ଟ୍ରେନ ଯାତ୍ରୀଙ୍କୁ ସତର୍କ କଲା ଭାରତୀୟ ରେଳବାଇ : ଟ୍ରେନ୍ ଯାତ୍ରା ସମୟରେ ପାଇପାରିବେ ଶସ୍ତା ଓ ଉତ୍ତମ ମାନର ଖାଦ୍ୟ, ଯଦି ଏହି ଉପାୟରେ କରିବେ ବୁକ୍
ଆଇଆରସିଟିସି ଖାଦ୍ୟ ବୁକ୍ କରିବାର ସହଜ ଉପାୟ ଜଣାଇଛି ।
ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଟ୍ରେନ ଯାତ୍ରୀଙ୍କୁ ସତର୍କ କରି କହିଛନ୍ତି କି, ଯଦି ଆପଣ ଯାତ୍ରା ସମୟରେ ଖାଦ୍ୟ ଓ ରେଳ ଯାତ୍ରୀ ଭଳି ଅନାଧିକୃତ ୱେବସାଇଟ୍ସ କିମ୍ବା ଆପରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ତାହାର ଗୁଣ, ଠିକ୍ ପରିମାଣ ଓ ଡେଲିଭରିକୁ ନେଇ କେହି ଦାୟୀ ହେବେନି । ଆଇଆରସିଟିସି ଖାଦ୍ୟ ବୁକ୍ କରିବାର ସହଜ ଉପାୟ ଜଣାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ ecatering.irctc.co.in ସାଇଟକୁ ଯିବାକୁ ପଡିବ, ଯେଉଁଠି ତାକୁ ପେସେଂଜର ନେମ୍ ରେକର୍ଡ ଭରିବାକୁ ପଡିବ । ଡ୍ରପ୍ ମେନ୍ୟୁରେ ରେଲୱେ ଷ୍ଟେସନର ସୂଚୀରେ ନିଜର ଷ୍ଟେସନ ଦେବାକୁ ପଡିବ । ତା’ପରେ ମେନ୍ୟୁ ଓ ଖାଦ୍ୟର ମୂଲ୍ୟ ସାମନାକୁ ଆସିବ । ନିଜ ପସନ୍ଦ ଅନୁସାରେ ଖାଦ୍ୟ ବାଛିପାରିବେ । ଆଗକୁ ପେମେଣ୍ଟ ପ୍ରକ୍ରିୟା ପଚରାଯିବ, ଯାହା ପରେ ଅର୍ଡର କନଫର୍ମ ହେବ । ଟ୍ରାଂଜେକ୍ସନ୍ ପୁରା ହେବା ପରେ ଯାତ୍ରୀଙ୍କ ପାଖକୁ ଇମେଲ୍ ଓ ମେସେଜ୍ ବି ଆସିବ, ଯେଉଁଥିରେ ଅର୍ଡରର ସୂଚୀ ଥିବ ।
କରିପାରନ୍ତି ଆପ୍ ର ବ୍ୟବହାର : ଆପ୍ ଷ୍ଟୋରରୁ ଫୁଡ୍ ଅନ୍ ଟ୍ରାକ୍ ଡାଉନଲୋଡ୍ କରନ୍ତୁ । ଆପଣଙ୍କ ଯାତ୍ରା ସମୟରେ ଷ୍ଟେସନରେ ଯେଉଁ ଭେଣ୍ଡର ଓ ଖାଦ୍ୟ ଉପଲବ୍ଧ ଥିବ, ତାହାର ସୂଚୀ ଆସିଯିବ । ଖାଦ୍ୟ ଚୟନ କରି ଅର୍ଡର କରିବେ । ପେମେଣ୍ଟରେ କ୍ୟାସ ଅନ୍ ଡେଲିଭରିର ବିକଳ୍ପ ମଧ୍ୟ ରହିବ । ପରେ ଆପଣଙ୍କ ଡିଟେଲ କନଫର୍ମ କରାଯିବ, ଯେଉଁଠି ନାମ , ନମ୍ବର, କୋଚ୍ ଏବଂ ସିଟ୍ ନମ୍ବରର ସୂଚନା ଦେବାକୁ ପଡିବ ।