ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗ୍ୟାସ ସବସିଡ଼ ଆସୁଛି କି ନାହିଁ ? ମୋବାଇଲରେ ଗୋଟିଏ କ୍ଲିକ କରି ଜାଣି ପାରିବେ ପୂରା ତଥ୍ୟ

83

ଭାରତ ସରକାର କିଛି ବର୍ଷ ପୂର୍ବରୁ ଗ୍ୟାସ ସିଲିଣ୍ଡରରୁ ମିଳୁଥିବା ସବସିଡ ସିଧା ସଳଖ ଭାବରେ ବ୍ୟାଙ୍କ ଖାତାକୁ ପଠାଇବାର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଅଧିକାଂଶ ଲୋକ ସରକାରଙ୍କ ଏହି ଯୋଜନାକୁ ନେଇ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ବ୍ୟାଙ୍କ ଖାତାକୁ ସବସିଡ ଆସିଲା କି ନାହିଁ ତାହା ଗ୍ରାହକ ମାନେ ଜାଣିପାରିନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ମାର୍ଗ ଦେଖାଇବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଜଣିପାରିବେ ଆପଣଙ୍କ ଆକାଉଣ୍ଟକୁ ସବସିଡ ଆସୁଛି କି ନାହିଁ ।

ସବସିଡ ସମ୍ବନ୍ଧିୟ ତଥ୍ୟ ଜାଣିବା ପାଇଁ ମୋବାଇଲ ବ୍ରାଉଜରରେ www.mylpg.inୱେବସାଇଟକୁ ଲଗଇନ କରିବାକୁ ପଡିବ । ଲଗଇନ କରିବା ପରେ ଆପଣଙ୍କୁ ଗ୍ୟାସ କମ୍ପାନୀକୁ ଚୟନ କରିବାକୁ ପଡିବ । ଏହା ପରେ ଏଲପିଜି ଆଇଡି ଦେବା ପାଇଁ ଏକ ବିକଳ୍ପ ଆସିବ, ଆଇଡି ଦେବା ପରେ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର ଏବଂ ଚିଳିତ ବର୍ଷର ବିବରଣୀ ଦେବା ପରେ ସବସିଡ଼ର ସମସ୍ତ ତଥ୍ୟ ପାଇପାରିବେ । ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ସବସିଡ ଆସୁଛି କି ନାହିଁ ଜାଣିପାରିବେ । ଏହା ସହିତ କେତେ ଟଙ୍କା ସବସିଡ ଆସୁଛି ତାହା ମଧ୍ୟ ଜାଣିପାରିବେ । ଯଦି ଆପଣଙ୍କ ଆକାଉଣ୍ଟକୁ ସବସିଡ ଆସୁନଥିବ ତେବେ ସେଠାରେ ଥିବା ଫିଡବ୍ୟାକ ଅପସନ ଉପରେ କ୍ଲିକ କରି ଅଭିଯୋଗ ମଧ୍ୟ କରିପାରିବେ ।

ସବସିଡ ନମିଳିବାର ସବୁଠାରୁ ବଡ କାରଣ ହେଉଛି ଏଲପିଜି ଆଇଡି ସହ ଆକାଉଣ୍ଟ ନମ୍ବର ଲିଙ୍କ ନ ହେବା । ଯଦି ଆପଣ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ନିକଟରେ ଥିବା ଡିଷ୍ଟ୍ରିବ୍ୟୁଟର ସହ ତୁରନ୍ତ ଯୋଗାଯୋଗ କରି ଆପଣଙ୍କ ଅସୁବିଧା ସମ୍ପର୍କରେ ଜଣାନ୍ତୁ । ଆପଣ ଘରେ ବସି ମଧ୍ୟ ଟୋଲଫ୍ରି ନମ୍ବର ୧୮୦୦୨୩୩୩୫୫୫ରେ କଲ କରି ଅଭିଯୋଗ କରିପାରିବେ ।