ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ: ‘ହ୍ୱାଟସଆପ’ର କେବଳ ଗୋଟିଏ ଫଟୋ ପାଇଁ ସର୍ବଶ୍ୱାନ୍ତ ହୋଇପାରନ୍ତି ଆପଣ?

86

ସାରା ଦୁନିଆରେ ଯେଭଳି ଭାବରେ ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆର ଚାହିଦା ବୃଦ୍ଧିପାଇବାରେ ଲାଗିଛି ଠିକ୍ ସେହିପରି ଏହାକୁ ନେଇ ଅପରାଧୀକ ଘଟଣା ମଧ୍ୟ ବଢିବାରେ ଲାଗିଛି । ଆଜିର ଦିନରେ କୌଣସି ବି ବ୍ୟକ୍ତିଙ୍କୁ ଟ୍ରେସ୍ କରିବା କିମ୍ବା ତାଙ୍କର ଜାସୁସୀ କରିବା ବହୁତ ସହଜ ହୋଇଗଲାଣି । ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ କିମ୍ବା ଇଂଟରନେଟର ବ୍ୟବହାର କରୁଥିବା ସମୟରେ ସତର୍କତା ଅବଲମ୍ବନ କରିବା ବହୁତ ଜରୁରୀ ହୋଇପଡିଛି ।

ଏଠାରେ ଆମେ କହି ରଖୁଛୁ କି, କାହାକୁ ଜାସୁସୀର ଏକ ଏଭଳି ତରିକା ମଧ୍ୟ ରହିଛି , ଯଦି ଆପଣ ସୋସିଆଲ ମିଡିଆରେ ସକ୍ରିୟ ନହୋଇ ବି କେବଳ ହ୍ୱାଟସଆପରେ ଉପଲବ୍ଧ ଅଛନ୍ତି, ତେବେ ବି ଆପଣଙ୍କୁ କେହି ପିଛା କରିପାରେ । ଅର୍ଥାତ୍ ହ୍ୱାଟସଆପରେ ଆପଣଙ୍କୁ ମେସେଜ ଆଧାରରେ ଏକ ଫଟୋ ମଧ୍ୟ ଆପଣଙ୍କୁ ବିପଦରେ ପକାଇପାରେ ।

ସୂଚନା ମୁତାବକ, ଟସ୍କର କିମ୍ବା ସାଇବର ଅପରାଧୀ ଆପଣଙ୍କୁ କୌଣସି ବି ନମ୍ବରରୁ ହ୍ୱାଟସଆପରେ ମେସେଜ କରିପାରନ୍ତି । ଆଉ ଏହି ମେସେଜରେ ଏକ ଛୋଟିଆ ଲିଙ୍କ ଦିଆଯାଇଥାଏ, ଯାହାକି ଦେଖିବାକୁ ଅବିକଳ ଗୁଗଲର ଲିଙ୍କ ଭଳି ହିଁ ହୋଇଥାଏ । ତେବେ ଏହି ମେସେଜରେ କୌଣସି ବି ସେଲିବ୍ରିଟିଙ୍କ ଫଟୋ କିମ୍ବା କୌଣସି ଖାସ୍ ସ୍କିମର ନାଁ ଦିଆଯାଇଥାଏ, ଯାହାକୁ ଦେଖିବା କ୍ଷଣି ଯେକେହିବି କ୍ଲିକ କରିବାକୁ ଚାହିଁବେ ।

ଏହି ଲିଙ୍କ ଉପରେ କ୍ଲିକ କରିବା ଦ୍ୱାରା ଏଠାରେ କୌଣସି ଫଟୋ କିମ୍ବା ଅନ୍ୟ କୌଣସି କ୍ଲିପ ମିଳିପାରେ । ଏହାପରେ ଆପଣ ଏହି ମେସେଜକୁ ଡିଲିଟ କରନ୍ତୁ ଅବା ନ ବି କରନ୍ତୁ କିନ୍ତୁ ଆପଣଙ୍କର ଲୋକେସନ ଆପଣ ହ୍ୟାକରଙ୍କୁ ଦେଇଦେଇଛନ୍ତି । ଏଭଳି ପରିସ୍ଥିତିରେ କଣ ଘଟିଥାଏ ନା, ଟସ୍କର ମଲ୍ଟିମିଡିଆ ଫାଇଲର ଏକ ମାସ୍କର୍ଡ ଲିଙ୍କ ପ୍ରସ୍ତୁତ କରିଥାଏ । ଯାହାକି ଆଇପି ଲଙ୍ଗର କ୍ୱାଇଂଟ ଜରିଆରେ ପ୍ରସ୍ତୁତ କରାଯାଇଥାଏ ।

ଇଂଟରନେଟରେ ଅନେକ ସାରା ଆଇପି ଲଙ୍ଗର ୱେବସାଇଟରେ ଉପଲବ୍ଧ । ଯାହାକୁ ଗୁଗଲ କରାଯାଇପାରିବ । ଏହି ଲିଙ୍କ ଗୁଡିକ ଆପଣଙ୍କୁ ମେସେଜ ଆଧାରରେ ପଠାଯାଇଥାଏ ଏବଂ ଏହି ମେସେଜ ଏଭଳି ହୋଇଥାଏ କି, ଯାହାକୁ ଦେଖି ଆପଣ ତା’ଉପରେ କ୍ଲିକ୍ କରିବାକୁ ବାଧ୍ୟ ହୋଇଯିବେ । ଆଉ ଏହି ଲିଙ୍କ ଉପରେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କ ଆଇପି ଆଡ୍ରେସ୍ ହ୍ୟାକରଙ୍କ ନିକଟକୁ ଚାଲିଯିବ । ଆଉ ଯାହାଦ୍ୱାରା ଆପଣଙ୍କର ପିଛା କରୁଥିବା ବ୍ୟକ୍ତିବିଶେଷ ଆଇପି ଟ୍ରାକର ଜରିଆରେ ଆପଣଙ୍କର ଲୋକେସନର ସମସ୍ତ ବିବରଣୀ ମୁହୂର୍ତ୍ତକ ଭିତରେ ପାଇଯାଇଥାଏ । ଯାହାଦ୍ୱାରା ଆପଣ କୌଣସି ବିପଦରେ ବି ପଡିପାରନ୍ତି ।