କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଓ ଫାଇବର ଶରୀରକୁ ନିହାତି ଜରୁରୀ । ଜାଣନ୍ତୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍

45

ବେଳେବେଳେ ଲୋକ ଓଜନ କମାଇବା ପାଇଁ ଡାଏଟିଙ୍ଗ କରନ୍ତି, ସର୍ବପ୍ରଥମେ ଭୋଜନରେ ଯେଉଁ ଜିନିଷକୁ କମାନ୍ତି ତାହା ହେଉଛି ରୁଟିର ସଂଖ୍ୟା । କାର୍ବୋହାଇଡ୍ରେଟ୍ ଦ୍ୱାରା ଭରପୁର ଥିବା କାରଣରୁ ଲୋକଙ୍କୁ ଲାଗେ କି ରୁଟି ଖାଇବା ଦ୍ୱାରା ତାଙ୍କର ଓଜନ ବଢ଼େ ସେଥିପାଇଁ କାର୍ବୋହାଇଡ୍ରେଟ୍ କମାଇବା ଉଦ୍ଦେଶ୍ୟରେ ରୁଟି କମ୍ ଖାଆନ୍ତି । ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍ ।

ରୁଟିରେ କେବଳ କାର୍ବୋହାଇଡ୍ରେଟ୍ ନଥାଏ ବରଂ ପ୍ରୋଟିନ୍ ଓ ଫାଇବର ମଧ୍ୟ ଥାଏ । ଏବଂ ଏହା ଏମିିତି ଏକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱ ଯାହାର ସେବନ ଆପଣଙ୍କୁ ନିଶ୍ଚୟ କରିବା ଦରକାର ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଆମେ ୬ ଇଂଚର ଏକ ରୁଟି ର କଥା ହେବା ଯଦି ଏଥିରେ ପାଖାପାଖି ୧୫ ଗ୍ରାମ କାର୍ବୋହାଇଡ୍ରେଟ୍, ୩ ଗ୍ରାମ ପ୍ରୋଟିନ୍ ଓ ୦.୪ ଗ୍ରାମ ଫାଇବାର ଥାଏ ।

ଆପଣ ଯଦି ଓଜନ କମାଇବା ଡାଏଟ୍ ନେଉଛନ୍ତି ତେବେ ଗୋଟିଏ ଦିନରେ ଆପଣଙ୍କୁ ୨୫୦ ଗ୍ରାମ କାର୍ବସ୍ ନେବା ଉଚିତ୍, ଯେଉଁଥିରୁ ୭୫ ଗ୍ରାମ କାର୍ବସ୍ ଆପଣ ରୁଟିରୁ ନେବା ଉଚିତ୍ । ସେହି ହିସାବରେ ଆପଣ ଗୋଟିଏ ଦିନରେ ୫ ରୁଟି ଖାଇପାରିବେ । କିନ୍ତୁ ଏହା ଧ୍ୟାନରେ ରଖନ୍ତୁ କି ଅନ୍ୟ ଜିନିଷ ବି ଅଛି ଯେଉଁଥିରୁ ଆପଣଙ୍କ ଶରୀରକୁ କାର୍ବସ୍ ପହଂଚିପାରିବ ଓ ତାହା ହେଲା ଚିନି, କ୍ଷୀର ଓ ସୋଡା ।

ଓଜନ କମାଇବାର ସବୁଠାରୁ ସାମାନ୍ୟ ନିୟମ ହେଉଛି ଆପଣ କାର୍ବୋହାଇଡ୍ରେଟ୍ ଭଳି ରୁଟି ଯେତେ ସମ୍ଭବ ଦିନରେ ହିଁ ଖାଇବା ଉଚିତ୍ କିମ୍ବା ମଧ୍ୟାହ୍ନ ଭୋଜନ ବା ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରୁଟି ଖାଇପାରିବେ । କିନ୍ତୁ ଏହାପରେ ରାତିରେ ଆପଣଙ୍କୁ କାର୍ବୋହାଇଡ୍ରେଟ୍ ର ସେବନ କମାଇଦେବା ଉଚିତ୍ ।