ଟିଭି ‘ଟିଆରପି’ର ମୁଖା ଖୋଲିଲେ ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ ! କହିଲେ, ଗୋଟିଏ ଘରେ ନିର୍ଦ୍ଦିଷ୍ଟ ଚ୍ୟାନେଲ ଘଣ୍ଟା ଘଣ୍ଟା ଟିଭି ଲଗାଇ ହାସଲ କରାଯାଉଛି ଟିଆରପି

41

କନକ ବ୍ୟୁରୋ : ଟେଲିଭିଜନ୍ ଚ୍ୟାନେଲ ଗୁଡିକ କିଭଳି ଟିଆରପି ପାଆନ୍ତି । ଆଜି ଏହା ଉପରେ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ । ଦୀର୍ଘ ଦିନ ଧରି ଟେଲିଭିଜନ୍ ସହ ଜଡିତ ଥିବା ଏହି ସାମ୍ବାଦିକା କହିଛନ୍ତି, ଗୋଟିଏ ଗୋଟିଏ ସ୍ଥାନରେ ୮ ଘଂଟା ଲେଖାଏଁ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ଅନ୍ ରଖାଯାଇ ଟିଆରପି ପଏଂଟ ହାସଲ କରାଯାଉଛି । ବର୍ଖାଙ୍କ ଏହି ମତ ପରେ, ଟେଲିଭିଜ ରେଟିଂ ପଏଂଟର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ତିଆରି ହୋଇଛି । ବର୍ଖା ଦତ୍ତ ଟିଆରପିକୁ ନେଇ ଦେଇଥିବା ବୟାନ ପରେ ଟିଆରବିକୁ ନେଇ ବଡିମା ଦେଖାଉଥିବା କିଛି ନିର୍ଦ୍ଦିଷ୍ଟ ବଡ ଚ୍ୟାନେଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

3ଗତ କିଛି ଦିନ ତଳେ ଦି କାରାଭାନ୍ ନିଜ ୱେବସାଇଟରେ ରିପବ୍ଲିକ୍ ଟିଭିର ଟିଆରପିକୁ ନେଇ ଏକ ବିଶ୍ଳେଷଣ ସାମ୍ନାକୁ ଆଣିଥିଲା । ଯେଉଁଥିରେ ଚ୍ୟାନେଲ ଆରମ୍ଭ ହେବା ଦିନଠାରୁ କିଭଳି ଏକ ନମ୍ବର ସ୍ଥାନ ହାସଲ କରିଛି ଆଉ ଟାଇମ୍ସ ନାଓ ତୁଳନାରେ କିଭଳି ଅଧିକ ରେଟିଂ ହାସଲ କରିବାରେ ସକ୍ଷମ ହୋଇଛି, ତାର ଏକ ତୁଳନାତ୍ମକ ଚିତ୍ର ପ୍ରକାଶ ପାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା, ହେରଫେର କରି କିଭଳି ଟିଆରପିକୁ ବଢାଯାଇ ପାରୁଛି । ଏପରିକି ଘଣ୍ଟା ଘଣ୍ଟା ଧରି ଚ୍ୟାନେଲ ଅନ କରି ଟିଆରପି ପାଉଥିବା କିଛି ନିର୍ଦ୍ଦିଷ୍ଟ ଚ୍ୟାନେଲ ଏହା ମାଧ୍ୟମରେ ବିଜ୍ଞାପନ ମଧ୍ୟ ହାତେଇବାରେ ସକ୍ଷମ ହେଉଛନ୍ତି । ଏହାକୁ ନେଇ ପୂର୍ବରୁ ବିବାଦ ମଧ୍ୟ ଦେଖାଦେଇଥିଲା ।

ବାର୍କ, ଯେଉଁ ସଂସ୍ଥା ଏହି ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବା କଥା, ସେ କିଭଳି ଭାବେ ହେରଫେରକୁ ରୋକିବାରେ ବିଫଳ ହୋଇଛି, ତାକୁ ସାମ୍ନାକୁ ଆଣିଥିଲା କାରାଭାନ୍ । ଆଉ ଏବେ ବର୍ଖାଙ୍କ ମତ ପରେ ପ୍ରଶ୍ନ ଉଠିଛି, ଆଂଚଳିକ ସ୍ତରରେ ଖାସ୍ କରି ଓଡିଶାରେ ଟିଭି ଗୁଡିକ ପାଉଥିବା ଟିଆରପି କେତେ ବିଶ୍ୱାସଯୋଗ୍ୟ ।