ଏଟିଏମରେ ମିଳିଲାଣି ୧୦୦ ଟଙ୍କିଆ ନୂଆ ନୋଟ୍ : ଏମିତି ଜାଣନ୍ତୁ ନୋଟ୍ ଅସଲି ନା ନକଲି 

୨୦୧୭-୧୮ରେ ୧୦୦ ଟଙ୍କିଆ ସବୁଠାରୁ ଅଧିକ ନକଲି ନୋଟ୍ ମିଳିଛି ।

260

ବ୍ୟାଙ୍କ ଗୁଡିକ ୧୦୦ ଟଙ୍କିଆ ନୂଆ ନୋଟ୍ ଗ୍ରାହକଙ୍କୁ ଦେବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ଏଟିଏମରେ ବି ଏହି ନୂଆ ନୋଟ୍ ବାହାରିବାକୁ ଲାଗିଲାଣି । ନୂଆ ନୋଟ୍ ଦେଖିବାକୁ ବହୁତ ଆକର୍ଷକ । କିନ୍ତୁ ଯେବେ ବି କୌଣସି ନୂଆ ନୋଟ୍ ବଜାରକୁ ଆସେ, ତେବେ ତାହାର ନକଲି ନୋଟ୍ ଆସିବାର ଆଶଙ୍କା ବଢ଼ିଯାଏ । ଆସନ୍ତୁ ଜାଣିବେ ଅସଲି ନକଲିର ଚିହ୍ନଟ –

ନିକଟରେ ଆରବିଆଇର ରିପୋର୍ଟରେ କୁହାଯାଇଛି କି, ୨୦୧୭-୧୮ରେ ୧୦୦ ଟଙ୍କିଆ ସବୁଠାରୁ ଅଧିକ ନକଲି ନୋଟ୍ ମିଳିଛି । ଏମିତିରେ ଜରୁରୀ ଯେ, ଆପଣ ୧୦୦ ଟଙ୍କିଆ ନୂଆ ନୋଟକୁ ଚିହ୍ନନ୍ତୁ । ଯେବେ ବି ଆପଣଙ୍କ ହାତକୁ ୧୦୦ ଟଙ୍କିଆ ନୂଆ ନୋଟ୍ ଆସେ, ସେେତେବଳେ ଆପଣ ତାକୁ ଚିହ୍ନି ପାରନ୍ତୁ । ପ୍ରତ୍ୟେକ ନୋଟ୍ ରେ କିଛି ସୁରକ୍ଷା ଫିଚର୍ସ ଲାଗିଥାଏ । ନୂଆ ୧୦୦ ଟଙ୍କିଆ ନୋଟ୍ ରେ ମଧ୍ୟ ଅଛି । ଏହାର ଧ୍ୟାନ ରଖି ଆପଣ ଯେକୌଣସି ପ୍ରକାରର ଠକେଇରୁ ବଂଚିପାରିବେ ।

• ଆରବିଆଇ ଅନୁସାରେ, ନୂଆ ୧୦୦ ଟଙ୍କିଆ ନୋଟ ସାମନାରେ ଆପଣଙ୍କୁ ଦେବନାଗରୀରେ ୧୦୦ ଳେଖା ହୋଇଥିବା ଦେଖିବାକୁ ମିଳିବ । ନୋଟ୍ ର କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଅଛି । ଛୋଟ ଛୋଟ ଅକ୍ଷରରେ ‘RBI’, ‘ଭାରତ’, ‘India’ ଏବଂ ‘୧୦୦’ ଲେଖା ହୋଇଛି ।

• ଏଥିରେ କଲର ଶିଫ୍ଟ ବି ଆପଣଙ୍କୁ ଦେଖିବାକୁ ମିଳିବ । ଯେବେ ଅ୍ରାପଣ ନୋଟ୍ କୁ ମୋଡିବେ, ତେବେ ଥ୍ରେଡ୍ ର ରଙ୍ଗ ସବୁଜରୁ ନୀଳ ହୋଇଯିବ । ସେଇଠି ମହାତ୍ମା ଗାନ୍ଧୀଙ୍କ ଚିତ୍ରର ଡାହାଣ ପଟେ ଗାରଣ୍ଟି ଖଣ୍ଡ ସହିତ ଗଭର୍ଣ୍ଣର ହସ୍ତାକ୍ଷର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତୀକ ବି ଅଛି ।

• ଏହାର ଡାହାଣ ପଟେ ଅଶୋକ ସ୍ତମ୍ଭ ବି ଅଛି । ଏହା ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ଚିତ୍ର  ଓ ଇଲେକ୍ରୋଟାଇପ୍ ୱାଟରମାର୍କରେ ନଜର ଆସିବ ।

• ଏଥିରେ ଆପଣଙ୍କୁ ସଂଖ୍ୟା ପ୍ୟାନେଲ ମଧ୍ୟ ଦେଖାଯିବ । ଏଥିରେ ଉପରେ ବାମ ପଟେ ଓ ତଳେ ଡାହାଣ ପଟେ ଛୋଟରୁ ବଡ ଆକାରର ଅଙ୍କ ଅଛି । ଦୃଷ୍ଟିହୀନଙ୍କ ପାଇଁ ଇଣ୍ଟୋଲିୟୋ ବା ଉପରକୁ ଉଠିକି ରହିଥିବା ମହାତ୍ମା ଗାନ୍ଧୀଙ୍କ ଚିତ୍ର, ଅଶୋକ ସ୍ତମ୍ଭ ପ୍ରତୀକ ଓ ତ୍ରିକୋଣୀୟ ପରିଚୟ ଚିହ୍ନ ମାଇକ୍ରୋ ଟେକ୍ସଟ୍ ୧୦୦ ସହିତ ୪ କୋଣୀୟ ବ୍ଲିଡ ରେଖା ବି ଅଛି ।

• ନୋଟ୍ ପଛ ପଟେ ଓ ବାମ ପଟେ ମୁଦ୍ରଣ ବର୍ଷ, ସ୍ଲୋଗାନ ସହିତ ସ୍ୱଚ୍ଛ ଭାରତର ଲୋଗୋ, ଭାଷା ପ୍ୟାନେଲ, ରାନୀର ବାବ ର ଚିତ୍ର ଓ ଦେବନାଗରୀ ମୂଲ୍ୟ ବର୍ଗ ଅଙ୍କ ୧୦୦ ବି ଆପଣଙ୍କୁ ଦେଖିବାକୁ ମିଳିବ ।

• ଯଦି ଆପଣ ୧୦୦ ଟଙ୍କିଆ ଏହି ସମସ୍ତ ଫିଚରକୁ ମନେ ରଖି ପାରୁନାହାଁନ୍ତି, ତେବେ ଆପଣଙ୍କ ପାଖରେ ଅନଲାଇନ୍ ଏହାର ଫିଚର ଚେକ୍ କରିବାର ବିକଳ୍ପ ମଧ୍ୟ ରହିଛି । ଆରବିଆଇ ଏକ ୱେବସାଇଟ୍  ‘paisaboltahai.rbi.org.in’ ଆରମ୍ଭ କରିଛି । ଏଠି ଆପଣ ବହୁତ ସହଜରେ ନୋଟ୍ ର ଫିଚର ଜାଣିପାରିବେ ।