପାଇଁ ଏବେ ଟ୍ୱିଟରର ବହୁଳ ବ୍ୟବହାର କରାଯାଉଛି । ଏପରିକି ମୋଦି ମଧ୍ୟ ଏହା ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ଯୋଗସୁତ୍ର ସ୍ଥାପନ କରି ପାରୁଛନ୍ତି । ତେଣୁ ଏହି ଟ୍ୱିଟର ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ଅସୁବିଧା ଜଣାଇପାରିବେ । ଏଥିପାଇଁ @PMOIndia  ବା @Narendramodi  ଆକାଉଣ୍ଟରେ ମେସେଜ ପଠାଇ ମୋଦିଙ୍କ ସହ ଯୋଗାଯୋଗ କରିହେବ । ପୂର୍ବରୁ ଅନେକ ଲୋକଙ୍କର ଅସୁବିଧା ଟ୍ୱିଟର ମାଧ୍ୟମରେ ସମାଧାନ ହୋଇଛି ।

facebookଫେସବୁକ: ଭାରତର ଅଧିକାଂଶ ଲୋକ ଏବେ ଫେସବୁକ ବ୍ୟବହାର କରୁଛନ୍ତି । ଯୋଗାଯୋଗ ଓ ଭାବ ବିନିମୟର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଫେସବୁକ । ଏପରିକି ୨୦୧୪ ନିର୍ବାଚନୀ ପ୍ରଚାର ଫେସବୁକ ମାଧ୍ୟମରେ କରିଥିଲେ ମୋଦି । ଏଥିରେ ସଫଳ ମଧ୍ୟ ହୋଇଥିଲେ । ଏହି ଫେସବୁକ ମାଧ୍ୟମରେ ଯୁବଗୋଷ୍ଠୀ ନିକଟରେ ବେଶ ସହଜରେ ପହଞ୍ଚି ପାରିଥିଲେ ମୋଦି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି ମୋଦି । ତେଣୁ ସାଧାରଣ ଲୋକ ଫେସବୁକରେ ମଧ୍ୟ ମୋଦିଙ୍କ ସହ ଭାବ ବିନିମୟ କରିପାରିବେ । ଏଥିପାଇଁ https://www.facebook.com/narendramodi ଲିଙ୍କରେ ମେସେଜ କରିବାକୁ ପଡିବ । ଏହାଛଡା ପ୍ରଧାନମନ୍ତ୍ରୀ ଅଫିସ ବା ପିଏମଓର ଫେସବୁକ ଆଇଡି ରେ ମଧ୍ୟ ନିଜର ମତାମତ ଦେଇପାରିବେ ।

ଇମେଲ: ଅନ୍ୟ ସୋସିଆଲ ମିଡିଆ ଭଳି ଇମେଲ ଆକାଉଣ୍ଟରୁ ମଧ୍ୟ ମୋଦିଙ୍କ ସହ ସର୍ମ୍ପକ ସ୍ଥାପନ କରି ପାରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ଇମେଲ ଆଇଡି narendramodi1234@gmail.com ରେ ଏବଂ ପିଏମଓର ଅଫିସିଆଲ ଇମେଲ ଆଇଡି connect@mygov.nic.in ରେ ଯୋଗାଯୋଗ କରିପାରିବେ ।

ଫୋନ କିମ୍ବା ଫ୍ୟାକ୍ସ : ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ଆଉ ଏକ ମାଧ୍ୟମ ହେଉଛି ଫୋନ । ପିଏମଓର ଅଫିସିଆଲ ନମ୍ବର ୯୧ ୧୧ ୨୩୦୧୨୩୧୨ରେ କଲ କରି ନିଜର ମତାମତ ଦେଇପାରିବେ ।ସେହିଭଳି କୌଣସି ବିଷୟରେ ଫ୍ୟାକ୍ସ କରିବାକୁ ଚାହୁଁଥିଲେ ପିଏମଓର ଅଫିସିଆଲ ନମ୍ବର ୯୧ ୧୧ ୨୩୦୧୯୫୪୫, ୨୩୦୧୬୮୫୭ରେ ଫ୍ୟାକ୍ସ କରି ନିଜର କଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ପାରିବେ ।

namo appୟୁଟ୍ୟୁବ ଚ୍ୟାନେଲ : ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ଆଉ ଏକ ମାଧ୍ୟମ ହେଉଛି ୟୁଟ୍ୟୁବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର ୟୁଟ୍ୟୁବ ଚ୍ୟାନେଲ ରହିଛି । ଏଥିପାଇଁ ଏକ ଲିଙ୍କରେ କ୍ଲିକ କରିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଲିଙ୍କ ହେଉଛି https://www.youtube.com/user/narendramodi/feature। ଏହା ମାଧ୍ୟମରେ ଆପଣ ନିଜର ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇପାରିବେ ।
ନମୋ ଆପ : ନମୋ ଆପ ଡାଉନଲୋଡ କରି ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ପାରିବେ । ଏହି ଆପରେ ପିଏମଓରୁ ଏକ ଇମେଲ ଆପଣଙ୍କ ମୋବାଇଲକୁ ଆସିବ । ଏହି ଆପର ନାଁ ନମୋ ଆପ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ ।

ଆରଟିଆଇ : ଏହାବାଦ୍ ଆରଟିଆଇ ବା ସୂଚନା ଅଧିକାର ନିୟମ ଆଧାରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିହେବ । ଏଥିପାଇଁ ଆପଣଙ୍କୁ ମୋଟ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାର ପୂରା ବିବରଣୀ ପିଏମଓର ଆରଟିଆଇ ପେଜରେ ଉପଲବ୍ଧ ରହିଛି । ଏହାର ଲିଙ୍କ ହେଉଛି http://www.pmindia.gov.in/en/right-to-information-act/