ପ୍ରଦୂଷଣ ମଧ୍ୟରେ ପାଳନ କରନ୍ତୁ ସୁରକ୍ଷିତ ଦୀପାବଳି : ଏଭଳି ପାଳନ କରନ୍ତୁ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳୀ
ପ୍ରଦୂଷଣ ମଧ୍ୟରେ ପାଳନ କରନ୍ତୁ ସୁରକ୍ଷିତ ଦୀପାବଳି
ଦୀପାବଳିରେ ବାଣ ଫୁଟାଇଲେ ପରିବେଶ ପ୍ରଦୂଷିତ ହୋଇଥାଏ। ଏଣୁ ଆମେ ଯଦି ଗ୍ରିନ୍ ଦିଓ୍ଵାଲି ବା ସବୁଜ ଦୀପାବଳି ମନାଇବା, ତେବେ ପରିବେଶ ସୁରକ୍ଷା ସମ୍ଭବ। ଏଥିପାଇଁ ଜାଣି ରଖନ୍ତୁ ନିମ୍ନ କଥା…
Kanak News is now on WhatsApp
Join and get latest news updates delivered to you via WhatsApp
ବାଣ ଫୁଟାନ୍ତୁ ନାହିଁ : ପ୍ରଥମକଥା ହେଲା ବାଣ ଫୁଟାନ୍ତୁ ନାହିଁ। ବିଶେଷକରି ଏଥିରୁ ବିଷାକ୍ତ ଧୂଆଁ ବାହାରି ଦେହ ଓ ମନକୁ ଖରାପ କରିଥାଏ।
ପ୍ଲାଷ୍ଟିକ୍ ବ୍ୟାଗଠାରୁ ଦୂରେଇ ରହନ୍ତୁ : ସବୁଜ ଦୀପାବଳି ମନେଇବା ଲାଗି ପ୍ଲାଷ୍ଟିକ୍ ବ୍ୟାଗ୍ ବା ପଲିଥିନଠାରୁ ଦୂରେଇ ରୁହନ୍ତୁ।
ଗିଫ୍ଟ ପ୍ୟାକ୍ ପାଇଁ ଗ୍ରିନ୍ ରାପର୍ : ଗିଫ୍ଟ ପ୍ୟାକ୍ ପାଇଁ ଆମେ ପ୍ଲାଷ୍ଟିକ ରାପରର ଉପଯୋଗ କରିଥାଉ, ମାତ୍ର ତା’ ସ୍ଥାନରେ ଗ୍ରନ୍ ଫ୍ୟାବ୍ରିକରେ ପ୍ରସ୍ତୁତ ରାପର ବ୍ୟବହାର କରିଲେ ଭଲ।
ଫୁଡ୍ ଓ୍ଵଷ୍ଟେଜ୍ କମ୍ କରନ୍ତୁ : ଦୀପାବଳିରେ ଆମେ ନାନା ପ୍ରକାରର ଖାଦ୍ୟ ଖାଇଥାଉ। ଏଥର ଆମେ ଯଦି ଖାଦ୍ୟକୁ ନ ଫୋପାଡ଼ିବା, ତେବେ ତାହା ବି ହେବ ସବୁଜ ଦୀପାବଳିର ଅଙ୍ଗ। ଯଦି ମିଷ୍ଟାନ୍ନ ବଳୁଛି, ତେବେ ତାକୁ ଗରିବ ପିଲାଙ୍କୁ ବାଣ୍ଟି ଦିଅନ୍ତୁ। ଏହାଫଳରେ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।