ଭୋଟର ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ? ଘରେ ବସି ମୋବାଇଲରେ ପତ୍ତା ଲଗାଇପାରିବେ

51

ଭାରତ ଏକ ଗଣତାନ୍ତ୍ରିକ ଦେଶ । ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କ ମତଦାନ ଦେଇ ନେତା ବାଛିବାର ଅଧିକାର ରହିଛି । କିନ୍ତୁ ଏଥିପାଇଁ ମତଦାନ ସୂଚୀରେ ଆପଣଙ୍କ ନାମ ରହିବା ନିହାତି ଦରକାର । ଭୋଟର ତାଲିକାରେ ଆପଣଙ୍କ ନାମ ନଥିଲେ ଆପଣ ଭୋଟ ଦେଇପାରିବେ ନାହିଁ । ଅନେକ ଥର ଏପରି ହୁଏ ପୂର୍ବ ନିର୍ବାଚନ ସମୟରେ ଭୋଟର ତାଲିକାରେ ଆପଣଙ୍କ ନାମ ଥିଲେ ମଧ୍ୟ ଆଗାମୀ ନିର୍ବାଚରେ ନାମ କଟିଯାଇଥାଏ । ଏପରିସ୍ଥଳେ ଲୋକଙ୍କୁ ବହୁତ ଅସୁବିଧା ଭୋଗିବା ପାଇଁ ପଡ଼େ । ଆଗକୁ ୨୦୧୯ ଲୋକସଭା ନିର୍ବାଚନରେ ହେବାର ଅଛି । ଲୋକେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ତେବେ ଭୋଟର ତାଲିକାରେ ନାମ କଟିଯିବା ପରି ଅସୁବିଧାରୁ ବଂଚିବା ପାଇଁ ଆପଣଙ୍କୁ ଆଗରୁ ସଜାଗ ହେବାକୁ ପଡ଼ିବ । ଆପଣଙ୍କ ନାମ ଭୋଟର ତାଲିକାରେ ଅଛି କି ନାହିଁ ଆପଣ ଘରେ ବସି ବସି ମୋବାଇଲରେ ଜାଣିପାରିବେ ।

ସର୍ବପ୍ରଥମେ ଫୋନ ବ୍ରାଉଜରରେ www.nvsp.in  ଟାଇପ କରି ଓକେ କରନ୍ତୁ । ଏବେ ଆପଣଙ୍କ ସାମ୍ନାରେ ଜାତୀୟ ମତଦାତା ସେବା ପୋର୍ଟାଲ ଖୋଲିଯିବ । ଆଉ ଏବେ ବାମ ପଟେ ଏକ ସର୍ଚ୍ଚ ବକ୍ସ ଆପଣ ଦେଖିବା ପାଇଁ ପାଇବେ । ଆଉ ତା’ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ୍ ଖୋଲିଯିବ ଯାହାର ୟୁଆରଏଲ http://electoralsearch.in ଦେଖିବା ପାଇଁ ପାଇବେ । ଏବେ ଆପଣ ୨ ଟି ଉପାୟରେ ନିଜ ନାମରେ ଭୋଟର ତାଲିକାରେ ଅଛି କି ନାହିଁ ଚେକ୍ କରିପାରିବେ । ପ୍ରଥମ ଉପାୟ ହେଲା ନାମ, ବାବା କିମ୍ବା ସ୍ୱାମୀଙ୍କ ନାମ, ରାଜ୍ୟ , ବୟସ, ଲିଙ୍ଗ , ଜିଲ୍ଲା, ବିଧାନସଭା ନିର୍ବାଚନ କ୍ଷେତ୍ର ନାମ ଦେଇ ନିଜର ନାମ ଭୋଟର ତାଲିକରେ ପଞ୍ଜିକୃତ ଅଛି କି ନାହିଁ ଜାଣିପାରିବେ ।

ଅନ୍ୟ ଉପାୟ ହେଲା ଆପଣ ନାମ ସର୍ଚ୍ଚ କରିବା ପରିବର୍ତ୍ତେ ମତଦାତା ଚିହ୍ନଟ ପତ୍ର କ୍ରମାଙ୍କ ସଂଖ୍ୟାରେ ସର୍ଚ୍ଚ କରନ୍ତୁ । ଏଥିପାଇଁ ଆପଣଙ୍କୁ ଉକ୍ତ ପେଜରେ ବିକଳ୍ପ ମିଳିବ । ବିହାର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ପାଇଁ ଲୋକଙ୍କୁ ମେସଜ ସୁବିଧା ଦିଆଯାଇଛି ।