ପ୍ରତ୍ୟେକ ଦିନ ମାତ୍ର ୩୦ଟଙ୍କା ସଞ୍ଚୟ କରି ହୁଅନ୍ତୁ କୋଟିପତି । ତେବେ ଜାଣନ୍ତୁ ଏହାର ଫର୍ମୁଲା

64

କନକ ବ୍ୟୁରୋ : ସମସ୍ତେ ଧନୀ ହେବା ପାଇଁ ଇଚ୍ଛା କରନ୍ତି । ତେବେ ଧନୀ ହେବା ପାଇଁ କୈାଣସି ପ୍ରକାରର ସଟକଟ ତରିକା ନାହିଁ । ତେବେ ଧନୀ ହେବା ପାଇଁ କିଛି ଲକ୍ଷ୍ୟ ତେୟାର କରିବା ପାଇଁ ପଡିବ । ଯାହା କରିବା ଦ୍ୱାରା ଆପଣ ବି ହୋଇ ପାରିବେ କୋଟିପତି । ଧନୀ ହେବା ପାଇଁ ହେଲେ ଆପଣମାନଙ୍କୁ କିଛି ଟଙ୍କା ରଖିବା ପାଇଁ ପଡିବ । ତେବେ ସେହି ଟଙ୍କା କେଉଁଠାରେ ନିବେଶ କରିବେ ତାହା ଲୋକମାନଙ୍କ ପାଇଁ ବଡ ସମସ୍ୟା ଭାବରେ ଉଭା ହୋଇଛି । ଆଜିର ଦିନରେ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ରଖି କୋଟିପତି ହେବାକୁ ଇଚ୍ଛା କରୁଛନ୍ତି । ତେବେ କେତେକ ଲୋକମାନେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ପୂର୍ବରୁ ଅନେକ ଲୋକ ଏହାରି ମାଧ୍ୟମରେ ଧନୀ ହେବାପାଇଁ ଚାହାଁନ୍ତି ଓ ଧନୀ ମଧ୍ୟ ହୋଇଛନ୍ତି । ତେଣୁ ଯେତେ କମ ଦିନ ମଧ୍ୟରେ ସଞ୍ଚୟ କରିବା ଆରମ୍ଭ କରିଦେବେ ସେତେ କମ ସମୟ ମଧ୍ୟରେ କୋଟିପତି ହୋଇ ପାରିବେ । ଯଦି କୈାଣସି ଯୁବକ ନିଜର ଚାକିରି ଆରମ୍ଭ ହେବା ବେଳଠାରୁ ହିଁ ଟଙ୍କାର ସଞ୍ଚୟ କରିବା ଆରମ୍ଭ କରିଦେବ ତେବେ ତାହାର ଧନୀ ହେବାରେ ଅତି ସହଜ ହେବ ।

 

ଉଦାହରଣ ହେଉଛି ଯଦି କୈାଣସି ଯୁବକଙ୍କୁ ପ୍ରଥମରୁ ହିଁ ୨୦ ହଜାର ଟଙ୍କା ମିଳିଲା । ତେବେ ସେ ପ୍ରତ୍ୟେକ ଦିନ ନିଜ ପକେଟରୁ ମାତ୍ର ୩୦ଟଙ୍କା ସଞ୍ଚୟ କରିପାରିବ । ଯେଉଂଥିରେ କି ମାସକୁ ୯୦୦ଟଙ୍କା ହୋଇପାରିବ । ତେବେ ଏହି ଟଙ୍କାକୁ ପ୍ରତ୍ୟେକ ମାସ ସେ ସିଷ୍ଟମେଟିକ ଭାବରେ ଟଙ୍କା ରଖିବା ଦରକାର । ତେବେ ଅନେକ ଫଣ୍ଡରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ମଧ୍ୟ ମିଳେ । କିନ୍ତୁ ଲୋକମାନେ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇବା ପାଇଁ ଇଚ୍ଛା କରନ୍ତି । ଯଦି ଜଣେ ୨୦ବର୍ଷର ବାଳକ ପ୍ରତ୍ୟେକ ମାସ ୯୦୦ଟଙ୍କା ୪୦ ବର୍ଷ ପର୍ଯ୍ୟନ୍ତ ରଖିବ ତେବେ ତାକୁ ଯେତେବେଳେ ୬୦ ବର୍ଷ ହୋଇଥିବା । ସେତେବେଳ ସମୟରେ ସେ କୋଟିପତି ହୋଇଯାଇଥିବ । ଏକ ଅନୁମାନ ଅନୁସାରେ ୪୦ବର୍ଷରେ ୪୩୨୦୦୦ ଟଙ୍କାର ମୋଟ ରିଟର୍ଣ୍ଣ ୧,୦୧,୫୫,୧୬୦ ଟଙ୍କା ହୋଇପାରେ । ତେବେ ଏତେଦିନ ଟଙ୍କାର ରଖିବା ଦ୍ୱରା ତାହାର ଅର୍ଥାତ କେତେକ ଟଙ୍କାର ଚକ୍ରବର୍ତ୍ତୀ ସୁଧ ପାଇପାରିବେ । ତେବେ ଅନେକ ଲୋକ ବର୍ତ୍ତମାନ ସମୟରେ ଏପରି ଭାବରେ ନିଜର ଟଙ୍କା ନିବେଶ କରିବା ପାଇଁ ଇଚ୍ଛା କରୁଛନ୍ତି । ହିଁ ଏହାସତ୍ୟ ଯେ, ଏପରି ଲାଭ ପାଇବା ପାଇଁ ହେଲେ ଅନେକ ସମୟ ଅପେକ୍ଷା କରିବା ପାଇଁ ପଡିବ ହେଲେ ସାମାନ୍ୟ ରିସ୍କ ନେଲେ ଏହାର ଫାଇଦା ମିଳିପାରିବ ।

