ଆପଣଙ୍କ ଇ-ମେଲ ଆଇଡି ହ୍ୟାକ ହୋଇଛି କି ନାହିିଁ ନିଜ ମୋବାଇଲରୁ ପତ୍ତା ଲଗାନ୍ତୁ ?

111

ନିକଟରେ ହ୍ୟାକର୍ସ ଗ୍ରୁପମାନେ ଯେପରି କ୍ରିଆଶୀଳ ଅଛନ୍ତି ଏମିତିରେ ଆପଣଙ୍କ ଡାଟା କୌଣସି ପ୍ରକାରେ ସୁରକ୍ଷିତ ନୁହଁ । କିଛି ଦିନ ପୂର୍ବରୁ ୟାହୁର କୋଟି କୋଟି ଆକାଉଂଟ ହ୍ୟାକ ହୋଇଥିଲା । ତା’ପରେ ଜିମେଲର ମଧ୍ୟ ଆକାଉଂଟ ହ୍ୟାକ ହେବାର ଖବର ଆସିଥିଲା । କିନ୍ତୁ ଆପଣ ଏକ କୌଶଳ ଆପଣାଇ ନିଜର ଇ ମେଲ ଆଇଡି ଉପରେ ନଜର ରଖିପାରିବେ ।

ଏକ ରିପୋର୍ଟି ଅନୁସାରେ ଗୁଗୁଲ ଜିମେଲରେ ପ୍ରତିଦିନ ପାଖାପାଖି ୧୦୦ ମିଲିୟନ ମେଲ ପଠାଯାଉଛି ଓ ଗ୍ରହଣ କରାଯାଉଛି । ଏମିତିରେ ଆପଣ ଜାଣିବେ କିପରି ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଛି କି ନାହିିଁ ? ପ୍ରଥମ ଉପାୟ ହେଲା ଆପଣ ଜିମେଲ ଖୋଲି ସବୁଠାରୁ ତଳକୁ ଯାଇ ଦକ୍ଷିଣ ପଟ କୋଣକୁ ଯାଆନ୍ତୁ ।

ସେଠାରେ ଆପଣଙ୍କୁ (ଡିଟେଲସ) ନାମକ ଏକ ଆଇକନ ଦେଖାଯିବ । ଯାହା ଉପରେ କ୍ଲିକ କରିବା ପରେ ହିଁ ଏକ ନୂତନ ଟାବ ଖୋଲିବ ଯେଉଁଠି ପୁରା ତାଲିକା ଆସିଯିବ କି କେଉଁଠି ଓ କେବେେ କେବ ଆକାଉଂଟ ଆକ୍ସେସ ହୋଇଛି ।

ଏହାପରେ ଆପଣ ହାଭଆଇବିନପିଡବ୍ଲୁଏନଇଡି.କମ ପେଜ ଭିଜିଟ କରନ୍ତୁ । ଏବେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲଇଯିବ ଯେଉଁଠି ହାଭ ଆଇ ବିନ ପିଡବ୍ଲୁଏନଇଡିି? ଲେଖାହୋଇଥିବ । ଏବେ ତା’ତଳେ ତିଆରି ହୋଇଥିବା ୟୁଆରଏଲ ବିଷୟରେ ନିଜର ଜିମେଲ ଆଇଡି ଦେଇ ପିଡବ୍ଲୁଏନଇଡିି ବଟନ ଦବାନ୍ତୁ ।

କିଛି ସମୟ ପରେ ଆପଣଙ୍କ ସ୍କ୍ରିନରେ ଦେଖାଯିବ କି ଆପଣଙ୍କ ଇମେଲ ଆଇଡି ହ୍ୟାକ ହେବ କି ନାହିଁ । ଯଦି ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବ ତେବେ ପୁରା ସ୍କ୍ରିନ ଲାଲ ଦେଖାଯିବ । ନହେଲେ ଆପଣଙ୍କ ସାମ୍ନାରେ ଲେଖା ହେବ ଗୁଡ “ନିଉଜ-ନୋ ପିଡବ୍ଲଏନଇଡ ଫାଉଣ୍ଡ” ।