ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବଡ ନିଷ୍ପତି ! ରଦ୍ଦ ହେଲା ୪୦ ଲକ୍ଷ ଗାଡିର ପଞ୍ଜିକରଣ ।

ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ପରିବହନ ବିଭାଗ ୪୦ ଲକ୍ଷ ବାହନର ପଂଜିକରଣ ରଦ୍ଦ କରିଦେଇଛି ।

107

ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜୋରଦାର୍ ଉଦ୍ୟମ ଜାରି ରଖିଛନ୍ତି । ଇତିମଧ୍ୟରେ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ଦିଲ୍ଲୀରେ ଚଳାଚଳ କରୁଥିବା ପ୍ରାୟ ୪୦ ଲକ୍ଷ ପୁରୁଣା ଗାଡିର ପଞ୍ଜିକରଣକୁ ରଦ୍ଦ କରିଦିଆଯାଇଛି । ଦିଲ୍ଲୀ ଏନସିଆରରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଚାଳିତ ଗାଡିର ରେଜିଷ୍ଟ୍ରେସନ ରଦ୍ଦ କରାଯାଇଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇନାହିଁ ତ, ଯଦି ଆପଣଙ୍କ ଗାଡିର ବି ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି ତେବେ ତାକୁ ଘରେ ବସି ଜାଣିପାରିବେ ।

ଯଦି ଗାଡ଼ିର ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି ତେବେ ୱେବସାଇଟ୍ https://parivahan.gov.in/rcdlstatus/vahan/rcDlHome.xhtml କୁ ଯାଇ ଆପଣ ଆପଣଙ୍କର ଗାଡିର ନମ୍ବର ଦେଇ ଏସଂପର୍କରେ ସୂଚନା ପାଇପାରିବେ । ଯଦି ଆପଣ ଦେଇଥିବା ସଚନା ସଠିକ୍ ରହିଛି ତେବେ ଏହାଦ୍ୱାରା ଆପଣଙ୍କର ଗାଡିରୁ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ କରାଯିବ ।

ଉଲ୍ଲେଖ ଥାଉ କି, ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି ପରିବହନ ବିଭାଗ ୪୦ ଲକ୍ଷ ବାହନର ପଂଜିକରଣ ରଦ୍ଦ କରିଦେଇଛି । ଏଥିରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଚାଳିତ ବାହନ ଅଛି। ଦିଲ୍ଲୀରେ ମୋଟ୍ ୧,୧୦ କୋଟି ବାହନ ପଂଜିକୃତ ହୋଇଛି। ଦିଲ୍ଲୀ ସରକାରଙ୍କ ତରଫରୁ ଉପସ୍ଥାପିତ ଓକିଲକୁ ଶୀର୍ଷ ଅଦାଲତ କହିଲେ କି, ଏନଜିଟି ଦ୍ୱାରା ୭ ଏପ୍ରିଲ, ୨୦୧୫ରେ ନିଜର ଆଦେଶରେ ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ବାହନ ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳିତ ବାହନର ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ସଲିସିଟର ଜେନେରାଲ ଖଣ୍ଡପୀଠକୁ ଜଣାଇଲେ କି, ନ୍ୟାୟାଳୟର ୨୯ ଅକ୍ଟୋବର ଆଦେଶ ଅନୁରୂପ ପ୍ରଦୂଷଣ ବିଷୟରେ ଅଭିଯୋଗ ଦାଖଲ କରାଇବା ପାଇଁ ଟ୍ୱିଟର ଓ ଫେସବୁକରେ ନାଗରିକଙ୍କ ସୁବିଧା ପାଇଁ ଆକାଉଣ୍ଟ ଖୋଲି ଦିଆଯାଇଛି ।ଏହି ଆକାଉଣ୍ଟରେ ୧୮ଟି ଅଭିଯୋଗ ମିଳିଛି । ବୋର୍ଡ ନିଜ ୱେବସାଇଟର ଲିଙ୍କ ମଧ୍ୟ ଦେଇଛି, ଯେଉଁଠି ଦିଲ୍ଲୀ-ଏନସିଆରରେ ୧୫ ବର୍ଷ ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳିତ ବାହନର ସୂଚୀ ଦେଖାଯାଇପାରିବ ।

ମତାମତ

Your email address will not be published.