 

ଯଦି ଆମେ ଦେଖିବା ତେବେ ଭାରତର ଯୁବକମାନେ ୨୫ବର୍ଷ ବୟସରୁ ହିଁ ଟଙ୍କା ସହ ଯୋଡି ହୋଇ ରହିଥାଆନ୍ତି । ତେବେ ଚାକିରର ୫ବର୍ଷ ପରେ ହିଁ ନିବେଶ କରିବା କଥା ସେମାନେ ଚିନ୍ତା କରନ୍ତି । ତେବେ ଯଦି କୈାଣସି ଏକ ଯୁବକ ଯଦି ପ୍ରତ୍ୟେକ ଦିନ ୧୦୦ ଟଙ୍କା ଅର୍ଥାତ ମାସକୁ ୩ ହଜାର ଟଙ୍କା ରଖେ ତେବେ ସେହି ଯୁବକକୁ ଯେଉଁ ସମୟରେ ୬୦ ବର୍ଷ ହେବ ଅର୍ଥାତ ମାତ୍ର ୩୦ ବର୍ଷରେ ସେ କୋଟିପତି ହୋଇ ପାରିବ । କେବଳ ଏତିକି ନୁହେଁ ବରଂ ମାତ୍ର ୨୦ ବର୍ଷରେ ବି ଆପଣ କୋଟିପତି ହୋଇପାରିବେ । ତେବେ ଆପଣଙ୍କୁ ପ୍ରତ୍ୟେକ ମାସ ସର୍ବନିମ୍ନ ୫ ହଜାର ଟଙ୍କା ସଞ୍ଚୟ କରିବା ପାଇଁ ପଡିବ । ଏହାସହ ୨୦ ବର୍ଷ ପରେ ଯେତେବେଳେ ତାହାର ରିଟର୍ଣ୍ଣ ଆସିବ ସେହି ଟଙ୍କା ଉପରେ କୈାଣସି ପ୍ରକାର ଟ୍ୟାକ୍ସ ମଧ୍ୟ ଲାଗିବ ନାହିଁ । ତେବେ କିଛି ଇକ୍ୟୁଇଟି ଗତ ୨୦ ବର୍ଷ ଧରି ସିଏଜିଆର ରିଟର୍ଣ୍ଣ ଦେଇଥିବା ଜଣାପଡିଛି । ତେବେ ଏହିପରି ଫଣ୍ଡରେ ୧୨ ଲକ୍ଷ ନିବେଶ କରିବା ବ୍ୟକ୍ତିମାନେ ମଧ୍ୟ କୋଟିପତି ହୋଇ ପାରିବେ ।

 

ଉଦାହରଣ ସ୍ୱରୂପ ଏଟଡିଏଫସି ବ୍ୟାଙ୍କ ଅଧିକ ଅର୍ଥାତ ଭଲ ରିଟର୍ଣ୍ଣ ଦେଇଥାଏ । ବିଗତ ୨୦ ବର୍ଷ ମଧ୍ୟରେ ୨୦ ପ୍ରତିଶତଠାରୁ ଅଧିକ ସିଏଜିଆର ରିଟର୍ଣ୍ଣ ଦେଇଥିବା ଜଣାଯାଏ । ଏହାସହ ରିଲାଏନ୍ସ ଗ୍ରୋଥଫଣ୍ଡ, ଏଟଡିଏଫସି ଟାପ ୨୦୦ଫଣ୍ଡ ସହ ଅନେକ ଫଣ୍ଡ ରହିଛି । ତେବେ କେତେକ ଫଣ୍ଡ କହିବା ଅନୁସାରେ ରିଟର୍ଣ୍ଣ ଦେଇନଥାନ୍ତି । ତେଣୁ ନିବେଶ କରିବା ସମୟରେ ଏପରି ସଂସ୍ଥ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ତେବେ ସଠିକ ସ୍ଥାନରେ ଟଙ୍କା ନିବେଶ କଲେ ନିଶ୍ଚିତ ଭାବରେ ଆପଣ ଲାଭବାନ ହୋଇ ପାରିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।