କାଳିଆ ଯୋଜନାରେ ଆପଣଙ୍କ ନାଁ ଅଛି କି ନାହିଁ ! ଗୋଟିଏ କ୍ଲିକରେ ଜାଣନ୍ତୁ ହିତାଧିକାରୀଙ୍କ ପୂରା ତାଲିକା

5,447

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହେବାକୁ ଏବେ ଚାଷୀ ମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଛି । ଲମ୍ବା ଲମ୍ବା ଲାଇନରେ ଛିଡା ହୋଇ ଚାଷୀ ମାନେ ଫର୍ମ ନେଉଥିବା ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ସାମ୍ନାକୁ ଆସିଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ତାଲିକା । ଏହି ତାଲିକା ଆସିବା ପରେ ଚାଷୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ତାଲିକାରେ ନିଜ ନାଁ ଅଛି କି ନାହିଁ ତାହା ଜାଣିବା ପାଇଁ ଚାଷୀଙ୍କୁ କୃଷି ସମବାୟ ସମିତି କିମ୍ବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଅଥାର୍ତ ଚୁଟକିରେ ଆପଣଙ୍କ ନାଁ ତାଲିକାରେ ଅଛି କି ନାହିଁ ତାହା ଜଣାପଡିବ ।

ତେବେ ଏହି ତାଲିକା ବାବଦରେ ଜାଣିବା ପାଇଁ କୃଷକଙ୍କୁ କାଳିଆ ଯୋଜନାର ୱେବସାଇଟ www.kalia.co.inକୁ ଯିବାକୁ ପଡିବ । ଏହି ୱେବସାଇଟରୁ ଆପଣ ଜାଣି ପାରିବେ ହିତାଧିକାରୀ ତାଲିକାରେ ଆପଣଙ୍କ ନାଁ ରହିଛି ନା ନାହିଁ । ଏଥିପାଇଁ ହିତାଧିକାରୀ ବିକଳ୍ପ ଉପରେ କ୍ଲିକ କରିବା ପରେ ନିଜର ଜିଲ୍ଲା ଓ ବ୍ଲକର ନାଁ ଦେବାକୁ ପଡିବ । ଏହାପରେ ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ତାଲିକାର ପିଡିଏଫ ଫାଇଲ ସ୍କ୍ରିନ ଉପରକୁ ଆସିଯିବ । ଏଥିମଧ୍ୟରୁ ଚାଷୀ ନିଜ ପଞ୍ଚାୟତ ଉପରେ କ୍ଲିକ୍ କଲେ ଉକ୍ତ ପଞ୍ଚାୟତର କାଳିଆ ଯୋଜନାର ହିତାଧିକାରୀର ପୂରା ତାଲିକା ସ୍କ୍ରିନ ଉପରେ ନଜରକୁ ଆସିବ । ଏହି ତାଲିକାରେ ଚାଷୀ ନିଜ ନାଁ ଅଛି କି ନାହିଁ ତାହା ଜାଣି ପାରିବେ ।

ଯଦି ଏହି ତାଲିକାରେ ଚାଷୀଙ୍କର ନାଁ ନଥାଏ ତେବେ ସବୁଜ ଫର୍ମ ପୂରଣ କରି କୃଷି ସମବାୟ ସମିତି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଡ୍ରପ ବକ୍ସରେ ପକାଇପାରିବେ । ଏହାବାଦ୍ ଯଦି କାଳିଆ ଯୋଜନା ବାବଦରେ କୌଣସି ଦ୍ୱନ୍ଦ ରହୁଛି ତେବେ ଅଧିକ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ ନମ୍ବରରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲ କରି ଚାଷୀ ମାନେ ନିଜର ସମସ୍ତ ସମସ୍ୟା ସର୍ମ୍ପକରେ ବୁଝି ପାରିବେ । ସେହିଭଳି ୦୮୦୬୧୧୭୪୨୨୨ ନମ୍ବରରେ ମିସ୍ କଲ କରିବା ଏସଏମଏସ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।
ପର୍ଯ୍ୟନ୍ତ

KALIA schemeଏସବୁ ଭିତରେ ‘କାଳିଆ’ ଯୋଜନାରେ ଆବେଦନ ଫର୍ମ ଦାଖଲ କରିବାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ ମାନଙ୍କ ସହ କାଳିଆ ଯୋଜନାର କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁୟାରୀ ୧୦ ତାରିଖରୁ ଜାନୁଆରୀ ୧୫ ତାରିଖକୁ ଘୁଞ୍ଚାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ୍ ନ ପଡେ, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।