ଆପଣଙ୍କ ଜିମେଲରୁ ଅଦରକାରୀ ମେଲକୁ ହଟାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ତରିକା

32

ଆମର ମେଲବକ୍ସରେ ଅନେକ ସମୟରେ ଏମିତି ମେଲ୍ ସବୁ ଆସିଥାଏ , ଯାହା ଆମର ଦରକାରରେ ଆସିନଥାଏ । ଏମିତି ପ୍ରମୋସନାଲ୍ ମେଲ୍ ଭାରି ବିରକ୍ତି କରିଥାଏ । ଯେଉଁ ସାଇଟକୁ ଆପଣ କେବେ ଯଦି ଅନଲାଇନ୍ ଭିଜିଟ୍ କରିଥାନ୍ତି ତ , ସେଠାରୁ ମେଲ୍ ଆସିବା ଆରମ୍ଭ ହୋଇଥାଏ । କେବେକେବେ ଏହି କାରଣରୁ ଦରକାରୀ ମେଲ୍ କୁ ଦେଖିବାରେ ଅସୁବିଧା ହୋଇଥାଏ । କିନ୍ତୁ ଜିମେଲ୍ ଆପଣଙ୍କୁ ଏମିତି ମେଲ୍ ଗୁଡିକରୁ ମୁକ୍ତି ପାଇଁ ଅପସନ ଦେଇଥାଏ ।

ଜିମେଲରେ କେମିତି ବ୍ଲକ୍ କରିବେ ଅଦରକାରୀ ମେଲ୍ ? 

୧ – ନିଜର ଜିମେଲ୍ ଆକାଉଂଟକୁ ଲଗ୍ ଅନ୍ କରନ୍ତୁ ।
୨ – ଏମିତି ବ୍ୟକ୍ତି , କଂପାନୀ ବା ସାଇଟର ମେଲ୍ ଓପେନ୍ କରନ୍ତୁ ।
୩- ଯାହାକୁ ଆପଣ ବ୍ଲକ୍ କରିବାକୁ ଚାହୁଁଛନ୍ତି ।
୪ – ମେଲର ଡାହାଣ ପଟରେ ଥିବା ଛୋଟ ତୀର ଚିହ୍ନକୁ କ୍ଲିକ୍ କରନ୍ତୁ ।
୫ -ଆପଣଙ୍କୁ କିଛି ଅପସନ୍ ନଜର ଆସିବ, ‘ବ୍ଲକ’ କୁ କ୍ଲିକ୍ କରନ୍ତୁ ।
୬ -ଏବେ ଆପଣଙ୍କୁ ଏହି ବ୍ୟକ୍ତି , କଂପାନୀ ଓ ସାଇଟ୍ ର ମେଲ୍ ମିଳିବ ନାହିଁ ।

ଯଦି ଭୁଲରେ କୌଣସି ମେଲ୍ ବ୍ଲକ୍ ହୋଇଯାଏ ତ ଅନଲକ୍ କେମିତି କରିବେ –
୧- ଜିମେଲ୍ ରେ ଡାହାଣ ପଟେ ଏକ ତୀର ଚିହ୍ନକୁ କ୍ଲିକ୍ କରନ୍ତୁ ଏବଂ ‘Settings’ ରେ କ୍ଲିକ୍ କରନ୍ତୁ ।
୨ -ଏବେ ‘Filters and Blocked Addresses’  ରେ କ୍ଲିକ୍ କରନ୍ତୁ ।
୩ – ଆପଣଙ୍କୁ ଏହି ଇ-ମେଲ୍ ଆଡ୍ରେସ୍ ନଜର ଆସିବେ । ଯାହାକୁ ଆପଣ ବ୍ଲକ୍ କରିଛନ୍ତି ।
୪ –ଯେଉଁ ଆଡ୍ରେସକୁ ଆପଣ ଅନବ୍ଲକ୍ କରିବାକୁ ଚାହୁଁଛନ୍ତି , ଏହାକୁ ହାଇଲାଇଟ୍ କରନ୍ତୁ ।
୫ – ‘Unblock Selected Addresses’  ରେ କ୍ଲିକ୍ କରନ୍ତୁ ।

(ସୌଜନ୍ୟ-ନବଭାରତ ଟାଇମ୍ସ )