ଆଖିରୁ ପାଣି ବାହାରୁଛି ! ଦୃଷ୍ଟି ଶକ୍ତି ହରାଇବାର ରହିଛି ସମ୍ଭାବନା। ବିନା ଖର୍ଚ୍ଚରେ ସବୁଦିନ ପାଇଁ ରଖନ୍ତୁ ସୁରକ୍ଷିତ । 

41

ଆଖି ଶରୀରର ସବୁଠାରୁ ଦରକାରୀ ଅଙ୍ଗ । ଶୀତ ଦିନରେ ବିଶେଷ ଥଣ୍ଡା ହେତୁ ଆଖିରୁ ପାଣି ବାହାରିଥାଏ । ଏହା ଡ୍ରାଇ ଆଇ ସିଣ୍ଡ୍ରୋମର ସଙ୍ଗେତ ହୋଇପାରେ । ଏହା ଦ୍ୱାରା ଆଖିରୁ ପାଣି ବାହାରିବା, ଲାଲ ଦେଖାଯିବା ଓ ଦରଜ ଲାଗିବା ଭଳି ସମସ୍ୟା ଦେଖାଯାଏ । ଠିକ ସମୟରେ ଏହାର ଚିକିତ୍ସା କରାନଗଲେ ଭବିଷ୍ୟତରେ ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ କିଛି ଘରୋଇ ଉପଚାର ମଧ୍ୟ କରିବା ଉଚିତ । ଯାହା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ ।

-ପିପରମେଂଟ ଚା’ ପତିକୁ କିଛି ସମୟ ଗରମ ପାଣିରେ ଭିଜାଇ ଦିଅନ୍ତୁ । ଧୀରେ ଧୀରେ ଏହାର ବାଷ୍ପକୁ ଆଖି ସଂସ୍ପର୍ଶରେ ଆଣନ୍ତୁ । ଧ୍ୟାନ ରଖିବେ ଯେପରି ପାଣି ଅଧିକ ଗରମ ନଥିବ ।

-କେତେକ ସମୟରେ ଆଖିରେ ଜଳାପୋଡ଼ା ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଏ । ପ୍ରତିଦିନ ଆଖି ତଳେ ଏବଂ ଆଖପାଖରେ ନଡ଼ିଆ ତେଲ ମାଲିସ କରନ୍ତୁ । ଏହା ଦ୍ୱାରା ଆଖିରେ ଥିବା ମଇଳା ସଫା ହୋଇଥାଏ ।

-ହାତ ଦ୍ୱାରା ଆଖିକୁ ସଂକ୍ରମଣ ହୋଇପାରେ । ଆଖିରେ ଦରଜ,ଜଳାପୋଡ଼ା ଏବଂ କୁଣ୍ଡାଇ ଆଦି ସମସ୍ୟା ସୃଷ୍ଟି ହେଲେ ପରିଷ୍କାର ଜଳରେ କପଡ଼ାକୁ ଭିଜାଇ ଆଖିକୁ ସଫା କରନ୍ତୁ । ଏହା ଦ୍ୱାରା ଆଖିକୁ କୌଣସି ପ୍ରକାରର ରୋଗ ହୋଇନଥାଏ ।

-ପରିଷ୍କାର ଜଳରେ ୧ ଚାମଚ ବେକିଂ ସୋଡ଼ା ପକାଇ ଗରମ କରନ୍ତୁ । ସାମାନ୍ୟ ଗରମ ଥିବା ସମୟରେ ଏହି ଜଳରେ ଆଖିକୁ ଧୋଇଦିଅନ୍ତୁ । ଏହାଦ୍ୱାରା ଆରାମ ମିଳିବ ।

-ତୁଳାକୁ ଦୁଗ୍ଧରେ ବୁଡ଼ାଇ ଆଖି ଚତୁଃପାଶ୍ୱର୍ରେ ଧୀରେ ଧୀରେ ଘଷନ୍ତୁ । ସକାଳ ଓ ସଂଧ୍ୟାରେ ପ୍ରତିଦିନ ଏଭଳି କରିବା ଦ୍ୱାରା ଆରାମ ମିଳିଥାଏ ।

-କଂଚା ଆଳୁ ମଧ୍ୟ ଆଖି ସମସ୍ୟାରୁ ମୁକ୍ତି ଦେଇଥାଏ । ଆଳୁକୁ ପତଳା କରି କାଟି ଫ୍ରିଜରେ ରଖନ୍ତୁ । ଏହାପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତୁ ଏହାକୁ ଆଖି ଉପରେ ରଖନ୍ତୁ । ୨ରୁ ୩ ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ ।