ଏସବିଆଇ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ହଜିଯାଇଥିଲେ ବା ଚୋରି ହୋଇଯାଇଥିଲେ ଚିନ୍ତା କରନ୍ତୁନି, ଏହି ଉପାୟରେ କରନ୍ତୁ ସମାଧାନ

55

ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇରେ ଲକ୍ଷ ଲକ୍ଷ ଲୋକଙ୍କ ଆକାଉଣ୍ଟ ରହିଛି । କାରଣ ଏହି ବ।।ଙ୍କ ଅଧିକ ଲୋକପ୍ରିୟ ହୋଇସାରିଛି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ଏହି ବ୍ୟାଙ୍କରେ ନିଜର ଆକାଉଣ୍ଟ ଖୋଲିବା ପସନ୍ଦ କରନ୍ତି । ତେବେ ଆସନ୍ତୁ ଜଣିବା ଗ୍ରାହକମାନଙ୍କ ପାଇଁ ଏସବିଆଇ ଦେଇଥିବା ଏକ ବିଶେଷ ସୁବିଧା ବିଷୟରେ । ଯଦି ଆପଣଙ୍କ ଏଟିଏମ କାର୍ଡ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ଏସବିଆଇ ଦେଇଥିବା ଅନଲାଇନ ଆପ ସୁବିଧା ଜରିଆରେ ଏଟିଏମ କାର୍ଡକୁ ବ୍ଲକ କରିପାରିବେ ।

ବ୍ଲକ କରିବାର ପ୍ରକ୍ରିୟା :

• ପ୍ରଥମ ପର୍ଯ୍ୟାୟରେ ନିଜର ୟୁଜର ନାମ ଏବଂ ପାସୱାର୍ଡ ଦେଇ www.onlinesbi.com ଏହି ୱେବସାଇଟ ଲଗଇନ୍ କରନ୍ତୁ ।

• ଦ୍ୱିତୀୟ ପର୍ଯ୍ୟାୟରେ ଇ-ସର୍ଭିସ ଟ୍ୟାବ ଅଧିନରେ ଥିବା ‘ବ୍ଲକ ଏଟିଏମ କାର୍ଡ’ ଲିଙ୍କର ଚୟନ କରନ୍ତୁ ।

• ଯେଉଁ ଖାତାର ଏଟିଏମ କାର୍ଡକୁ ବ୍ଲକ କରିବାକୁ ଚାହୁଁଛନ୍ତି ସେହି ଖାତାର ଚୟନ କରନ୍ତୁ ।

• ସମସ୍ତ ବ୍ଲକ୍ କରାଯାଇଥିବା କାର୍ଡ ଦେଖାଯିବ । ଆପଣଙ୍କୁ କାର୍ଡର ପ୍ରଥମ ୪ ଓ ଶେଷ ୪ ଅଙ୍କ ଦେଖାଯିବ ।

• ଯେଉଁ କାର୍ଡକୁ ଆପଣ ବ୍ଲକ କରିବାକୁ ଚାହୁଁଛନ୍ତି ତାକୁ ଚୟନ କରନ୍ତୁ ଏବଂ ସମ୍ବିଟ ବଟନ ଉପରେ କ୍ଲିକ କରନ୍ତୁ ।

• ଏହା ପରେ ଆସନ୍ତା ପେଜରେ ଚୟନ କରିଥିବା ପାସୱାର୍ଡ ଏବଂ ପ୍ରୋଫାଇଲ ପାସୱାର୍ଡ ସମ୍ବିଟ କରି କନଫର୍ମ ବଟନ ଉପରେ କ୍ଲିକ କରନ୍ତୁ ।

• ଡେବିଟ କାର୍ଡ ସଫଳତାପୂର୍ବକ ବ୍ଲକ ହୋଇଯିବା ପରେ ଏକ ସଂଦେଶ ଟିକେଟ ଭଳି ତାହା ଦେଖାଯିବ । ସେହି ଟିକେଟ ନମ୍ବରକୁ ରେଫରେନ୍ସ ପାଇଁ ନୋଟ କରିନେବେ ।

• ଏଟିଏମ କାର୍ଡ ହଜିଗଲେ କିମ୍ବା ଚୋରି ହୋଇଗଲେ ଗ୍ରାହକମାନେ ଘରେ ବସି ଏହିଭଳି ଭାବେ ବ୍ଲକ କରିପାରିବେ ।