ଜୀବନ ପ୍ରତି ବିପଦ ସାଜୁଛି ସ୍ମାର୍ଟଫୋନ୍ ! ଏକ ସ୍ୱତନ୍ତ୍ର କୋଡ଼୍ ମାଧ୍ୟମରେ କରନ୍ତୁ ପରୀକ୍ଷା, ଜାଣିପାରିବେ କେତେ ଭୟଙ୍କର ଆପଣଙ୍କ ସ୍ମାର୍ଟଫୋନ୍

300

ସ୍ମାର୍ଟଫୋନ୍ ଦ୍ୱାରା ଆଜିକାଲି ଜୀବନ ଅତି ସହଜ ହୋଇଯାଇଛି । ସ୍ମାର୍ଟଫୋନ୍ ଜରିଆରେ ଅନେକ କାମ ଖୁବ୍ ସହଜରେ ହୋଇପାରୁଛି । ମାତ୍ର ଗୋଟିଏ କ୍ଲିକରେ ଫୋନ୍ ରିଚାର୍ଜ ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ହୋଇପାରୁଛି । ଫୋନରେ ପ୍ରାୟ ସବୁକାମ ହୋଇପାରୁଛି । ନା ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼ୁଛି ନା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି । ଗୋଟିଏ ପଟେ ମୋବାଇଲ ଜୀବନକୁ ଏତେ ସରଳ କରିଦେଇଛି, ଅନ୍ୟପଟେ ଏହି ମୋବାଇଲ ହିଁ ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି ।

https://www.scrabbl.com

ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ ମୋବାଇଲ ଲୋକଙ୍କ ପାଇଁ ସାଇଲେଂଟ କିଲର ସାଜିଛି । ପ୍ରକୃତ କଥା ହେଲା ଫୋନ ରେଡ଼ିଏସନକ ବହୁତ ଭୟଙ୍କର ହୋଇଥାଏ । ଏହି ରେଡ଼ିଏସନ ୟୁଜରଙ୍କ ମସ୍ତିସ୍କରେ ବହୁତ ପ୍ରଭାବ ପକାଇଥାଏ । ସ୍ମାର୍ଟଫୋନରୁ ନିର୍ଗତ ହେଉଥିବୋ ବିକିରଣ ପାଇଁ ଅନ୍ତର୍ଜାତୀୟ ମାନକ ପ୍ରସ୍ତୁତ କରାଯାଇଛି । ଆପଣଙ୍କ ସ୍ମାର୍ଟଫୋନରୁ କେତେ ବିକରଣ ହେଉଛି ଏହା ଆପଣ ବି ଜାଣିବା ଜରୁରୀ । ଆଜିକାଲି ଲଂଚ ହେଉଥିବା ସମସ୍ତ ସ୍ମାର୍ଟଫୋନ୍ ବକ୍ସ ଉପରେ ବାହାରୁଥିବା ରେଡ଼ିଏସନ୍ ବିଷୟରେ ଯାନ୍ତ୍ରିକ ଭାବେ ସୂଚନା ଦିଆଯାଏ ।

ମୋବାଇଲ ଫୋନ ବିକିରଣ ଆମ ଶରୀର ପାଇଁ ବେଶ କ୍ଷତିକାରକ । ସବୁବେଳେ ମୋବାଇଲ ଫୋନ ବ୍ୟବହାର କରାଯିବା ଦ୍ୱାରା ସାଧାରଣ ମୁଣ୍ଡବ୍ୟଥା, ସ୍ମରଣଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି କ୍ୟାନସର, ଟ୍ୟୁମର ପରି ରୋଗ ହୋଇପାରେ । ଏପରିକି ଆମେ କାର ବା ବସରେ ଗଲାବେଳେ ମୋବାଇଲରୁ ସର୍ବାଧିକ ପରିମାଣରେ ବିକିରଣ ହୋଇଥାଏ । ଏଥିପାଇଁ ମୋବାଇଲକୁ ସାଇଲେଂଟ କିଲର କୁହାଯାଏ ।

ମୋବାଇଲ ରେଡ଼ିଏସନ୍ ନିର୍ଗତ ହେଉଛି ତାହାକୁ Specific Absorption Rate  ଅର୍ଥାତ୍ SAR  କୁହାଯାଏ । ଭାରତରେ SAR 1.6   ୱାଟ୍ ପ୍ରତି କିଲୋରୁ ଅଧିକର ହେବା ଉଚିତ ନୁହେଁ । ଏଥିରୁ ଅଧିକ ବିକିରଣ ହେଲେ ୟୁଜର ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ତେବେ ଆପଣଙ୍କ ସ୍ମାର୍ଟଫୋନ୍ କେତେ ଭୟଙ୍କର ଜାଣିବା ପାଇଁ ସ୍ମାର୍ଟଫୋନ୍ ୟୁଜର ଏକ ସ୍ୱତନ୍ତ୍ର କୋଡ଼ ଡାଏଲ୍ କରନ୍ତୁ । ଯଦି  *#07#  କୋଡ଼୍ ଡାଏଲ୍ କରିବା ପରେ SAR 1.6  ୱାଟ୍ କିଲୋ ପ୍ରତି ଅଧିକ ରୁହେ, ତେବେ ତୁରନ୍ତ ଫୋନ୍ ବଦଳାଇ ଦିଅନ୍ତୁ ।