ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି ? ଆପଣାନ୍ତୁ କିଛି ସରଳ ଉପାୟ, ଦୂର ହେବ ଘୁଙ୍ଗୁଡି ସମସ୍ୟା

120

ଶୋଇବା ବେଳେ ଅନେକ ଲୋକ ଘୁଙ୍ଗୁଡି ମାରିଥାନ୍ତି । ଏହା କିଛି ଲୋକଙ୍କର ଅଭ୍ୟାସରେ ମଧ୍ୟ ପରିଣତ ହୋଇଛି । ଘୁଙ୍ଗୁଡି ସମସ୍ୟା ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ସରଳ ଉପାୟ ରହିଛି । ଯାହା କେବଳ ଶୋଇବା ପୂର୍ବରୁ ହିଁ ଆପଣଙ୍କୁ ଅପଣାଇବାକୁ ପଡିବ ।

୧-ଶୋଇବା ପୂର୍ବରୁ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ :ସାଧାରଣତଃ କୌଣସି ଏକ କଷ୍ଟ ନିବାରକ ଔଷଧ ଭଳି ମଦ ମଧ୍ୟ ଶରୀରର ମାଂସପେଶୀକୁ ସୁଦୃଢ଼ କରି ରଖିବାରେ କାମ୍ କରିଥାଏ ଏବଂ ତାହାକୁ ବିସ୍ତାର କରିଦିଏ। ଏଥିସହିତ ବହୁତ ଥର ବ୍ୟକ୍ତି ଅଧିକ ମାତ୍ରାରେ ମାଦକ ଦ୍ରବ୍ୟର ସେବନ କରିଥାଏ,ଯାହାଫଳରେ କି ବ୍ୟକ୍ତି ଗଳାର ମାଂସପେଶୀ ଅଧିକ ମାତ୍ରାରେ ବଢ଼ିଯାଇଥାଏ, ଯେଉଁକାରଣକୁ ନେଇ ବ୍ୟକ୍ତି ଶୋଇଲା ପରେ ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାଏ, ଯାହାକି ତାଙ୍କ ଆଖ ପାଖରେ ଶୋଇ ରହିଥିବା ବ୍ୟକ୍ତିକୁ ଚିନ୍ତିତ କରି ପକାଏ। ତେଣୁ ଶୋଇବା ପୂର୍ବରୁ ସର୍ବଦା ନିଶା ସେବନରୁ ଦୂରେଇ ରୁହନ୍ତୁ ।

୨-ଧୂମ୍ରପାନ ସେବନରୁ ଦୂରେଇ ରୁହନ୍ତୁ: ଧୂମ୍ରପାନ ସେବନ ଯୋଗୁଁ ,ଏହା ବ୍ୟକ୍ତିର ଫୁସଫୁସ୍ ଉପରେ ସିଧାସଳଖ ପ୍ରଭାବକୁ ପକାଇଥାଏ। ତେବେ କେବେ କେବେ ମଧ୍ୟ ଧୂମ୍ରପାନ କରୁଥିବା ବ୍ୟକ୍ତିକୁ ଶୋଇବା ସମୟରେ ଅମ୍ଳଜାନର ଅଭାବ ପରିଲିକ୍ଷିତ ହୁଏ। ଯେଉଁ ପରିସ୍ଥିତିକୁ କି ‘ସ୍ଲିପ୍ ଏପ୍ରୀୟା ବା ନିଦ୍ରା ଅଶ୍ୱସନ’ବୋଲି କୁହାଯାଇଥାଏ। ତେଣୁ ବ୍ୟକ୍ତି ଏହି ପରିସ୍ଥିତିର ମୁକାବିଲା କରିବାକୁ ନେଇ ଘୁଙ୍ଗୁଡ଼ି ମାରିଥାଏ।

୩-ତକିଆ ଉପରେ ଦିଅନ୍ତୁ ଧ୍ୟାନ: ଆଉ ଯଦି ଆପଣ ସମୟ ସମୟ ମଧ୍ୟରେ ତକିଆଟିକୁ ନ ବଦଳାନ୍ତି ବା ତାହାକୁ ସଫା ନକରନ୍ତି,ତେବେ ଏହାବି ଆପଣଙ୍କ ଘୁଙ୍ଗୁଡ଼ି ମାରିବାର କାରଣ ହୋଇଥାଏ। ଅନେକ ସମୟରେ ବ୍ୟକ୍ତିର ମୁଣ୍ଡରୁ ରୂପି କିମ୍ବା କେଶ ଆସି ତକିଆ ମଧ୍ୟରେ ଲାଗିଥାଏ।ଏହା ସୂକ୍ଷ୍ମଜୀବଙ୍କୁ ବାସ କରିବାରେ ସହାୟକ ହୋଇଥାଏ । ଫଳରେ ଯେବେ ଆମେ ନିଶ୍ୱାସ ନେଇଥାଉ,ସେତେବେଳେ ଏହି ଆଲର୍ଜି ଆମ ଶରୀରର ଶ୍ୱାସ ସମ୍ବନ୍ଧୀୟ କ୍ଷମତାକୁ ଶେଷ କରିଦେଇଥାଏ, ଯାହାକି ‘ନିଦ୍ରା ଅଶ୍ୱସନ ବା ସ୍ଲିପ୍ ଏପ୍ରୀୟା’ର ସମସ୍ୟାକୁ ଜନ୍ମାଇ ଥାଏ ଏବଂ ବ୍ୟକ୍ତିକୁ ଘୁଙ୍ଗୁଡ଼ି ସମସ୍ୟା ମାଡ଼ିବସେ।

୪-ଶୋଇବାର ଷ୍ଟାଇଲ ବଦଳାନ୍ତୁ : ଅନେକ ଲୋକ ମୁହଁ ଉପରକୁ ଓ ପିଠି ତଳକୁ କରି ଶୋଇଥାନ୍ତି । ଏହାକୁ ଶୋଇବାର ସଠିକ୍ ଶୈଳୀ କହିଥାନ୍ତି ଲୋକ । କିନ୍ତୁ ଏଭଳି ଷ୍ଟାଇଲରେ ଶୋଇବା ଦ୍ୱାରା ହିଁ ଘୁଙ୍ଗୁଡିଜନିତ ସମସ୍ୟା ଦେଖା ଯାଇଥାଏ । ତେବେ ଏହି ପୋଜିସନ୍ରେ ଶୋଇବା ଯୋଗୁଁ ବ୍ୟକ୍ତିର ତାଳୁ ଜିଭର ଉପରି ଭାଗକୁ ରହିଥାଏ ଏବଂ ଏହା ଘୁଙ୍ଗୁଡ଼ିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ତେଣୁ ଆପଣ ଆଜିଠାରୁ ହିଁ ଶୋଇବା ସମୟରେ ଶୋଇବାର ପୋଜିସନକୁ ବଦଳାନ୍ତୁ। ଏହା ଦ୍ୱାରା ଆପଣ ଏହି ଘୁଙ୍ଗୁଡ଼ିଜନିତ ସମସ୍ୟା ଠାରୁ ମୁକୁଳିପାରିବେ।