କାରର ଫେବ୍ରିକ ସିଟକୁ କିଭଳି କରିବେ ପରିଷ୍କାର , ଜାଣନ୍ତୁ କିଛି ଜରୁରୀ ଟିପ୍ସ ।

53

କାର କିଣିବା ଯେତେ କଷ୍ଟ ନୁହେଁ ଏହାକୁ ମେଂଟେନ କରିବା ଖୁବ କଷ୍ଟ । ସଠିକ ସମୟରେ ଇଂଜିନ ସର୍ଭିସ କରିବା ସହ କାର ସଫା କରିବା ମଧ୍ୟ ଜରୁରୀ ଅଟେ । ଅନେକ ଲୋକ କାର ଭିତର ସଫାକୁ ନେଇ ଅନେକ ଚିନ୍ତା କରିଥାଆନ୍ତି । ଅନେକ ଗାଡିରେ ଫାବ୍ରିକ ସିଟ ଲାଗିଥାଏ ଯାହା ସଫା କରିବା ଲାଗି କିଛି ସ୍ୱତନ୍ତ୍ର ଟିପ୍ପଣୀ ଜାଣିବା ଆବଶ୍ୟକ । ଅ।ମେ ଆଜି କିଛି ଏଭଳି ଟିପ୍ସ ବତାଇବୁ ଯାହା ଆପଣଙ୍କର ସାହାଯ୍ୟରେ ଲାଗିପାରେ ।

– ସର୍ବପ୍ରଥମେ ଆପଣ ଆପଣଙ୍କ କ୍ଲିନିଂ ଉପକରଣ ଗୁଡିକୁ ଯାଂଚ କରିନିଅନ୍ତୁ । ଏଥିପାଇଁ ଆପଣ ସ୍ପଟ ଟେଷ୍ଟ କରିପାରିବେ । ଅପହୋଲସ୍ଟ୍ରିର ଏକ ଛୋଟ ଭାଗରେ ଏହି କ୍ଲିନିଂ ପ୍ରଡକ୍ଟ ବ୍ୟବହାର କରି ଦେଖନ୍ତୁ କି କ୍ଲିନିଂ ପ୍ରଡକ୍ଟଦ୍ୱାରା ଏହା ନଷ୍ଟ ହେଉନାହିଁ ତ ।

– କାରର ଭିତର ପାଶ୍ୱର୍ରେ ଜମିଥିବା ଧୂଳିକୁ ସଫା କରିବା ନିହାତି ଜରୁରୀ ଅଟେ । କାରର ସିଟ ଏବଂ ଅନ୍ୟ ସ୍ଥାନରେ ଜମିଥିବା ଧୂଳିକୁୁ ଆପଣ ଭ୍ୟାକ୍ୟୁମ କ୍ଲିନର ସାହାଯ୍ୟରେ ସଫା କରିପାରିବେ ।

– ଏକ ବାଲଟି ଥଣ୍ଡା ପାଣି ଏବଂ ଏକ ବାଲ୍ଟି ଗରମ ପାଣି ନିଅନ୍ତୁ । ଗରମ ପାଣି ବାଲଟିରେ ଆପଣ ଡିଟରଜେଂଟ ମିଶାନ୍ତୁ । ଯଦି ଆପଣ ଡିଟରଜେଂଟ ବ୍ୟବହାର କରୁ ନାହାନ୍ତି ତେବେ ଆପଣ ବଜାରରୁ କୌଣସି ବି କ୍ଲିନିଂ ପ୍ରଡକ୍ଟ କିଣି ପାରିବେ ।

– ଡିଟରଜେଂଟ ମିଶିଥିବା ଗରମ ପାଣିରେ ସ୍ପଞ୍ଜ ସାହାଯ୍ୟରେ ସିଟକୁ ସଫା କରିବା ଆରମ୍ଭ କରନ୍ତୁ । ମାତ୍ର ଧ୍ୟାନ ରଖନ୍ତୁ ସିଟ ପାଣି କାରଣରୁ ଯେମିତି ପୂରା ଓଦା ନ ହୁଏ , କାରଣ ସିଟକୁ ଶୁଖିବା ଲାଗି ଅନେକ ସମୟ ଲାଗିଥାଏ ।

– ସଫା କରି ସାରିବା ପରେ ଥଣ୍ଡା ପାଣି ସାହାଯ୍ୟରେ ସିଟରେ ଲାଗିଥିବା ଡିଟରଜେଂଟ ପାଣିକୁ ସଫା କରନ୍ତୁ । ଏହିଭଳି ଭାବେ କରନ୍ତୁ କାର ସିଟକୁ ପରିଷ୍କାର ।