ତାଲିକାଭୁକ୍ତ ପରେ ବି ମିଳିନି ଆଧାର ! ଜାଣନ୍ତୁ କିପରି ଚେକ୍ କରିବେ ଷ୍ଟାଟସ୍

116

ଆଧାର ସମସ୍ତ କ୍ଷେତ୍ରରେ ଜରୁରୀ ହେବା ଫଳରେ ବର୍ତ୍ତମାନ ଆଧାର ଆବେଦନ ସଂଖ୍ୟା ଦୃତମାତ୍ରାରେ ବଢିବାରେ ଲାଗିଛି । ଯଦି ଆପଣ ଆଧାର ଏନରୋଲମେଂଟ କରିଛନ୍ତି ମାତ୍ର ଅନେକ ଦିନ ବିତିବା ପରେ ମଧ୍ୟ ଆପଣଙ୍କୁ ଆଧାର କାର୍ଡ ମିଳିନାହିଁ, ତେବେ ଆପଣ ଅନଲାଇନ ଜରିଆରେ ଆପଣ ଆଧାର ଷ୍ଟାଟସ ଜାଣିପାରିବେ । ସୂଚନାଯୋଗ୍ୟ ସରକାର ପ୍ୟାନ, ବ୍ୟାଙ୍କ ଖାତା, ଜୀବନ ବୀମା ପଲିସି, ମୋବାଇଲ ସିମ, ଅନେକ ସିକ୍ୟୁରିଟି ଯୋଜନା ପାଇଁ ଅନ୍ତିମ ତାରିଖ ନିର୍ଦ୍ଧାରିତ କରିସାରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ଆପଣ ଆଧାର ଷ୍ଟାଟସ ଚେକ କରିବା ପାଇଁ ଚାହୁଛନ୍ତି ତେବେ ଏହାର ପ୍ରକ୍ରିୟା ଅତ୍ୟନ୍ତ ସରଳ ଅଟେ । ଜାଣନ୍ତୁ କିପରି ଘରେ ବସି ଆପଣ ୟୁଆଇଡିଏଆଇ ୱେବସାଇଟ ଦ୍ୱାରା ଆଧାର ଷ୍ଟାଟସ ଚେକ କରିପାରିବେ ।

ୟୁଆଇଡିଏଆଇ ୱେବସାଇଟରେ ଚେକ କରିପାରିବେ ଷ୍ଟାଟସ:

• ଆଧାର ୱେବସାଇଟ www.uidai.gov.inକୁ ଯା’ନ୍ତୁ ।
• ଏହାପରେ ଆଧାର ଏନରୋଲମେଂଟ ଟ୍ୟାବ ତଳେ ଦିଆଯାଇଥିବା ଅପ୍ଶନରେ ଚେକ ଆଧାର ଷ୍ଟାଟସ ଉପରେ କ୍ଲିକ କରନ୍ତୁ ।
• ପରବର୍ତୀ ପେଜରେ ନିଜର ଏନରୋଲମେଂଟ ଆଇଡି ନମ୍ବର, ତାରିଖ ଏବଂ ସମୟର ତଥ୍ୟ ଦିଅନ୍ତୁ ।
• ଏହାପରେ ଦିଆଯାଇଥିବା ସିକ୍ୟୁରିଟି କୋଡକୁ ଏଂଟର କରନ୍ତୁ ।
• ଯଦି ଦିଆଯାଇଥିବା ସମସ୍ତ ତଥ୍ୟ ସଠିକ ଥାଏ ତେବେ ଆପଣ ଏବେ ଆପଣଙ୍କର ଆଧାର କାର୍ଡ ଷ୍ଟାଟସକୁ ସ୍କ୍ରଲ ଉପରେ ଦେଖିପାରିବେ ।

ଟୋଲ ଫ୍ରି ନମ୍ବରଦ୍ୱାରା କିପରି ଆଧାର ଷ୍ଟାଟସ ଚେକ କରିପାରିବେ :
ୟୁଆଇଡିଏଆଇ ତରଫରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର ଜରିଆରେ ମଧ୍ୟ ଷ୍ଟାଟସ ଚେକ କରିପାରିବେ । ୧୯୪୭ ହେଉଛି ଟୋଲ ଫ୍ରି ନମ୍ବର । ଏହି ନମ୍ବର ସାହାଯ୍ୟରେ ଆଧାର କାର୍ଡର ଏନରୋଲମେଂଟ ନମ୍ବର ଦେବା ପରେ ଷ୍ଟାଟସ ସହଜରେ ଚେକ କରାଯାଇପାରିବ । ଯଦି ଏନରୋଲମେଂଟ ନମ୍ବର ୯୦ଦିନରୁ ଅଧିକ ପୂରୁଣା ହୋଇଥାଏ କିମ୍ବା ଆପଣଙ୍କୁ ମିଳିନଥାଏ ତେବେ ଏହି ଟୋଲ ଫ୍ରି ନମ୍ବରରେ ଫୋନ କରି ଅଥବା help@uidai.gov.inରେ ମେଲ ମଧ୍ୟ କରିପାରିବେ ।