ନିଜ ନମ୍ବର ବାରମ୍ବାର ଭୁଲି ଯାଉଛନ୍ତି କି ? ଜାଣନ୍ତୁ ସବୁ କମ୍ପାନୀର USSD କୋଡ଼୍,ମାତ୍ର ଗୋଟିଏ କ୍ଲିକରେ ଜାଣିବେ ନମ୍ବର

172

ଆଜିକାଲି ପିଲା ଠାରୁ ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ୍ । ବତ୍ତର୍ମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର କହାକୁ ବା ଅଜଣା । ସ୍ମାର୍ଟଫୋନରେ ସମସ୍ତେ ୟୁଟ୍ୟୁବ, ଫେସବୁକ, ହ୍ୱାଟସଆପ ପରି ଅନେକ ଆପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଲୋକମାନଙ୍କ ମଧ୍ୟରୁ କେତେକ ଲୋକ ଏପରି ଅଛନ୍ତି, ଯେଉଁମାନେ ନିଜ ମୋବାଇଲ ନମ୍ବରକୁ ମନେ ରଖିପାରନ୍ତି ନାହିଁ । ଗୋଟିଏ ନମ୍ବର ବ୍ୟବହାର କଲେ ନମ୍ବର ମନେରଖିବାକୁ ଏତେ ଅସୁବିଧା ହେଇନଥାଏ ।

ଯଦି ଆପଣ ମୋଇଲରେ ଦୁଇଟି ନମ୍ବର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ନମ୍ବର ମନେ ରଖିବାକୁ ଭାରି କଷ୍ଟ ହୋଇପାରେ । ଅଧିକାଂଶ ଲୋକ ତ ଏହି ନମ୍ବରକୁ ଖାତାରେ ଲେଖିକି ବୁଲିଥାନ୍ତି । ଆଉ କିଛି ଲୋକ ଆଉ ନିଜ ନମ୍ବର ନିଜ ମୋଇଲରେ ସେଭ କରି ରଖିଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ମୋବାଇଲ ନମ୍ବର ମନେ ରଖିବାକୁ ବାରମ୍ବାର ଖାତାରେ ଲେଖି ଅଭ୍ୟାସ କରିଥାନ୍ତି । ତେବେ ଏପରି ଅସବୁଧାରୁ ବଂଚିବା ପାଇଁ ଆଜି ଆମେ ଆପଣଙ୍କୁ ଏୟାରଟେଲ ଓ ଭୋଡାଫୋନ ଭଳି ସମସ୍ତ କମ୍ପାନୀର ୟୁଏସଏସଡି କୋଡ ବାବଦରେ ଜଣାଉଛୁ ।

ଏୟାରଟେଲ : ଏହାରଟେଲ୍ ସିମରେ ନମ୍ବର ଜାଣିବା ପାଇଁ ଆପଣଙ୍କ ନିମ୍ନରେ ଦିଆଯାଇଥିବା ନମ୍ବର ସାହାଯ୍ୟ କରିବ । *121*1 #, *121*9 #, *121*2 #

ଆଇଡିଆ :
*131*1 # – ଏହି ନମ୍ବର ଆପଣଙ୍କ ମୋଇଲରେ ଡାଏଲ କରିଲେ, ଆପଣ ଆପଣଙ୍କ ମୋବାଇଲ ନମ୍ବର ଜାଣିପାରିବେ ।

ଭୋଡାଫୋନ :
*111*2 # – ଯଦି ଆପଣ ଏହି ନମ୍ବରକୁ ଡାଏଲ କରିବେ ତେବେ ଆମଣଙ୍କ ଡିସପ୍ଲେରେ ନମ୍ବର ଦେଖାଯିବ ।

ଜିଓ : *1 – ଡାଇଲ କରନ୍ତୁ । ଏହି କୋଡ ଡାଏଲ କରିଲା ପରେ ଯଦି କାମ କରୁନି ତେବେ ବାମପାଶ୍ୱର୍ରେ ରହିଥିବା ଜିଓ ଆପ ଭିତରକୁ ଯାଇ ଆପଣଙ୍କ ପ୍ରୋଫାଇଲ ଚେକ କରନ୍ତୁ । ନମ୍ବର ଆସିଯିବ ।

ବିଏସଏନଏଲ : *99 #, *222 #

ଏୟାରସେଲ : *234*4 #