ଆପଣଙ୍କ ମୋଜାରୁ ଦୁର୍ଗନ୍ଧ ବାହାରୁଛି କି ! ଆପଣାନ୍ତୁ ଏହି ଘରୋଇ ଉପାୟ

68

ଶୀତଦିନ ଆସିବା ମାତ୍ରେ ଅନେକ ଲୋକ ମୋଜା ପିନ୍ଧିବା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ବେଳେ ବେଳେ ଜୋତା ଖୋଲିବା ପରେ ମୋଜାରୁ ଦୁର୍ଗନ୍ଧ ବାହାରିଥାଏ । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ ଲଜ୍ଜିତ ହେବାକୁ ପଡିଥାଏ । ପ୍ରକୃତରେ ଦୀର୍ଘ ସମୟ ଧରି ଜୋତା ପିନ୍ଧିବା ଦ୍ୱାରା ପାଦରୁ ଝାଳ ବାହାରି ଜୀବାଣୁ ଜନ୍ମ ହୋଇଥାନ୍ତି । ଯାହାଫଳରେ ପାଦରୁ ଦୁର୍ଗନ୍ଧ ବାହାରିଥାଏ । ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି , ତେବେ ବିଲକୁଲ୍ ଚିନ୍ତା ନକରି ଆସନ୍ତୁ ଜାଣିବା ଏହାର ଘରୋଇ ଉପାୟ ।

ସଫା ମୋଜା – ପାଦରୁ ଦୁର୍ଗନ୍ଧ ଦୂର କରିବା ପାଇଁ ପ୍ରତିଦିନ ସଫା ମୋଜା ପିନ୍ଧନ୍ତୁ । ଏହାଛଡା ଭଲ କ୍ୱାଲିଟିର ମୋଜା ମଧ୍ୟ ବ୍ୟବହାର କରିପାରିବେ । ଜୋତାକୁ ଖରାରେ ରଖନ୍ତୁ । ଏହାଦ୍ୱାରା ଜୀବାଣୁ ମରିଯାଇଥାନ୍ତି ଏବଂ ଦୁର୍ଗନ୍ଧ ଦୂର ହୋଇଯିବ ।

ବେକିଙ୍ଗ୍ ସୋଡା- ଆପଣମାନେ ପିନ୍ଧୁଥିବା ଜୋତା ଭିତରେ କିଛି ବେକିଙ୍ଗ୍ ସୋଡା ପକାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଜୋତାରୁ ହେଉଥିବା ଦୁର୍ଗନ୍ଧ ଦୂର ହେଇଥାଏ ।

ଫିଟିକିରି – ଫିଟିକିରିରେ ଆଣ୍ଟିସେପ୍ଟିକ ଗୁଣ ରହିଥାଏ । ଏହାଦ୍ୱାରା ବ୍ୟାକ୍ଟେରିଆ ଭଲ ଭାବରେ ମରିଯାଇଥାନ୍ତି । ଗୋଟେ ମଗ୍ ପାଣିରେ ଗୋଟେ ଚାମଚ୍ ଫିଟିକିରି ପକାଇ ସେହି ପାଣିରେ ପାଦ ଧୁଅନ୍ତୁ । ଏହାଦ୍ୱାରା ଦୁର୍ଗନ୍ଧ ଦୁର ହୋଇଥାଏ ।

ଲୁଣ – ଅଧ ବାଲଟି ଗରମ ପାଣିରେ ୨ ଚାମଚ୍ ଲୁଣ ପକାନ୍ତୁ ଏବଂ ସେହି ପାଣିରେ ପାଦକୁ ୨୦ ମିନିଟ୍ ପର୍ଯ୍ୟନ୍ତ ବୁଡେଇ ରଖନ୍ତୁ । ତାପରେ ପାଦକୁ ସଫାକରି ଭଲଭାବରେ ପୋଛି ଦିଅନ୍ତୁ । ଏଭଳି କରିବା ଦ୍ୱାରା ପାଦରୁ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଯିବ ।