ଧନତେରସରେ ଶସ୍ତାରେ କିପରି କିଣିବେ ସୁନା? ଜାଣନ୍ତୁ କିଛିି ବିକଳ୍ପ

69

ଧନତେରସରେ ସୁନା କିଣିବା ଶୁଭ କୁହାଯାଏ । ଏହି ଅବସରରେ ସୁନା କିଣୁଛନ୍ତି ତେବେ ଆପଣଙ୍କୁ ୩ଟି ବିକଳ୍ପ ଜଣାଇବୁ, ଯାହାଦ୍ୱାରା ଆପଣ ଶସ୍ତାରେ ସୁନା କିଣିପାରିବେ । ଏଥିରେ ଆପଣଙ୍କୁ ବଜାର ଦର ତୁଳନାରେ କମ୍ ମୂଲ୍ୟରେ ସୁନା କିଣିବାର ସୁଯୋଗ ମିଳିବ । ଯଦି ଆପଣଙ୍କ ପାଖରେ କମ ଟଙ୍କା ଅଛି, ତେବେ ବି ଆପଣ ଗହଣା କିଣିପାରିବେ । ତେବ ଆସନ୍ତୁ ଜାଣିବା ଏହାର ବିକଳ୍ପ ବିଷୟରେ . . . . .

ପାର୍ବଣ ଋତୁରେ ସମସ୍ତ ଜୁଏଲର୍ସ ଅନେକ ଅଫର ନେଇ ଆସନ୍ତି । ଏଥର ମଧ୍ୟ କିଛି ଏପରି ହୋଇପାରେ । ଏହି ଅଫରରେ ଆପଣଙ୍କୁ ମାଗଣା ସୁନା ଠାରୁ ଆରମ୍ଭ କରି ଶସ୍ତାରେ ସୁନା କିଣିବାର ବିକଳ୍ପ ମିଳେ । ତେବେ ଆସନ୍ତୁ ଜାଣିବା କିଛି ଭଲ ଅଫର । କଲ୍ୟାଣ ଜୁଏଲର୍ସ ଆପଣଙ୍କୁ ଧନତେରସ ଅବସରରେ ସୁନା କିଣିବା ପରେ ଅଧା କିଲୋ ସୁନା ଜିତିବାର ସୁଯୋଗ ଦେଉଛି । ସୀମିତ ସମୟରେ ଚାଲୁଥିବା ଏହି ଅଫର ଅନୁସାରେ ଆପଣ କଲ୍ୟାଣ ଜୁଏଲର୍ସରୁ ସୁନା କିଣୁଛନ୍ତି, ତେବେ ଆପଙ୍କୁ ଏକ ପ୍ରମୋ ନମ୍ବର ଦିଆଯିବ । ଏହି ଲକି ନମ୍ବର ଆପଣଙ୍କୁ ସବୁ ସପ୍ତାହରେ ଅଧା କିଲୋ ସୁନା ଜିତାଇପାରେ ।

କଲ୍ୟାଣ ଜୁଏଲର୍ସ ପରି ଗୀତାଞ୍ଜଳୀ ଜୁଏଲର୍ସ ମଧ୍ୟ ଆପଣଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛି । ଏଠାରେ ଆପଣ ସୁନା କିଣିଲେ ଆପଣଙ୍କୁ ୧୫ ପ୍ରତିଶତ ରିହାତି ମିଳବି । ମାତ୍ର ଏକ ଟଙ୍କାରେ ସୁନା ବ୍ରିକି କରୁଥିବା ପେଟିଏମ ଗୋଲ୍ଡ ମଧ୍ୟ ‘ପେଟିଏମ୍ ଗୋଲ୍ଡ ସେଲ୍’ ଅଫର ଉପସ୍ଥାପନ କରିଛି । ଏହି ଅବସରରେ କମ୍ପାନୀ ୧୦ ହଜାର ଟଙ୍କାରେ ସୁନା କିଣିଲେ ଆପଣ ପାଇବେ ୩ ପ୍ରତିଶତ ରିହାତି ସୁନା । ଆପଣଙ୍କ ପସନ୍ଦଯୋଗ୍ୟ ଗହଣା କିଣିବା ପାଇଁ ଯଦି ଏବେ ଆପଣଙ୍କ ପାଖରେ ପୁରା ଟଙ୍କା ନାହିଁ, ତେବେ ଆପଣ ଧନତେରସରେ କିସ୍ତିରେ ଟଙ୍କା ପଇଠ କରିବାର ବିକଳ୍ପ ବାଛନ୍ତୁ । ଅନେକ ଜୁଏଲର୍ସ କିସ୍ତିରେ ସୁନା କିଣିବାର ସୁଯୋଗ ଦେଉଛି ।

ମଣପୁରମ ଗୋଲ୍ଡ ଓ ଗୀତାଞ୍ଜଳୀ ଜୁଏଲର୍ସ ପରି ଅନେକ ଜୁଏଲର୍ସ ଆପଣଙ୍କୁ ୧୦ରୁ ୧୨ ମାସର ଇଏମଆଇରେ ସୁନା କିଣିବାର ସୁଯୋଗ ଦିଅନ୍ତି । ଏହା ବ୍ୟତୀତ ସ୍ଥାନୀୟ ଜୁଏଲର୍ସ ମଧ୍ୟ ଅନେକ ଏପରି ସ୍କିମ ଚାଲୁଛି । ଯଦି ଆପଣ ବଡ଼ ବ୍ରାଣ୍ଡରୁ ସୁନା କିଣବା ପାଇଁ ଚାହୁଁ ନାହାନ୍ତି, ତେବେ ଛୋଟ ଛୋଟ ଦୋକାନ ମଧ୍ୟ ଏବେ ଅଫର ଦିଅନ୍ତି । ସେଠାରୁ ଆପଣ ସୁନା କିଣିପାରିବେ ।