ଆସୁଛି ଲୋକସଭା ନିର୍ବାଚନ, ଆପଣଙ୍କ ଗୋଟିଏ ଭୋଟ୍ ବଦଳାଇପାରେ ସରକାର : ଘରେ ବସି ତିଆରି କରନ୍ତୁ ନିଜର ଭୋଟର ଆଇଡ଼ି କାର୍ଡ଼

163

ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ, ଛତିଶଗଡ଼ ପରି ରାଜ୍ୟ ସହ ଲୋକସଭା ନିର୍ବାଚନ ଏକାସଙ୍ଗେ ଅନୁଷ୍ଠିତ ହେବ । ସେଥିପାଇଁ ଜାତୀୟ ରାଜନୈତିକ ଦଳ ଗୁଡ଼ିକ ଏବେ ଠାରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କ ମତଦାନ ଦେଇ ନେତା ବାଛିବାର ଅଧିକାର ରହିଛି । କିନ୍ତୁ ଏଥିପାଇଁ ମତଦାନ ସୂଚୀରେ ଆପଣଙ୍କ ନାମ ରହିବା ନିହାତି ଦରକାର । ଭୋଟର ତାଲିକାରେ ଆପଣଙ୍କ ନାମ ନଥିଲେ ଆପଣ ଭୋଟ ଦେଇପାରିବେ ନାହିଁ ।

ଅନେକ ଥର ଏପରି ହୁଏ ପୂର୍ବ ନିର୍ବାଚନ ସମୟରେ ଭୋଟର ତାଲିକାରେ ଆପଣଙ୍କ ନାମ ଥିଲେ ମଧ୍ୟ ଆଗାମୀ ନିର୍ବାଚରେ ନାମ କଟିଯାଇଥାଏ । ଏପରିସ୍ଥଳେ ଲୋକଙ୍କୁ ବହୁତ ଅସୁବିଧା ଭୋଗିବା ପାଇଁ ପଡ଼େ । ଆଗକୁ ୨୦୧୯ ଲୋକସଭା ନିର୍ବାଚନରେ ହେବାର ଅଛି । ଲୋକେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ତେବେ ଭୋଟର ତାଲିକାରେ ନାମ କଟିଯିବା ପରି ଅସୁବିଧାରୁ ବଂଚିବା ପାଇଁ ଆପଣଙ୍କୁ ଆଗରୁ ସଜାଗ ହେବାକୁ ପଡ଼ିବ । ଏବେ ଆପଣ ଘରେ ବସି ବସି କାର୍ଡ଼ ତିଆରି କିରପାରିବେ । ଆଉ କେଉଁଠିକୁ ଦୈଡ଼ିବାକୁ ପଡ଼ିବ ନାହିଁ । ମ୍ରାତ ୧ ମାସରେ ଆପଣଙ୍କୁ ମିଳିଯିବ ଆଇଡ଼ି କାର୍ଡ଼ ।

  • ପ୍ରଥମତଃ ଆପଣଙ୍କୁ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲର ଓ୍ଵବ୍ସାଇଟ୍ ତଥା -www.nvsp.inକୁ ଯିବାକୁ ପଡ଼ିବ ।
  • ଏଠାରେ ନଜର ଆସୁଥିବା ‘Apply online for registration of new voter’ର ଅପସନଟି ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

 

  • ଏଥିସହିତ ଆପଣଙ୍କୁ ଏଠାରେ ଏକ ଅପସନ୍ ମିଳିବ । ଏହାପରେ ଆପଣ ଏଠାରେ କ୍ଲିକ୍ କରନ୍ତୁ ।

 

  • ତେବେ ଏହାକୁ କ୍ଲିକ୍ କରିବା ମାତ୍ରକେ ଉକ୍ତ ଫର୍ମଟି ଖୋଲିଯିବ । ଏହାପରେ ଆପଣଙ୍କୁ ଏଥିରେ ରହିଥିବା ସମସ୍ତ ଅପସନକୁ ଭରିବାକୁ ହେବ ଏବଂ ଏନେଇ ସପୋର୍ଟେଡ଼୍ ଡ଼କ୍ୟୁମେଣ୍ଟସକୁ ମଧ୍ୟ ଅପଲୋଡ଼୍ କରିବାକୁ ହେବ ।

 

  • ଆପଣଙ୍କୁ ମନେ ରଖିବାକୁ ହେବ ଯେ,ଯେପରି ଆପଣ ଏହାକୁ ସତର୍କତାର ସହିତ ପୂରଣ କରନ୍ତି । କାରଣ ଏଥିରେ ଆପଣଙ୍କ ଦ୍ୱାରା ହୋଇଥିବା ଗୋଟିଏ ହିଁ ଭୁଲ୍ ଆପଣଙ୍କ ଭୋଟର୍ ଆଇଡ଼ି କାର୍ଡ଼ରେ ନଜର ଆସିଯିବ।

vote across odisha

  • ଏହାପରେ ଆପଣଙ୍କୁ ଏଠାରେ ଆପଣଙ୍କର କଲର୍ ଫଟୋକୁ ହ୍ଵାଇଟ୍ ବ୍ୟାକଗ୍ରାଉଣ୍ଡରେ ଅପଲୋଡ଼୍ କରିବାକୁ ହେବ ।

 

  • ଏଥିସହିତ ଆପଣ ଯେବେବି ଆପଣଙ୍କ ଭୋଟର ଆଇଡ଼ି କାର୍ଡ଼କୁ ଆପ୍ଲାଇ କରିବେ, ଏହାର ତତକ୍ଷଣାତ୍ ଇଲେକ୍ସନ କମିଶନ ଅଧିକାରୀ ଆପଣଙ୍କର ସାର୍ଟିଫିକେଟକୁ ଭେରିଫିକେସନ୍ କରିବେ ।

 

  • ଏହାପରେ ଆପଣଙ୍କର ଭୋଟର ପରିଚୟ ପତ୍ରଟି ଆପଣଙ୍କ ପାଖକୁ ୧ ମାସ ମଧ୍ୟରେ ଡାକ ଜରିଆରେ ଆପଣଙ୍କ ଘର ମଧ୍ୟରେ ପହଞ୍ଚିଯିବ ।